ETV Bharat / city

ବର୍ଦ୍ଧିତ ହୋଲ୍ଡିଂ ଟ୍ୟାକ୍ସ ପ୍ରତ୍ୟାହାର ଦାବିରେ ବିଜେପିର ପ୍ରତିବାଦ - protest against holding tax increase

ରାଜଧାନୀ ଭୁବନେଶ୍ବର ଓ କଟକ ସହରରେ ସରକାରଙ୍କ ବର୍ଦ୍ଧିତ ହୋଲ୍ଡିଂ ଟ୍ୟାକ୍ସ ସ୍ଥଗିତ ପରେ ବ୍ରହ୍ମପୁରରେ ମଧ୍ୟ ତେଜିଲା ବିରୋଧ । ଅଧିକ ପଢନ୍ତୁ....

ବର୍ଦ୍ଧିତ ହୋଲ୍ଡିଙ୍ଗ୍ ଟ୍ୟାକ୍ସ  ପ୍ରତ୍ୟାହର ଦାବିରେ ବିଜେପିର ପ୍ରତିବାଦ

author img

By

Published : Mar 18, 2021, 6:37 PM IST

ବ୍ରହ୍ମପୁର: ରାଜଧାନୀ ଭୁବନେଶ୍ବର ଓ କଟକରେ ବର୍ଦ୍ଧିତ ହୋଲ୍ଡିଂ ଟ୍ୟାକ୍ସକୁ କାର୍ଯ୍ୟକାରୀ କରାଯିବ ନାହିଁ ବୋଲି ସରକାରଙ୍କ ଘୋଷଣା ପରେ ବ୍ରହ୍ମପୁର ସହରରେ ଏହାକୁ ପ୍ରତ୍ୟାହର କରାଯିବା ଦାବି କରିଛି ବିଜେପି । ବିଜେପି ପକ୍ଷରୁ ମହାନଗର ନିଗମ କାର୍ଯ୍ୟାଳୟ ସମୁଖରେ ପ୍ରତିବାଦ କରାଯାଇଥିବା ଦେଖାଯାଇଛି ।

ବର୍ଦ୍ଧିତ ହୋଲ୍ଡିଙ୍ଗ୍ ଟ୍ୟାକ୍ସ ପ୍ରତ୍ୟାହର ଦାବିରେ ବିଜେପିର ପ୍ରତିବାଦ

କୋରୋନା ପ୍ରଭାବରେ ସାଧାରଣ ଜନତାଙ୍କ ଆର୍ଥିକ ମେରୁଦଣ୍ଡ ଭାଙ୍ଗି ପଡିଥିବାବେଳେ ବ୍ରହ୍ମପୁରରେ ଜନସାଧାରଣ ନିଜର ଜୀବନ ଜୀବିକା ପାଇଁ ଦୀର୍ଘ ଦେଢ଼ ବର୍ଷ ଧରି ସଙ୍ଘର୍ଷ କରି ଆସୁଛନ୍ତି ।ଏଭଳି ସମୟରେ ବ୍ରହ୍ମପୁର ମହାନଗର ନିଗମ ତରଫରୁ ସାଧାରଣ ଜନତାଙ୍କ ଉପରେ ବର୍ଦ୍ଧିତ ଟିକସ ବୋଝ ଉପରେ ନଳିତା ବିଡା ସଦୃଶ୍ୟ ବୋଲି ଦଳ ଅଭିଯୋଗ କରିଛି । ବର୍ଦ୍ଧିତ ଗୃହ ଟିକସ ତୁରନ୍ତ ପ୍ରତ୍ୟାହର କରାଯିବା, ସାଧାରଣ ଲୋକଙ୍କ ଗୃହ ଟିକସ ଏବଂ ମହାନଗର ନିଗମ ଅଧିନରେ ଥିବା ସମସ୍ତ ଦୋକାନ ଘର ଭଡା ଆର୍ଥିକ ବର୍ଷ ୨୦୨୦-୨୧ ପାଇଁ ସମ୍ପୂର୍ଣ୍ଣ ଛାଡ କରିବା ଏବଂ ୟୁଜର୍ସ ଫି ନାମରେ ପ୍ରତ୍ୟେକ ଘରୁ ୩୦ ଟଙ୍କା ଆଦାୟ ବନ୍ଦ କରିବାକୁ ଦଳ ପକ୍ଷରୁ ଦାବି କରାଯାଇଛି । ଏହି ଅବସରରେ ଦଳର କର୍ମକର୍ତ୍ତାମାନେ ଏକ ଶୋଭାଯାତ୍ରା ସହରର ପୁରୁଣା ବସଷ୍ଟାଣ୍ଡ ଠାରୁ ବାହାରି ମହାନଗର ନିଗମ କାର୍ଯ୍ୟାଳୟ ସମୁଖରେ ପହଞ୍ଚି ବିକ୍ଷୋଭ କରିଥିଲେ । ଏହି ଦାବିକୁ ଗୁରୁତ୍ବ ଦିଆନଗଲେ ଆଗାମୀ ଦିନରେ ଆନ୍ଦୋଳନକୁ ବ୍ୟାପକ କରାଯିବ ବୋଲି ମଧ୍ୟ ଚେତାବନୀ ଦେଇଛି ଦଳ ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.