ETV Bharat / city

ତୁରନ୍ତ ମଣ୍ଡି ଖୋଲିବାକୁ ଋଷିକୁଲ୍ୟା ରୟତ ମହାସଭାର ଦାବି

author img

By

Published : Dec 15, 2019, 11:49 PM IST

ବ୍ରହ୍ମପୁର ଠାରେ ଏକ ସାମ୍ବାଦିକ ସମ୍ମିଳନୀ ଆୟୋଜିତ କରି ତୁରନ୍ତ ମଣ୍ଡି ଖୋଲିବାକୁ ଦାବି କରିଛି ଋଷିକୁଲ୍ୟା ରୟତ ମହାସଭା।

ଋଷିକୁଲ୍ୟା ରୟତ ମହାସଭା
ତୁରନ୍ତ ମଣ୍ଡି ଖୋଲିବାକୁ ଋଷିକୁଲ୍ୟା ରୟତ ମହାସଭାର ଦାବି

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାରେ ତୁରନ୍ତ ମଣ୍ଡି ଖୋଲି ଧାନ ସଂଗ୍ରହ କରିବାକୁ ଦାବି କରିଛି ଋଷିକୁଲ୍ୟା ରୟତ ମହାସଭା। ନଭେମ୍ବର 15ରୁ ଧାନ ମଣ୍ଡି ଖୋଲାଯିବ ବୋଲି ଜିଲ୍ଲାରେ ଘୋଷଣା କରାଯାଇଥିଲେ ବି ଏପର୍ଯ୍ୟନ୍ତ ଖୋଲାଯାଇନାହିଁ । ଏହାକୁ ନେଇ ବ୍ରହ୍ମପୁର ଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଏନେଇ ସମାଲୋଚନା କରାଯାଇଛି।

ଡିସେମ୍ବର ମାସ ଶେଷ ସୁଦ୍ଧା ଚାଷୀଙ୍କ ନାମ ପଞ୍ଜୀକରଣ କରି ଟୋକନ ଦିଆଯିବା ସହ ସମସ୍ତ ସୁବିଧା ପ୍ରଦାନ କରିବାକୁ ଦାବି କରାଯାଇଥିଲା। ଏପରିକି ଚାଷୀଙ୍କ ସୁବିଧା ଅନୁଯାୟୀ ପ୍ରତି ଗ୍ରାମରେ ମଣ୍ଡି ଖୋଲି ଚାଷୀଙ୍କ ଠାରୁ ଧାନ କ୍ରୟ କରାଯିବା ସହ ପ୍ରତି ଗ୍ରାମରେ ଚାଷୀ କମିଟି କରି ତାଙ୍କ ପରାମର୍ଶରେ ଧାନ କିଣିବାକୁ ଦାବି କରାଯାଇଥିଲା।

ରାଜ୍ୟ ସରକାର କ୍ବିଣ୍ଟାଲ ପ୍ରତି ସର୍ବନିମ୍ନ ୩୦୦ ଟଙ୍କା ବୋନସ ପ୍ରଦାନ କରିବା ସହ ଛତିଶଗଡ଼ ରାଜ୍ୟ ଭଳି ମଧ୍ୟ ବ୍ୟବସ୍ଥା କରିବାକୁ ଦାବି ହୋଇଛି। ଛତିଶଗଡ଼ରେ ଯେଉଁଭଳି ପ୍ରତ୍ୟେକ ପଞ୍ଚାୟତରେ ପ୍ରକୃତ ଚାଷୀଙ୍କ ତାଲିକା ଓ ଧାନ ସଂଗ୍ରହ ପାଇଁ ସମସ୍ତ ଉପକରଣ ସହ ମଣ୍ଡି ସ୍ଥାପନ ହୋଇଛି। ସେହିଭଳି ଭାବରେ ସରକାର ବଜେଟରେ ଅର୍ଥ ପ୍ରଦାନ କରିବାକୁ ସାମ୍ବାଦିକ ସମ୍ମିଳନୀରେ ପରାମର୍ଶ ପ୍ରଦାନ କରାଯାଇଛି । ଏହି ସମ୍ମିଳନୀରେ ଉପଦେଷ୍ଟା ପ୍ରଫୁଲ ସାମନ୍ତରା, ସମ୍ପାଦକ ସୀମାଞ୍ଚଳ ନାୟକଙ୍କ ସମେତ ବହୁ କର୍ମକର୍ତ୍ତା ଉପସ୍ଥିତ ରହିଥିଲେ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

