ETV Bharat / city

ଜିଲ୍ଲାରେ ମରୁଡି ସ୍ଥିତି ଅନୁଧ୍ୟାନ କଲା ବିଜେପିର ତିନି ଜଣିଆ ପ୍ରତିନିଧି ଦଳ - drought Problem In the district

ଜିଲ୍ଲାରେ ମରୁଡି ସମସ୍ୟା ନେଇ ଚିନ୍ତାରେ ଚାଷୀ । ଜିଲ୍ଲାକୁ ବିଜେପିର ତିନି ଜଣିଆ ପ୍ରତିନିଧି ଦଳ ଗସ୍ତ କରି ଗଞ୍ଜାମ ଜିଲ୍ଲାକୁ ସରକାରଙ୍କ ତରଫରୁ ମରୁଡି ଘୋଷଣା କରିବା ସହ ଚାଷୀଙ୍କୁ ଫସଲ ବୀମା ରାଶି ପ୍ରଦାନ କରନ୍ତୁ ବୋଲି ଦାବି କରିଛି ବିଜେପି । ଅଧିକ ପଡନ୍ତୁ...

ଜିଲ୍ଲାରେ ମରୁଡି ସ୍ଥିତି ଅନୁଧ୍ୟାନ କଲା ବିଜେପିର ତିନି ଜଣିଆ ପ୍ରତିନିଧି ଦଳ

author img

By

Published : Aug 29, 2021, 6:13 AM IST

Updated : Aug 30, 2021, 6:07 PM IST

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାରେ ମରୁଡି ସ୍ଥିତି ଅନୁଧ୍ୟାନ କରିବା ପାଇଁ ଭାରତୀୟ ଜନତା ପାର୍ଟିର ତିନି ଜଣିଆ ପ୍ରତିନିଧି ଦଳ ଜିଲ୍ଲା ଗସ୍ତରେ ଆସି ବିଭିନ୍ନ ଚାଷ ଜମି ବୁଲି ଦେଖିବା ସହ ଚାଷ ଜମିରେ ଜଳସେଚନ ବ୍ୟବସ୍ଥାକୁ ନେଇ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି । ରାଜ୍ୟରେ ସ୍ୱଳ୍ପ ପରିମାଣର ବର୍ଷା ହେବା ଯୋଗୁଁ ଏବେ ଚାଷୀଙ୍କୁ ମରୁଡ଼ି ଚିନ୍ତା ଘାରିଛି । ବହୁ ଚାଷ ଜମିରେ ଚାଷ କାର୍ଯ୍ୟ ଏବଂ ରୁଆ କାର୍ଯ୍ୟ ମଧ୍ୟ ହୋଇପାରୁନାହିଁ ।

ଜିଲ୍ଲାରେ ମରୁଡି ସ୍ଥିତି ଅନୁଧ୍ୟାନ କଲା ବିଜେପିର ତିନି ଜଣିଆ ପ୍ରତିନିଧି ଦଳ

ତେବେ ବହୁ ସ୍ଥାନରେ ଧାନ ତଳି ନେଇ ପାଣି ଅଭାବରୁ ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି । ସରକାରଙ୍କ ଦ୍ଵାରା ଉଠା ଜଳସେଚନ ବ୍ୟବସ୍ଥା ରହିଅଛି । ଯାହାକି ବିଭିନ୍ନ କାରଣରୁ ଅଚଳ ହୋଇ ପଡିରହିଛି । ଏନେଇ ଯଥାଶୀଘ୍ର ସରକାରଙ୍କ ମରୁଡି ଘୋଷଣା କରି ଚାଷୀଙ୍କୁ ଫସଲ ବୀମା ରାଶି ପ୍ରଦାନ କରନ୍ତୁ ବୋଲି ଦାବି କରିଛନ୍ତି ଏହି ପ୍ରତିନିଧି ଦଳ । ତେବେ ଆଜି (ଶନିବାର) ଗଞ୍ଜାମର ରମ୍ଭା, ହୁମା ଅଞ୍ଚଳର ଚାଷ ଜମି ବୁଲିଦେଖିବା ପରେ ଜିଲ୍ଲାର ଦିଗପହଣ୍ଡି, ରଙ୍ଗେଇଲୁଣ୍ଡା ଅଞ୍ଚଳର ଚାଷ ଜମି ବୁଲି ଅନୁଧ୍ୟାନ କରିବା ନେଇ ସୂଚନା ମିଳିଛି ।

ବ୍ରହ୍ମପୁରରୁ ସମୀର କୁମାର ଆଚାର୍ଯ୍ୟ, ଇଟିଭି ଭାରତ

Last Updated : Aug 30, 2021, 6:07 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.