ବ୍ରହ୍ମପୁର: ୫୮ ତମ ଗୃହରକ୍ଷୀ ପ୍ରତିଷ୍ଠା ଦିବସ ବ୍ରହ୍ମପୁରରେ ସହରରେ ପାଳିତ ହୋଇଯାଇଛି । ସହରର ଆମ୍ବପୁଆ ସ୍ଥିତ ପୋଲିସ ପଡିଆରେ ଏହି ଅବସରରେ ଆୟୋଜିତ ପ୍ୟାରେଡ ଉତ୍ସବରେ ମୁଖ୍ୟ ଅତିଥି ରୂପେ ଦକ୍ଷିଣାଞ୍ଚଳ ପୋଲିସ ଡିଆଇଜି ସତ୍ୟବ୍ରତ ଭୋଇ ଯୋଗ ଦେଇଥିଲେ । ଦେଶରେ ବିପର୍ଯ୍ୟୟ ଠାରୁ ଆରମ୍ଭ କରି ଆଇନଶୃଙ୍ଖଳା ପରିସ୍ଥିତିରେ ଗୃହରକ୍ଷୀଙ୍କ ଭୂମିକାକୁ ନେଇ ପ୍ରଶସାଂ କରିଥିଲେ ।
ଏଥିରେ ବ୍ରହ୍ମପୁର ଏସ୍.ପି ପିନାକ ମିଶ୍ରଙ୍କ ସମେତ ବ୍ରହ୍ମପୁର ପୋଲିସ ଜିଲ୍ଲାର ବହୁ ବରିଷ୍ଠ ଅଧିକାରୀ ଉପସ୍ଥିତ ରହିଥିଲେ ।
ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