ବ୍ରହ୍ମପୁର: ଆପଣ ଇଂରାଜୀ ବର୍ଣ୍ଣମାଳା A, B, ଏବଂ O ନାଁରେ ବ୍ଲଡ ଗ୍ରୁପ ଶୁଣିଥିବେ । ହେଲେ ବମ୍ବେ ଓ ପଜେଟିଭ୍ ବ୍ଲଡ ବୋଧେ ପ୍ରଥମଥର ଶୁଣୁଥିବେ । ଏହା କୌଣସି ସାଧାରଣ ରକ୍ତ ନୁହେଁ ବରଂ ଦୁନିଆରେ ବହୁ ଦୁର୍ଲଭ ଏହି ରକ୍ତ । ଆଉ ଏହି ରକ୍ତକୁ ଦାନ କରି ଚର୍ଚ୍ଚାରେ ରାଉରକେଲା ଯୁବକ ଦିଲ୍ଲୀପ ବାରିକ ।
7 ଦିନ ଧରି ବ୍ରହ୍ମପୁର ଏମକେସିଜିରେ ଚିକିତ୍ସିତ, ଗଞ୍ଜାମ ପାତ୍ରପୁରର ବୁରତାଲା ଗାଁର ଆଦିବାସୀ ମହିଳା ସୁଜତା ରଇତ ଏହି ବିରଳ ରକ୍ତ ଅଭାବରୁ ଜୀବନ ସହ ସଂଗ୍ରାମ କରୁଥିଲେ । ବହୁ ସନ୍ଧାନ , ଯୋଗାଯୋଗ ପରେ ବି ମିଳୁନଥିଲେ ଡୋନର । ହେଲେ ଏତିକିବେଳେ ନିଜ ୱାର୍ଟସଅପ ଗ୍ରୁପରୁ ଖବର ପାଇ ଦେବଦୂତ ଭଳି ପହଞ୍ଚିଯାଇଥିଲେ ଦିଲ୍ଲୀପ । ଆଉ ସୁଜତାଙ୍କୁ ଦେଇଥିଲେ ନୂଆ ଜୀବନ । ଏହି ଖବର ଜଣାପଡିବା ପରେ ଚାରିଆଡୁ ଦିଲ୍ଲୀପଙ୍କୁ ଶୁଭେଚ୍ଛାର ସୁଅ ଛୁଟିଛି ।
କଣ ଏହି ବମ୍ବେ ବ୍ଲଡ ଗ୍ରୁପ ?
1952 ମସିହାରେ ପ୍ରଥମ କରି ମହାରାଷ୍ଟ୍ର ରାଜଧାନୀ ମୁମ୍ବାଇ (ତତ୍କାଳୀନ ବମ୍ବେ)ରେ ଡାକ୍ତର ୱାଇଏମ ଭେଡ वाई एम भेंडे ଏହି ରକ୍ତକଣିକାର ସନ୍ଧାନ କରିଥିଲେ । ମାୟାନଗର ମୁମ୍ବାଇ ନାଁ ଅନୁସାରେ ଏହାର ନାମକରଣ କରାଯାଇଛି । ବଂଶାନୁକ୍ରମିକ ଭାବେ ଏହି ଗ୍ରୁପର ଅଧିକ ଲୋକ ମୁମ୍ବାଇରେ ହିଁ ଦେଖିବାକୁ ମିଳନ୍ତି । ଏହାର ଅସଲି ନାଁ ଆରଏଚ ନଲ । ଏହା ଏପରି ଏକ ବ୍ଲଡ ଗ୍ରୁପ , ଯାହା ଦକ୍ଷିଣ ଏସିଆରେ ଅଧିକ ପରିମାଣରେ ଦେଖିବାକୁ ମିଳିଥାଏ ।
ଏହି ବ୍ଲଡ ଭିତରେ ଦେଖାଦେଉଥିବା ଫେନୋଟାଇପର ରିୟାକ୍ସନ ପରେ ଜଣାପଡିଥିଲା କି ଏଥିରେ H ଏଣ୍ଟିଜେନ ରହିଥାଏ । ଯାହାକୁ କେବେ ବି ପୂର୍ବରୁ ଦେଖିବାକୁ ମିଳିନଥିଲା । ଏହାର ଲାଲ ରକ୍ତକଣିକା (RBC)ରେ ଏବିଏଚ ଏଣ୍ଟିଜନ ରହିଥାଏ । ଆଉ ଏହାର ଶୀରାରେ ଆଣ୍ଟି-ଏ, ଆଣ୍ଟି-ବି ଏବଂ ଆଣ୍ଟି ଏଚ ରହିଛି । ଆଣ୍ଟି ଏଚ କୁ ABO ମିଳିନଥାଏ । କିନ୍ତୁ ପ୍ରିଟ୍ରାସଖ୍ୟୁଜନ ଟେଷ୍ଟରେ ଏ ସମ୍ଭନ୍ଧରେ ଜଣାପଡିଛି । ଏହା H ଏଣ୍ଟିଜନ ABO ବ୍ଲଡ ସମୂହରେ ବିଲ୍ଡିଙ୍ଗ ବ୍ଲକର କାମ କରିଥାଏ । ତେବେ ଏଚ ଏଣ୍ଟିଜନ ହ୍ରାସ ‘ବମ୍ବେ ଫେନୋଟାଇପ ’ ରୂପରେ ଜଣାଯାଏ ।
ଏହି ଗ୍ରପର ରକ୍ତ ABO ବ୍ଲଡ ଗ୍ରୁପ ଥିବା ବ୍ୟକ୍ତିଙ୍କ ହୋଇପାରିଥାଏ । ଏହି ବମ୍ବେ ବ୍ଲଡ ଗ୍ରୁପ ଅନ୍ୟ କୌଣସି ଗ୍ରୁପରୁ ବ୍ଲଡ ନେଇପାରିବେନି । କେବଳ ନିଜ ଗ୍ରୁପ ଅର୍ଥାତ Hh ବ୍ଲଡ ଗ୍ରୁପଙ୍କ ଠାରୁ ନେଇପାରିବେ । ଏଣୁ ଏପରି ରକ୍ତକୁ ବ୍ଲଡ ବ୍ୟାଙ୍କରେ ଦାନ ନକରି ଆବଶ୍ୟକତା ସମୟରେ ରୋଗୀଙ୍କୁ ଦେବା ଦରକାର ।
ଏହି ଗୋଲ୍ଡେନ ବ୍ଲଡ 0 ନେଗେଟିଭ ଠାରୁ ମଧ୍ୟ ବହୁତ ବିରଳ । ଏହାକୁ ନ ପାଇ ବହୁ ଜୀବନ ଅକାଳରେ ଚାଲିଯାଇଥାଏ । ଯଦି ଆପଣ ବମ୍ବେ ବ୍ଲଡ ଗ୍ରପର ତେବେ ଡେରି ନ କରି ସେଣ୍ଟ୍ରଲ ରେଜଷ୍ଟ୍ରିରେ ନିଜ ନାଁକୁ ରେଜିଷ୍ଟ୍ରି କରନ୍ତୁ । ଫଳରେ ଆପଣଙ୍କ ସହାୟତାର ବହୁ ଜୀବନ ବଞ୍ଚିପାରିବ ।
ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