ETV Bharat / city

ଗଞ୍ଜାମ ପ୍ରଶାସନ ମୁଣ୍ଡବିନ୍ଧାର କାରଣ ସୁରଟ ଫେରନ୍ତା ଦାଦନ ଶ୍ରମିକ - reason for the Ganjam administration's headache

ସୁରଟରୁ ଆସୁଥିବା ପ୍ରବାସୀ ଦାଦନ ଶ୍ରମିକମାନେ ବିଭିନ୍ନ କ୍ବାରେଣ୍ଟାଇନ ସେଣ୍ଟରରେ ସେମାନଙ୍କ ବିଶୃଙ୍ଖଳିତ ଆଚରଣ ଦେଖିବାକୁ ମିଳୁଛି । ଯାହା ଏବେ ଗଞ୍ଜାମ ସରକାରଙ୍କ ସହ ପୂରା ଜିଲ୍ଲାବାସୀଙ୍କ ଚିନ୍ତା ବଢାଇ ଦେଇଛି ।

ganjam
ଚିନ୍ତା ବଢାଉଛନ୍ତି ସୁରତର ପ୍ରବାସୀ ଦାଦନ
author img

By

Published : May 7, 2020, 8:34 PM IST

ବ୍ରହ୍ମପୁର: ଲକଡାଉନ ଯୋଗୁଁ ବିଭିନ୍ନ ରାଜ୍ୟରେ ଫସିଥିବା ଦାଦନ ଶ୍ରମିକଙ୍କୁ ସରକାର ବସ ଓ ଟ୍ରେନରେ ଫେରାଇ ଆଣିବାକୁ ପ୍ରକ୍ରିୟା ଜାରି ରଖିଛନ୍ତି । ମାତ୍ର ସେଠାରୁ ଫେରିବା ପରେ ପ୍ରବାସୀ ଦାଦନ ଶ୍ରମିକ ମାନେ ବିଭିନ୍ନ କ୍ବାରେଣ୍ଟାଇନ ସେଣ୍ଟରରେ ପ୍ରବାସୀ ଶ୍ରମିକଙ୍କ ବିଶୃଙ୍ଖଳିତ ଆଚରଣ ଦେଖିବାକୁ ମିଳୁଛି । ଯାହା ଏବେ ଗଞ୍ଜାମ ସରକାରଙ୍କ ସହ ପୂରା ଜିଲ୍ଲାବାସୀଙ୍କ ଚିନ୍ତା ବଢାଇ ଦେଇଛି ।

ଗଞ୍ଜାମ ପାଇଁ ଟେନସନ ସୁରତ ଫେରନ୍ତା ଦାଦନ ଶ୍ରମିକ

ଦାଦନ ଫେରନ୍ତାଙ୍କ ଏଭଳି କାର୍ଯ୍ୟକଳାପ ଦେଖି ଜିଲ୍ଲାର ବିଭିନ୍ନ ସ୍ଥାନରେ ହୋଇଥିବା କ୍ବାରେଣ୍ଟାଇନ ସେଣ୍ଟରରେ ପ୍ରଶାସନିକ ଅଧିକାରୀ ନଜର ରଖିଥିବା ବେଳେ ସେମାନଙ୍କ ବ୍ୟବହାରରେ ଶାଳିନତା ନରଖିଲେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଚେତାବନୀ ଦେଇଛନ୍ତି ଗଞ୍ଜାମ ଜିଲ୍ଲା ଆରକ୍ଷୀ ଅଧିକ୍ଷକ । ଅନ୍ୟପଟେ କିଛି ଦାୟିତ୍ୱବାନ ସୁରଟ ଫେରନ୍ତା ଏ ନେଇ କ୍ଷମା ମଧ୍ୟ ମାଗିଛନ୍ତି।

ସେପଟେ ଗଞ୍ଜାମ ଜିଲ୍ଲାରେ କେତେକ ସେଣ୍ଟରରେ ରହୁଥିବା ଦାଦନମାନେ ସାମାଜିକ ଦୂରତ୍ବ ରକ୍ଷା କରି ବିଭିନ୍ନ ଧାର୍ମିକ ଗତିବିଧିରେ ନିଜକୁ ନିୟୋଜିତ କରୁଥିବା ,ତ କେଉଁଠି ଯୋଗ କରୁଥିବାର ଭିଡ଼ିଓ ମଧ୍ୟ ଭାଇରାଲ ହେଇଥିଲା । ତେବେ ଏତେ ସଂଖ୍ୟାରେ ଦାଦନଙ୍କୁ ଜିଲ୍ଲାରେ ସୁବିଧାରେ ରଖିବା ଜିଲ୍ଲା ପ୍ରଶାସନ ପାଇଁ ଏକ ବଡ଼ ଚ୍ୟାଲେଞ୍ଜ ଭାବେ ଉପସ୍ଥିତ ହେଇଛି ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.