ETV Bharat / city

ଭୁଶୁଡିଲା ଗୋପାଳପୁର ବେଳାଭୂମିରେ ନିର୍ମାଣଧୀନ ଶୌଚାଳୟ - building collapsed

ଗୋପାଳପୁର ବେଳାଭୂମିରେ ଭୁଶୁଡିଲା ନିର୍ମାଣଧୀନ ଶୌଚାଳୟ । ଦିନକୁ ଦିନ ସମୁଦ୍ରକୂଳ ଲଙ୍ଘୁ ଥିବାବେଳେ କିଭଳି ବେଳାଭୂମି ଶୌଚାଳୟ ନିର୍ମାଣ କରାଗଲା, ସେନେଇ ନାନା ପ୍ରଶ୍ନ ସୃଷ୍ଟି କରିଛି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ବ୍ରହ୍ମପୁର
author img

By

Published : Sep 7, 2019, 12:39 PM IST

ବ୍ରହ୍ମପୁର: ବ୍ରହ୍ମପୁର ଉନ୍ନୟନ କର୍ତ୍ତୃପକ୍ଷ ଦ୍ବାରା ଆରମ୍ଭ ହୋଇଥିବା ସୌନ୍ଦର୍ଯ୍ୟକରଣ କାର୍ଯ୍ୟକ୍ରମକୁ ଝଟକା । ନିର୍ମାଣଧିନ ଅବସ୍ଥାରେ ଭୁଶୁଡିଲା ଶୌଚାଳୟ । ସୌନ୍ଦର୍ଯ୍ୟକରଣ ଲାଗି 14 ଲକ୍ଷ ଟଙ୍କା ବ୍ୟୟ ହୋଇଥିବାବେଳେ 67 ଲକ୍ଷ ଅନୁଦାନରେ ଶୌଚାଳୟ ନିର୍ମାଣ କରାଯାଇଥିଲା । ଏଥିସହ ଅନ୍ୟାନ୍ୟ ଆନୁସାଙ୍ଗିକ ବ୍ୟବସ୍ଥା ଉପରେ ଯୋଜନା ମଧ୍ୟ ଗ୍ରହଣ କରାଯାଇଥିଲା । କିନ୍ତୁ ଏହା ଭୁଶୁଡିବା ପରେ ଏବେ ନାନା ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

ରାଜ୍ୟର ପ୍ରମୁଖ ପର୍ଯ୍ୟଟନସ୍ଥଳୀ ମଧ୍ୟରେ ଗୋପାଳପୁର ବେଳାଭୂମି । ଏହାର ସୌନ୍ଦର୍ଯ୍ୟକରଣ ବୃଦ୍ଧି ନେଇ କାର୍ଯ୍ୟକ୍ରମ ଆରମ୍ଭ କରିଥିଲା ବ୍ରହ୍ମପୁର ଉନ୍ନୟନ କର୍ତ୍ତୃପକ୍ଷ । ଅତ୍ୟାଧୁନିକ ଗାଧୁଆ ଗୃହ ସହିତ ଶୌଚାଳୟ ନିର୍ମାଣ କରାଯାଉଥିଲା । ଆଉ ଏଥି ପାଇଁ ବ୍ୟୟ କରାଯାଇଥିଲା 14 ଲକ୍ଷ ଟଙ୍କା । ବେଳାଭୂମିକୁ ଲାଗି ରହିଥିବା ବତୀ ଘର ପାର୍ଶ୍ବରେ ଶୌଚାଳୟ ନିର୍ମାଣ କରାଯାଇଥିଲା । କିନ୍ତୁ କାର୍ଯ୍ୟ ଶେଷ ହେବା ପୂର୍ବରୁ ସମୁଦ୍ର ଜୁଆର ମାଡରେ ଏହା ଦବି ଯିବା ସହିତ ଗୋଟିଏ ପାର୍ଶ୍ବ ଭୁଶୁଡିଯାଇଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ବ୍ରହ୍ମପୁର

