ବ୍ରହ୍ମପୁର: ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ପରିସରରେ ବାଘ ଆତଙ୍କ(Tiger Terror in Berhampur University Campus) । ବାଘ ଭୟରେ ଆତଙ୍କିତ ସ୍ଥାନୀୟବାସିନ୍ଦା । ଭଞ୍ଜବିହାର କ୍ୟାମ୍ପସ ସମେତ ନିକଟବର୍ତ୍ତୀ ଅନ୍ତରବାଟିଆ ଅଞ୍ଚଳରେ ବାଘ ବୁଲୁଥିବା ନେଇ ଖବର ପ୍ରଚାର ହେବା ଫଳରେ ଆତଙ୍କର ବାତାବରଣ ଖେଳିଯାଇଛି ।
ଏହା ମଧ୍ୟ ପଢନ୍ତୁ: କୋଟିଆ ସୀମାନ୍ତରେ ମହାବଳ ବାଘ ଆତଙ୍କ, ସ୍ଥାନୀୟ ଅଞ୍ଚଳରେ କୋକୁଆ ଭୟ
ଭଞ୍ଜବିହାର(Bhanja Bihar) କ୍ୟାମ୍ପସ ପରିସରରେ ଗତ ଦୁଇ ଦିନ ଧରି ଏଭଳି ପ୍ରଚାର ବୃଦ୍ଧି ପାଉଥିବା ଦେଖାଯାଇଛି । କିଛି ଲୋକ ଅନ୍ତରବାଟିଆ ଗାଁରେ ରହୁଥିବା ସୁନିଲ ଦାସ ଘର ପଛ ପଟକୁ ଯାଇଥିବା ବେଳେ ବାଘକୁ ଦେଖିବା ସହ ଡରିଯିବା ସହ ଦୌଡି ଆସି ଏହି ଘଟଣା ଅନ୍ୟମାନଙ୍କୁ ଘଟଣା ନେଇ ଅବଗତ କରାଇଥିଲେ । ଏହି କଥା ପ୍ରଚାର ହେବା ପରେ ଗାଁର କିଛି ଲୋକ ମେଳି ବାନ୍ଧି ଉକ୍ତ ଜଙ୍ଗଲ ଆଡ଼କୁ ଯିବା ସମୟରେ ବାଘ କୁଆଡେ ଭଞ୍ଜବିହାର କ୍ୟାମ୍ପସ ପରିସର ଆଡ଼କୁ ଚାଲି ଯାଇଥିଲା । ଏହା ନେଇ କିଛି ଲୋକ କ୍ୟାମ୍ପସ ସୁପରଭାଇଜର ମିହିର ତ୍ରିପାଠୀଙ୍କୁ ଅବଗତ କରାଇଥିଲେ।
ଘଟଣା ପରେ ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ(Berhampur University) ପ୍ରଶାସନ ପକ୍ଷରୁ କ୍ୟାମ୍ପସ ପରିସରରେ ରହୁଥିବା କର୍ମଚାରୀ ମାନଙ୍କୁ ଏହା ନେଇ ଅବଗତ କରାଇବା ସହ ରାତ୍ର ସମୟରେ ଚଳପ୍ରଚଳ ବେଳେ ସାବଧାନତା ଅବଲମ୍ବନ କରିବାକୁ କର୍ମଚାରୀ ମାନଙ୍କୁ ଅବଗତ କରାଯାଇଛି । ଏହାସହ ଘଟଣା ସମ୍ପର୍କରେ ବନବିଭାଗକୁ ମଧ୍ୟ ଅବଗତ କରାଯାଇଛି । ଏପରିକି ଏହା ପରେ ବନବିଭାଗ କର୍ମଚାରୀଙ୍କୁ ଘଟଣା ସ୍ଥଳକୁ ପଠାଇବା ସହ ପାଟ୍ରୋଲିଂ ଜାରି ରଖିଥିବା ଜଣାପଡିଛି ।
ରାତ୍ରି ସମୟରେ ବନବିଭାଗ ପକ୍ଷରୁ ଟିମ କ୍ୟାମ୍ପସ ପରିସରରେ ଥିବା ଜଙ୍ଗଲରେ ପାଟ୍ରୋଲିଂ କରିବା ସହ ଏହା ଉପରେ ତିକ୍ଷଣ ନଜର ରଖାଯିବ ବୋଲି କୁହାଯାଇଛି । ବ୍ରହ୍ମପୁର ବିଶ୍ଵବିଦ୍ୟାଳୟରେ ବାଘ ଆତଙ୍କକୁ ନେଇ ବନ ବିଭାଗ ପକ୍ଷରୁ କଡ଼ା ପହରା 2ଟି ଟିମ କରୁଥିବା ବେଳେ କିଛି ଲୋକଙ୍କ ସହଯୋଗରେ ପାଟ୍ରୋଲିଂ କରିଥିଲେ । କିନ୍ତୁ ଅଦ୍ୟାବଧି କୌଣସି ସୁରାକ ପାଇନଥିବା ବେଳେ ପାଟ୍ରୋଲିଂ ସହିତ ବାଘକୁ ଟ୍ରାପ କ୍ୟାମେରା ଲଗାଯିବ । ସେଥିରେ କୌଣସି ଜଣାପଡେ ତାହା ପରେ ଚିହ୍ନଟ କରାଯିବ ବୋଲି କୁହାଯାଇଥିବା ବେଳେ କେହି ଏହାକୁ ନେଇ ଭୟଭୀତ ନହେବାକୁ ପରାମର୍ଶ ଦିଆଯାଇଛି ।
ଇଟିଭି ଭାରତ, ବ୍ରହ୍ମପୁର