ETV Bharat / city

ବଦଳିବ ତାରାତାରିଣୀ ପୀଠ ରୂପରେଖ, ପର୍ଯ୍ୟଟନ ପୃଷ୍ଠାରେ ପାଇବ ପରିଚୟ

ଚମକିବ ଚତୁପାର୍ଶ୍ବ । ଚଳଚଞ୍ଚଳ ହେବ ମା' ତାରାତାରିଣୀଙ୍କ ପୀଠ । କେବଳ ଜିଲ୍ଲା କି ରାଜ୍ୟ ନୁହେଁ ଦେଶର ସବୁଠୁ ଆକର୍ଷଣୀୟ ଧାର୍ମିକ ପର୍ଯ୍ୟଟନ ସ୍ଥଳୀ ଭାବେ ସୁନାମ ପାଇବ ଏହି ପ୍ରାଚୀନ ଶକ୍ତିପୀଠ ।

author img

By

Published : Feb 8, 2020, 11:55 AM IST

Taratarini temple  transformative plans
ବଦଳିବ ତାରାତାରିଣୀ ପୀଠ ରୂପରେଖ

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାର ପ୍ରମୁଖ ଶକ୍ତିପୀଠ ମାଆ ତାରାତାରିଣୀ ମନ୍ଦିରର ହେବ ଉନ୍ନତିକରଣ । ଏଥିପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସ୍ବତନ୍ତ୍ର ପ୍ୟାକେଜର ଘୋଷଣା କରିବା ପରେ ଛାଇଯାଇଛି ଖୁସିର ମାହୋଲ । ମୁଖ୍ୟମନ୍ତ୍ରୀଙ୍କ ଦୀର୍ଘାୟୁ କାମନା କରି ମାଙ୍କ ନିକଟରେ ଲକ୍ଷେ ଆଠ ଆଳତୀ କରିଛନ୍ତି ମନ୍ଦିର ପୂଜକ ।

Taratarini temple  transformative plans
ପର୍ଯ୍ୟଟନ ପୃଷ୍ଠାରେ ପାଇବ ପରିଚୟ ତାରାତାରିଣୀ ପୀଠ

ନିକଟରେ ରାଜ୍ୟ ସରକାରଙ୍କ ୫-ଟି ସଚିବ ଭି.କେ.ପାଣ୍ଡିଆନ୍‌ ମନ୍ଦିର ଗସ୍ତରେ ଯାଇ ଏହାର ଉନ୍ନୟନ ନେଇ ସ୍ଥାନୀୟ ଜନସାଧାରଣ, ମନ୍ଦିର କର୍ତ୍ତୃପକ୍ଷ ଏବଂ ବୁଦ୍ଧିଜୀବୀଙ୍କ ସହ ଆଲୋଚନା କରିଥିଲେ । ଏହା ପରେ ମୁଖ୍ୟମନ୍ତ୍ରୀ ସାମଗ୍ରିକ ବିକାଶକୁ ଦୃଷ୍ଟିରେ ରଖି ମନ୍ଦିରର ସୌନ୍ଦର୍ଯ୍ୟକରଣ ଓ ଭିତ୍ତିଭୂମି କାର୍ଯ୍ୟର ଘୋଷଣା କରି ବିଭିନ୍ନ ପ୍ରକଳ୍ପକୁ ଅନୁମୋଦନ କରିଛନ୍ତି । ଏଥିସହ ମନ୍ଦିର କାର୍ଯ୍ୟ ନିର୍ଦ୍ଧିଷ୍ଟ ଅଧୀନରେ ସାରିବାକୁ ନିର୍ଦ୍ଦେଶ ମଧ୍ୟ ଦେଇଛନ୍ତି । ଏ ନେଇ ସ୍ଥାନୀୟ ବାସିନ୍ଦା ଓ ଭକ୍ତଙ୍କ ମଧ୍ୟରେ ଖୁସିର ଲହରୀ ଖେଳିଯାଇଛି ।

