ETV Bharat / city

ପାଞ୍ଚ ଦଫା ଦାବି ନେଇ କଳାବ୍ୟାଚ ପରିଧାନ କଲେ ଟ୍ରକ ମାଲିକ ସଂଘ

author img

By

Published : Jun 29, 2021, 7:10 AM IST

ପାଞ୍ଚ ଦଫା ଦାବି ନେଇ କଳାବ୍ୟାଚ ପରିଧାନ କରିଛନ୍ତି ଗଞ୍ଜାମ ଜିଲ୍ଲା ଟ୍ରକ ମାଲିକ ସଂଘ । ଅଲ୍ ଇଣ୍ଡିଆ ମୋଟର ଟ୍ରାନ୍ସପୋର୍ଟ କଂଗ୍ରେସର ଡାକରାକୁ ସମର୍ଥନ ଜଣାଇ ଏଭଳି ପ୍ରତିବାଦ କରିଛନ୍ତି । ଅଧିକ ପଢନ୍ତୁ...

ପାଞ୍ଚ ଦଫା ଦାବି ନେଇ କଳାବ୍ୟାଜ ପରିଧାନ କଲେ ଟ୍ରକ ମାଲିକ ସଂଙ୍ଘ

ବ୍ରହ୍ମପୁର: ପାଞ୍ଚ ଦଫା ଦାବି ନେଇ କଳାବ୍ୟାଚ ପରିଧାନ କରିଛନ୍ତି ଗଞ୍ଜାମ ଜିଲ୍ଲା ଟ୍ରକ ମାଲିକ ସଂଘ । ଅଲ୍ ଇଣ୍ଡିଆ ମୋଟର ଟ୍ରାନ୍ସପୋର୍ଟ କଂଗ୍ରେସର ଡାକରାକୁ ସମର୍ଥନ ଜଣାଇ ଏଭଳି ପ୍ରତିବାଦ କରିଛନ୍ତି । ବର୍ତ୍ତମାନର କୋରୋନା ମହାମାରୀ ସମୟରେ ଟ୍ରକ୍ ଚାଳକ ଓ କର୍ମଚାରୀମାନେ ନାନା ଅସୁବିଧାରେ ରହିଛନ୍ତି । ସେମାନଙ୍କ ଜୀବନ ଜୀବିକା ଦୁର୍ବିସହ ହୋଇପଡ଼ିଛି । ତେବେ ସରକାର ଏହି ଦୁର୍ଦ୍ଦିନ ସମୟରେ ଡିଜେଲ ଦର ବୃଦ୍ଧି ଅନେକଙ୍କୁ ବାଧୁଥିବା କହିଛନ୍ତି ଟ୍ରକ ମାଲିକ ସଂଘ । ଏପରିକି ସେମାନଙ୍କ ଉପରେ ପଡ଼ି ରହିଥିବା ବକେୟା ଏବଂ ଅନ୍ୟାନ୍ୟ କର ଆଦାୟ କରିବାକୁ ପଛାଉନାହିଁ ସରକାର ।

ଏହାର ପ୍ରତିବାଦରେ ଆସନ୍ତା ଅଗଷ୍ଟ ପ୍ରଥମ ସପ୍ତାହରେ ଜାତୀୟ ସ୍ତରରେ ଚକା ଜାମ ଆନ୍ଦୋଳନ କରିବା ପାଇଁ ଟ୍ରକ୍ ମାଲିକ ସଂଘ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି । ଏପଟେ ସରକାର ଏ ସଂକ୍ରାନ୍ତରେ କୌଣସି ପଦକ୍ଷେପ ଗ୍ରହଣ କରିନଥିବା ଯୋଗୁଁ ସଂଘ ପକ୍ଷରୁ କଳା ଦିବସ ପାଳନ କରାଯାଇଛି । ଏନେଇ ବ୍ରହ୍ମପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ ପାଇଁ ଜିଲ୍ଲା ସଭାପତି ପ୍ରମୋଦ କୁମାର ଜେନାଙ୍କ ନେତୃତ୍ବରେ ଏକ ଦାବିପତ୍ର ପ୍ରଦାନ କରାଯାଇଥିଲା ।

ଅନ୍ୟମାନଙ୍କ ମଧ୍ୟରେ ଉପସଭାପତି କାଳୀ ଚରଣ ସ୍ଵାଇଁ, ସମ୍ପାଦକ ରଞ୍ଜିତ କୁମାର ପଣ୍ଡା ଓ ଯୁଗ୍ମ ସମ୍ପାଦକ ସୁବାସ ଚନ୍ଦ୍ର ପଣ୍ଡାଙ୍କ ସମେତ ବହୁ କର୍ମକର୍ତ୍ତା କଳାବ୍ୟାଜ ପରିଧାନ କରି ହାତରେ ପ୍ଳାଏକାର୍ଡ ଧରି ନିଜର ଦାବି ଜଣାଇଥିଲେ ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.