ବ୍ରହ୍ମପୁର: ଶ୍ରାବଣ ମାସର ତୃତୀୟ ସୋମବାରରେ ବ୍ରହ୍ମପୁର ସହରର ବିଭିନ୍ନ ଶୈବ ମନ୍ଦିରରେ ଭୋରରୁ ଲାଗିରହିଥିଲା କାଉଡ଼ିଆଙ୍କ ଭିଡ । କାଉଡି ଧରି ସମସ୍ତ କାଉଡିଆ ସକାଳୁ ଯାଇ ବିଭିନ୍ନ ଶୈବ ପୀଠରେ ବାବା ଭୋଲାନାଥଙ୍କୁ ଜଳାଭିଷେକ କରିଥିଲେ ।
ସହରର ନୀଳକଣ୍ଠେଶ୍ବର, କପିଳେଶ୍ବର, ବାଲୁଙ୍କେଶ୍ବର, ବିଶ୍ବେଶ୍ବର, ବୈଦ୍ୟନାଥ ଓ ଭାବିନିପୁରସ୍ଥିତ ଶଙ୍କେଳେଶ୍ବର ଭଳି ପ୍ରସିଦ୍ଧ ଶୈବ ପୀଠକୁ ଭକ୍ତମାନେ କାନ୍ଧରେ କାଉଡି ଭାର ଧରି ବିଭିନ୍ନ ଜଳାଶୟରୁ ଜଳ ନେଇ ମହାଦେବଙ୍କୁ ଜଳାଭିଷେକ କରିଛନ୍ତି । ସହରର ଶଙ୍କେଳେଶ୍ବର ମନ୍ଦିର ସକାଳ ସମୟରେ ଭିଡ ଜମିଥିବାବେଳେ କାଉଡିଆଙ୍କ ସହ ଆଲୋଚନା କରିଥିଲେ ଆମ ସମ୍ବାଦଦାତା ।
ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