ବଦଳିବ ତାରାତାରିଣୀ ପୀଠ ରୂପରେଖ, ପର୍ଯ୍ୟଟନ ପୃଷ୍ଠାରେ ପାଇବ ପରିଚୟ

ଏହି ଶକ୍ତିପୀଠକୁ ଆକର୍ଷଣୀୟ ଧର୍ମପୀଠ ପାଇଁ ବହୁତ ନୂତନ ଯୋଜନା ହାତକୁ ନିଆଯାଇଛି । ଏହା ମଧ୍ୟରେ ମନ୍ଦିରର ସିଂହଦ୍ବାର ପୁନଃରୁଦ୍ଧାର, ଭକ୍ତଙ୍କ ପାଇଁ ପାନୀୟ ଜଳର ସୁବିଧା, ମନ୍ଦିର ପରିସରର ବିକାଶ ସମେତ ପ୍ରସାଦ ସେବନ ମଣ୍ଡପ, ଶ୍ରଦ୍ଧାଳୁଙ୍କ ପାଇଁ ସୁବିଧା କେନ୍ଦ୍ର, ମୁଣ୍ଡନ ହଲ ଏବଂ ଶୌଚାଳୟ ସମେତ ଫୁଡ୍ କିଓସ୍କୋ, ଜୋତା ଷ୍ଟାଣ୍ଡ, ପାଦଧୂଆ ସ୍ଥାନ, ପ୍ରତୀକ୍ଷା ହଲ୍, ଭିନ୍ନକ୍ଷମଙ୍କ ଯିବା ଆସିବା ପାଇଁ ସୁବିଧା, ଆଶ୍ରୟସ୍ଥଳୀ, ୱାଚ ଟାୱାର, ପୋଲିସ ଆଉଟ ପୋଷ୍ଟ, ପ୍ରାଥମିକ ଚିକିତ୍ସା କେନ୍ଦ୍ର ସହ ଧ୍ୟାନ କେନ୍ଦ୍ର ଆଦି ସ୍ଥାନ ପାଇଛି ।

Taratarini temple  transformative plans
ବଦଳିବ ତାରାତାରିଣୀ ପୀଠ ରୂପରେଖ

ନିଜ ନିର୍ବାଚନ ମଣ୍ଡଳୀ ଜିଲ୍ଲାର ପର୍ଯ୍ୟଟନ ସ୍ଥଳୀର ଉନ୍ନତିକରଣ ନେଇ ମୁଖ୍ୟମନ୍ତ୍ରୀ ଏହି ଘୋଷଣାକୁ ପ୍ରଂଶସା କରାଯାଇଛି । ଯଦି , ମନ୍ଦିରର ଉନ୍ନତିକରଣ ନେଇ ପ୍ରସ୍ତୁତ ହୋଇଥିବା ବ୍ଲୁପ୍ରିଣ୍ଟ ବାସ୍ତବ ହୁଏ , ତେବେ ଏହା ବିଶ୍ବ ଐତିହ୍ୟରେ ଏକ ନୂଆ ଅଧ୍ୟାୟ ଯୋଡିବ । ଏଥିସହ ପର୍ଯ୍ୟଟନ ମାନଚିତ୍ରରେ ଏକ ସ୍ବତନ୍ତ୍ର ସ୍ଥାନ ଅଧିଗ୍ରହଣ କରିବ ବୋଲି ଆଶା ରହିଛି ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

Intro:() - ରାଜ୍ୟର ପ୍ରମୁଖ ଶକ୍ତିପୀଠ ମାଆ ତାରା ତାରିଣୀଙ୍କ ମନ୍ଦିରର ପାରିପାର୍ଶ୍ବିକ ବିକାଶ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସ୍ୱତନ୍ତ୍ର ପ୍ୟାକେଜ ଅନୁମୋଦନ କରିବା ପରେ ଏହାକୁ ନେଇ ମନ୍ଦିରର ପୁଜକ ମାନେ ମୁଖ୍ୟମନ୍ତ୍ରୀଙ୍କ ଦୀର୍ଘାୟୁ କାମନା କରି ମାଙ୍କ ନିକଟରେ ଲକ୍ଷେ ଆଠ ଆଳତୀ କରିଛନ୍ତି । ଇତିମଧ୍ୟରେ ରାଜ୍ୟ ସରକାରଙ୍କ ୫-ଟି ସଚିବ ଭି.କେ.ପାଣ୍ଡିଆନ୍‌ ମନ୍ଦିର ଗ୍ରସ୍ତ କରି ଏହାର ଉନ୍ନୟନ ନିମନ୍ତେ ସ୍ଥାନୀୟ ଜନସାଧାରଣ, ମନ୍ଦିର କର୍ତ୍ତୃପକ୍ଷ ଏବଂ ବୁଦ୍ଧିଜୀବୀଙ୍କ ସହ ଆଲୋଚନା କରିବା ପରେ ଏହି ଶକ୍ତି ପୀଠର ପୁନଃରୁଦ୍ଧାର ପାଇଁ ବିଭିନ୍ନ ପ୍ରକଳ୍ପର ଅନୁମୋଦନ କରିଛନ୍ତି ମୁଖ୍ୟମନ୍ତ୍ରୀ ।

Body:ଭିଓ -୧ – ଗଞ୍ଜାମ ଜିଲ୍ଲାର ପ୍ରମୁଖ ଶକ୍ତିପୀଠ ମାଆ ତାରାତାରିଣୀ ମନ୍ଦିରର ଉନ୍ନତିକରଣ ନିମନ୍ତେ ସ୍ବତନ୍ତ୍ର ଯୋଜନା ପ୍ରସ୍ତୁତ କରିବା ସହ ଏହାର ବିକାଶ କାର୍ଯ୍ୟକୁ ନିର୍ଦ୍ଧାରିତ ଅବଧି ମଧ୍ୟରେ ଶେଷ କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ଦ୍ଦେଶ ଦେବା ପରେ ଏହାକୁ ନେଇ ସବୁଠି ଖୁସିର ମାହୋଲ ।ଏହି ନୂତନ ଯୋଜନା ମଧ୍ୟରେ ମନ୍ଦିରର ସିଂହଦ୍ୱାର ର ପୁନରୁଦ୍ଧାର, ଭକ୍ତଙ୍କ ପାଇଁ ପାନୀୟ ଜଳର ସୁବିଧା, ମନ୍ଦିର ପରିସରର ବିକାଶ ସମେତ ପ୍ରସାଦ ସେବନ ମଣ୍ଡପ, ଶ୍ରଦ୍ଧାଳୁଙ୍କ ପାଇଁ ସୁବିଧା କେନ୍ଦ୍ର, ମୁଣ୍ଡନ ହଲ ଏବଂ ଶୌଚାଳୟ ସମେତ ଫୁଡ୍ କିଓସ୍କୋ, ଜୋତା ଷ୍ଟାଣ୍ଡ, ପାଦଧୂଆ ସ୍ଥାନ, ପ୍ରତୀକ୍ଷା ହଲ୍, ଭିନ୍ନକ୍ଷମଙ୍କ ଯିବା ଆସିବା ପାଇଁ ସୁବିଧା, ଆଶ୍ରୟସ୍ଥଳୀ, ୱାଚ ଟାୱାର, ପୋଲିସ ଆଉଟ ପୋଷ୍ଟ, ପ୍ରାଥମିକ ଚିକିତ୍ସା କେନ୍ଦ୍ର ସହ ଧ୍ୟାନ କେନ୍ଦ୍ର ଆଦି ସ୍ଥାନ ପାଇଛି । ଏଥିସହିତ ଉକ୍ତ ପୀଠକୁ ଦେଶର ଆକର୍ଷଣୀୟ ଧାର୍ମିକ ପୀଠ କରିବାକୁ ପଦକ୍ଷେପ ହାତକୁ ନେଇଛନ୍ତି ରାଜ୍ୟ ସରକାର।
ବାଇଟ- ୧ – ବାପୁଜି ରଣା(ପୁଜକ,ମାଆ ତାରାତାରିଣୀ ପୀଠ)
ବାଇଟ -୨ – ନରସିଂହ ପଣ୍ଡା(ସ୍ଥାନୀୟ ବାସିନ୍ଦା)
ଭିଓ -୨ – ପୁନଃ ଉନ୍ନତିକରଣ ଯୋଜନାରେ ମନ୍ଦିର ସାମଗ୍ରିକ ବିକାଶକୁ ଦୃଷ୍ଟିରେ ରଖାଯିବା ସହ ଲୋକସେବା ଭବନରେ ମନ୍ଦିରର ସୌନ୍ଦର୍ଯ୍ୟକରଣ ଓ ଭିତ୍ତିଭୂମି କାର୍ଯ୍ୟର ଘୋଷଣା ପରେ ଭକ୍ତଙ୍କ ମଧ୍ୟରେ ଖୁସିର ଲହରୀ ଖେଳିଯାଇଛି । ବର୍ତ୍ତମାନ ମନ୍ଦିରକୁ ଆସୁଥିବା ପର୍ଯ୍ୟଟକ ତଥା ଶ୍ରଦ୍ଧାଳୁ ମାନେ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେଉଥିବା ବେଳେ ଆଗାମୀ ଦିନରେ ଏହା ସରଳୀକରଣ ହେବା ସହ ଏହି ପୀଠ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିପାରିବ ବୋଲି କୁହାଯାଇଛି ।
ବାଇଟ-୩- ଉଷାରାଣୀ ସାବତ(ଭକ୍ତ)
ବାଇଟ -୪- (ଭକ୍ତ)
Conclusion:(ଫାଭିଓ) -ଗୋଟିଏ ପଟେ ମନ୍ଦିରର ଉନ୍ନତୀକରଣ ପାଇଁ ୫-ଟି ସଚିବ ଙ୍କ ଗ୍ରସ୍ତ ପରେ ଅନ୍ୟପଟେ ମୁଖ୍ୟମନ୍ତ୍ରୀ ଙ୍କ ସ୍ୱତନ୍ତ୍ର ପ୍ୟାକେଜ ଘୋଷଣା ସାଧାରଣରେ ଖୁସିର ଲହରୀ ଖେଳିଯାଇଛି । ଏହା ସହ ଆଗାମୀ ଦିନରେ ସାଧାରଣ ଲୋକ ମାନେ ଅନେକ ଉତ୍ତମ ମାନର ସେବା ପାଇବା ସହ ରାଜ୍ୟ ପର୍ଯ୍ୟଟନ ମାନଚିତ୍ରରେ ମାଆ ତାରାତାରିଣୀ ପୀଠ ଏକ ସ୍ବତନ୍ତ୍ର ସ୍ଥାନ ଗ୍ରହଣ କରିବ ବୋଲି ଆଶା ରଖାଯାଇଛି ।
ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ ଇଟିଭି ଭାରତ...
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.