ETV Bharat / city

ଆତ୍ମହତ୍ୟା କରିଥିବା ଚାଷୀର ପରିବାରକୁ ଭେଟିଲେ ରାଜ୍ୟ କୃଷକ ମୋର୍ଚ୍ଚା ସଭାପତି - ବ୍ରହ୍ମପୁର ଖବର

ଗଞ୍ଜାମ ଜିଲ୍ଲା ଗ୍ରସ୍ତ କରିଛନ୍ତି ରାଜ୍ୟ କୃଷକ ମୋର୍ଚ୍ଚା ସଭାପତି । ଆତ୍ମହତ୍ୟା କରିଥିବା ଚାଷୀର ପରିବାରକୁ ଭେଟିଲେ ପ୍ରଦୀପ ପୁରୋହିତ । ଅଧିକ ପଢନ୍ତୁ...

ଆତ୍ମହତ୍ୟା କରିଥିବା ଚାଷୀର ପରିବାରକୁ ଭେଟିଲେ ରାଜ୍ୟ କୃଷକ ମୋର୍ଚ୍ଚା ସଭାପତି

author img

By

Published : Aug 12, 2021, 12:20 PM IST

ବ୍ରହ୍ମପୁର: ଆତ୍ମହତ୍ୟା କରିଥିବା ଚାଷୀର ପରିବାରକୁ ଭେଟିଲେ ରାଜ୍ୟ କୃଷକ ମୋର୍ଚ୍ଚା ସଭାପତି ପ୍ରଦୀପ ପୁରୋହିତ । ଗଞ୍ଜାମ ଜିଲ୍ଲା ଗ୍ରସ୍ତ କରି ବଉଳଝୋଳି ପଞ୍ଚାୟତର ଚାଷୀ ଦାଶରଥୀ ବିଷୋୟୀଙ୍କ ପରିବାରରେ ନିକଟକୁ ଯାଇଥିଲା ପ୍ରଦୀପ । କିପରି ଏବଂ କେଉଁ ପରିସ୍ଥିତିରେ ଦାଶରଥୀ ବିଷୋୟୀ ଆତ୍ମହତ୍ୟା କରିବାକୁ ବାଧ୍ୟହେଲେ ପରିବାର ଲୋକଙ୍କ ଠାରୁ ପଚାରି ବୁଝିଛନ୍ତି । ମୁଖ୍ୟତଃ କେନାଲ ଭାଙ୍ଗିଯିବା ଯୋଗୁଁ ଚାଷୀ ଜଣଙ୍କ ଜମିରେ ପାଣି ମାଡିଯାଇଥିଲା । ଚାଷରେ କ୍ଷତି ଘଟିବା ଫଳରେ ଚାଷୀ ଆତ୍ମହତ୍ୟା କରିଥିବା ପରିବାରବର୍ଗ ଅଭିଯୋଗ କରିଥିଲେ । ଏନେଇ ପରିବାର ବର୍ଗଙ୍କୁ ୧୦ଲକ୍ଷ ଟଙ୍କା କ୍ଷତିପୂରଣ ଦାବି କରିଛନ୍ତି ବିଜେପି ରାଜ୍ୟ କୃଷକ ମୋର୍ଚ୍ଚା ସଭାପତି ।

ଆତ୍ମହତ୍ୟା କରିଥିବା ଚାଷୀର ପରିବାରକୁ ଭେଟିଲେ ରାଜ୍ୟ କୃଷକ ମୋର୍ଚ୍ଚା ସଭାପତି

ଏପରିକି ଏହି କେନାଲ ଭଙ୍ଗା ଘଟଣାର ମୁଖ୍ୟ ଅଭିଯୁକ୍ତ ଠିକାଦାରଙ୍କ ନାମରେ ଜଳସେଚନ ବିଭାଗ ନିଜ ଆଡୁ ଫୌଜଦାରୀ ମାମଲା ରୁଜୁ କରିବାକୁ ଦାବି କରିଥିଲେ । କେନାଲ ଭାଙ୍ଗିଯିବା ପରେ କ୍ଷତିଗ୍ରସ୍ତ ହୋଇଥିବା ସମସ୍ତ ଚାଷୀଙ୍କୁ କ୍ଷତି ପୂରଣ ଦେବାକୁ ଦାବି ହୋଇଛି । ଆସନ୍ତା ୭ ଦିନ ମଧ୍ୟରେ ଯଦି ଜଳସେଚନ ବିଭାଗ ନିଜ ଆଡୁ ଅଭିଯୁକ୍ତଙ୍କ ନାମରେ ମାମଲା ରୁଜୁ ନକରେ ତେବେ ଅବିଭକ୍ତ ଗଞ୍ଜାମ ଜିଲ୍ଲାରେ ଭାରତୀୟ ଜନତା ପାର୍ଟି କୃଷକ ମୋର୍ଚ୍ଚା ତରଫରୁ ଜଳସେଚନ ବିଭାଗ କାର୍ଯ୍ୟାଳୟ ଘେରାଉ କରାଯିବ ବୋଲି କୁହାଯାଇଛି ।

ଗଞ୍ଜାମ ଜିଲ୍ଲାରେ ମୌସୁମୀ ବର୍ଷାର ଅଭାବ ଯୋଗୁଁ ମରୁଡି ପରିସ୍ଥିତି ସୃଷ୍ଟି ହେଇଛି । ତେଣୁ ସରକାର ରାଜସ୍ୱ ବିଭାଗ ଅଧିକାରୀଙ୍କୁ କ୍ଷୟକ୍ଷତି ଆକଳନ ପାଇଁ ନିର୍ଦ୍ଦେଶ ଦେଇ ଚାଷୀମାନଙ୍କୁ କ୍ଷତି ପୂରଣ ଦେବାର ବ୍ୟବସ୍ଥା କରନ୍ତୁ । ସେପଟେ ଯେତେ ଚାଷୀ ପଞ୍ଜିକରଣ କରିବେ ସମସ୍ତ ଚାଷୀଙ୍କ ଧାନ ରାଜ୍ୟ ସରକାର କ୍ରୟ କରନ୍ତୁ ବୋଲି ବ୍ରହ୍ମପୁର ଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଦଳ ପକ୍ଷରୁ ଦାବି କରାଯାଇଛି । ଏହି ଅବସରରେ ରାଜ୍ୟ କୃଷକ ମୋର୍ଚ୍ଚା ସଭାପତିଙ୍କ ସହ ଗଞ୍ଜାମ ଜିଲ୍ଲା ସଭାପତିଙ୍କ ସହଙ୍କ ସମେତ ବହୁ କର୍ମୀ ଯୋଗ ଦେଇଥିଲେ ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.