Intro:ଗଞ୍ଜାମ ଜିଲ୍ଲାରେ ତୁରନ୍ତ ମଣ୍ଡି ଖୋଲି ଧାନ ସଂଗ୍ରହ କରିବାକୁ ଦାବୀ କଲା ରଷିକୁଲ୍ୟା ରୟତ ମହାସଭା। ବ୍ରହ୍ମପୁର ଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଜିଲ୍ଲାରେ ନଭେମ୍ବର ୧୫ରୁ ଧାନ ମଣ୍ଡି ଖୋଲାଯିବ ବୋଲି ଜିଲ୍ଲା ଘୋଷଣା କରାଯାଇଥିଲେ ମଧ୍ୟ ଅଦ୍ୟାବଧି ମଣ୍ଡି ଖୋଲା ଯାଇନଥିବା ନେଇ ଏହି ଅବସରରେ ସମାଲୋଚନା କରାଯାଇଛି । ଏପରିକି ସମସ୍ତ ଚାଷୀଙ୍କ ନାମ ପଞ୍ଜିକରଣ କରି ଟୋକନ ଦିଆଯିବା ସହ ଚାଷୀ ମାନଙ୍କ ନାମ ପଞ୍ଜିକରଣ ଡିସେମ୍ବର ମାସ ଶେଷ ପର୍ଯ୍ୟନ୍ତ ସୁବିଧା ପ୍ରଦାନ କରିବାକୁ ଦାବୀ କରାଯାଇଥିଲା ।ଏପରିକି ଚାଷୀଙ୍କ ସୁବିଧା ଅନୁଯାୟୀ ପ୍ରତି ଗ୍ରାମରେ ମଣ୍ଡି ଖୋଲି ଚାଷୀଙ୍କ ଠାରୁ ଧାନ କ୍ରୟ କରାଯିବା ସହ ପ୍ରତି ଗ୍ରାମରେ ଚାଷୀ କମିଟି କରି ତାଙ୍କ ପରାମର୍ଶରେ ଧାନ କିଣିବାକୁ ଦାବୀ କରାଯାଇଛି । ରାଜ୍ୟ ସରକାରଙ୍କ ପ୍ରତି କ୍ୱିଂଟାଲ ପ୍ରତି ସର୍ବନିମ୍ନ ୩୦୦ ଟଙ୍କା ବୋନସ ପ୍ରଦାନ କରିବା ସହ ଛତିଶଗଡ଼ ରାଜ୍ୟ ଭଳି ମଧ୍ୟ ଆମ ରାଜ୍ୟର ପ୍ରତେକ ପଞ୍ଚାୟତ ସ୍ତରରେ ପ୍ରକୃତ ଚାଷୀଙ୍କ ତାଲିକା ଓ ଧାନ ସଂଗ୍ରହ ପାଇଁ ସମସ୍ତ ଉପକରଣ ରହିଥିବା ବ୍ୟବସ୍ଥିତ ମଣ୍ଡି ସ୍ଥାପନ କରିବାକୁ ସରକାର ବଜେଟରେ ଅର୍ଥ ପ୍ରଦାନ କରିବାକୁ ସାମ୍ବାଦିକ ସମ୍ମିଳନୀରେ ପରାମର୍ଶ ପ୍ରଦାନ କରାଯାଇଛି । ଏହି ସମ୍ମିଳନୀରେ ଉପଦେଷ୍ଟା ପ୍ରଫୁଲ ସାମନ୍ତରା ,ସଂପାଦକ ସିମାଞ୍ଚଳ ନାୟକ ଙ୍କ ସମେତ ବହୁ କର୍ମକର୍ତ୍ତା ଉପସ୍ଥିତ ରହିଥିଲେ ।
ବାଇଟ୍-ପ୍ରଫୁଲ ସାମନ୍ତରା(ଉପଦେଷ୍ଟା-ରଷିକୁଲ୍ୟା ରୟତ ମହାସଭା)
ବାଇଟ୍-ସୀମାଞ୍ଚଳ ନାୟକ(ସଂପାଦକ-ରଷିକୁଲ୍ୟା ରୟତ ମହାସଭା)Body:ବ୍ରହ୍ମପୁର ରୁ ସମୀର ଆଚାର୍ଯ୍ୟ ଇଟିଭି ଭାରତ...
* ଭିଜୁଆଲ ମୋଜୋ ରେ ଯାଇଛି..Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.