ତେବେ ଏଠି ପ୍ରଶ୍ନ ଉଠୁଛି ସମୁଦ୍ରକୂଳ ଠାରୁ ମାତ୍ର ୨୦ ମିଟର ଦୂରରେ ହାଇଟାଇଡ୍ ଅଞ୍ଚଳ ଭଳି କିପରି ନିର୍ମାଣ କାର୍ଯ୍ୟ କରିବାକୁ ଅନୁମତି ମିଳିଲା । ଅନ୍ୟପଟେ ଗତ କିଛି ଦିନ ଧରି ରାମେୟାପାଟଣା ଠାରୁ ଗୋପାଳପୁର ମଧ୍ୟରେ ସମୁଦ୍ରକୂଳ ଲଙ୍ଘିବା ସହ ବେଳାଭୂମିର ୧୫ ମିଟର ଉଚ୍ଚର ବାଲୁକା କ୍ଷୟ ହୋଇଥିବା ଦେଖାଯାଇଛି । ସେପଟେ ଏହି ଘଟଣାରେ ବିଡିଏ ପକ୍ଷରୁ ଏହାକୁ ଅନ୍ୟ କେଉଁ ସ୍ଥାନରେ ଏହି ଶୌଚାଳୟ ନିର୍ମାଣ କରିବ ବୋଲି କହିଛନ୍ତି ଉପାଧ୍ୟକ୍ଷ ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

Intro:ଗୋପାଳପୁର ବେଳାଭୂମି ପାର୍ଶ୍ୱରେ ନିର୍ମାଣଧିନ ଶୌଚାଳୟ ଭୁଶୁଡିପଡିଲା । ଯାହାକି ବ୍ରହ୍ମପୁର ଉନ୍ନୟନ କର୍ତ୍ତୁପକ୍ଷ ଙ୍କ ପକ୍ଷରୁ ଗୋପାଳପୁରରେ ଆରମ୍ଭ ହୋଇଥିବା ସୌନ୍ଦର୍ଯ୍ୟକରଣ କାର୍ଯ୍ୟକ୍ରମକୁ ଲାଗିଛି ଝଟକା । ଗତ କିଛି ଦିନ ମଧ୍ୟରେ ଏଥିପାଇଁ ପ୍ରାୟ ୧୪ ଲକ୍ଷ ଟଙ୍କା ବ୍ୟୟ ହୋଇସାରିଥିଲା । ୬୭ ଲକ୍ଷ ଟଙ୍କା ଅନୁଦାନରେ ଶୈଚାଳୟ ସହ ଅନ୍ୟାନ୍ୟ ଆନୁସାଙ୍ଗିକ ବ୍ୟବସ୍ଥା ଗ୍ରହଣ କରାଯିବାକୁ ଯୋଜନା ରହିଥିବା ବେଳେ ଶୌଚାଳୟ କାର୍ଯ୍ୟ ସଂପୂର୍ଣ୍ଣ ହେବା ପୁର୍ବରୁ ଏହା ଭୁଷୁଡିଯିବା ପରେ କିଭଳି ଏବଂ କେଉଁ ପରିସ୍ଥିତିରେ ଏହା ନିର୍ମାଣ ହେଉଥିଲା ତାହାକୁ ନେଇ ଉଠିଛି ପ୍ରଶ୍ନବାଚୀ । Body:()-ରାଜ୍ୟର ପ୍ରମୁଖ ପର୍ଯ୍ୟଟନସ୍ଥଳୀ ଗୋପାଳପୁର ବେଳାଭୂମି ପାର୍ଶ୍ୱରେ ନିର୍ମାଣଧିନ ଶୌଚାଳୟ ଭୁଶୁଡିପଡିଲା । ଯାହାକି ବ୍ରହ୍ମପୁର ଉନ୍ନୟନ କର୍ତ୍ତୁପକ୍ଷ ଙ୍କ ପକ୍ଷରୁ ଗୋପାଳପୁରରେ ଆରମ୍ଭ ହୋଇଥିବା ସୌନ୍ଦର୍ଯ୍ୟକରଣ କାର୍ଯ୍ୟକ୍ରମକୁ ଲାଗିଛି ଝଟକା । ଗତ କିଛି ଦିନ ମଧ୍ୟରେ ଏଥିପାଇଁ ପ୍ରାୟ ୧୪ ଲକ୍ଷ ଟଙ୍କା ବ୍ୟୟ ହୋଇସାରିଥିଲା । ୬୭ ଲକ୍ଷ ଟଙ୍କା ଅନୁଦାନରେ ଶୈଚାଳୟ ସହ ଅନ୍ୟାନ୍ୟ ଆନୁସାଙ୍ଗିକ ବ୍ୟବସ୍ଥା ଗ୍ରହଣ କରାଯିବାକୁ ଯୋଜନା ରହିଥିବା ବେଳେ ଶୌଚାଳୟ କାର୍ଯ୍ୟ ସଂପୂର୍ଣ୍ଣ ହେବା ପୁର୍ବରୁ ଏହା ଭୁଷୁଡିଯିବା ପରେ କିଭଳି ଏବଂ କେଉଁ ପରିସ୍ଥିତିରେ ଏହା ନିର୍ମାଣ ହେଉଥିଲା ତାହାକୁ ନେଇ ଉଠିଛି ପ୍ରଶ୍ନବାଚୀ । ଗୋପାଳପୁର ବେଳାଭୂମିର ବତୀଘର ପାର୍ଶ୍ୱରେ ଏହି କାର୍ଯ୍ୟ ଶେଷ ହେବା ପୂର୍ବରୁ ତାହା ସମୁଦ୍ରର ଜୁଆର ମାଡରେ ଶୌଚାଳୟଟି ଏକ ପ୍ରକାର ଦବି ଯାଇଥିବା ସହ ଗୋଟିଏ ପାର୍ଶ୍ୱ ଭୁଶୁଡି ଯାଇଥିବା ଦେଖିବାକୁ ମିଳିଛି । ନିର୍ମାଣ କାର୍ଯ୍ୟ ଶେଷ ପରେ ଏହାକୁ ବ୍ୟବହାର କରିଥାନ୍ତେ ପର୍ଯ୍ୟଟକ ।ଆଉ ତାହାରି ପୁର୍ବରୁ ଏଭଳି ଘଟଣାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ପର୍ଯ୍ୟଟକ ।
ବାଇଟ୍-ଦୀପକ କୁମାର(ସୋରଡା ବାସିନ୍ଦା)
()-ମୁଖ୍ୟତଃ ବ୍ରହ୍ମପୁର ଉନ୍ନୟନ ପରିଷଦ ପକ୍ଷରୁ ଅତ୍ୟାଧୁନିକ ଗାଧୁଆ ଗୃହ ସହିତ ଶୌଚାଳୟ ନିର୍ମାଣ କରାଯାଉଥିଲା । ହେଲେ ସମୁଦ୍ର କୂଳ ଠାରୁ ମାତ୍ର ୨୦ ମିଟର ଦୂର ବଳି ହାଇଟାଇଡ୍ ଅଞ୍ଚଳର ଏହାକୁ କିଭଳି ନିର୍ମାଣ କାର୍ଯ୍ୟ କରିବାକୁ ଅନୁମତି ମିଳିଲା ତାହାକୁ ନେଇ ଉଟିଛି ପ୍ରଶ୍ନବାଚୀ । ଅନ୍ୟପଟେ ଗତ କିଛି ଦିନ ଧରି ରାମେୟାପାଟଣା ଠାରୁ ଗୋପାଳପୁର ମଧ୍ୟରେ ସମୁଦ୍ରକୂଳ ଲଘିଂବା ସହ ବେଳାଭୂମିର ୧୫ ମିଟର ଉଚ୍ଚର ବାଲୁକା କ୍ଷୟ ହୋଇଥିବା ଦେଖିଯାଇଛି । ଯାହାକି ଏହା ଭୁଷୁଡିବାର ପ୍ରମୁଖ କାରଣ ବୋଲି କୁହାଯାଉଥିବା ବେଳେ ଅନ୍ୟପଟେ ବିଡିଏ ପକ୍ଷରୁ ଏହାକୁ ଅନ୍ୟ କେଉଁ ସ୍ଥାନରେ ଏହି ଶୌଚାଳୟ ନିର୍ମାଣ କରିବ ବୋଲି କହିଛନ୍ତି ଉପାଧ୍ୟକ୍ଷ ।
ବାଇଟ୍-ଚକ୍ରୱତି ସିଂ ରାଠୋର(ଉପାଧ୍ୟକ୍ଷ,ବ୍ରହ୍ମପୁରଉନ୍ନୟନ କର୍ତ୍ତୁପକ୍ଷ)
Conclusion:ରିପୋର୍ଟର ପିଟୁସି(ସମୀର ଆଚାର୍ଯ୍ୟ)
ବ୍ରହ୍ମପୁର ରୁ ସମୀର ଆଚାର୍ଯ୍ୟ ଇଟିଭି ଭାରତ...
ବି.ଦ୍ର-ଭିଜୁଆଲ ଏବଂ ବାଇଟ୍ କୁ ଭି.ଓ ଦେବା ସହିତ ଏଡିଟିଙ୍ଗ୍ କରି ପଠାଇଛି ।ଏହାକୁ ବ୍ୟବହାର କରିବାକୁ ଅନୁରୋଧ ।
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.