ETV Bharat / city

କୋରୋନା ଭୟ: ଦଣ୍ଡନାଚ ଓ ତାରାତାରିଣୀ ଯାତ୍ରାରେ ଲାଗିଲା ଅଙ୍କୁଶ - danda dance restriction in berhampur

ଚୈତ୍ର ମାସରେ ଆୟୋଜିତ ହେଉଥିବା ଗଞ୍ଜାମ ଜିଲ୍ଲାର ପ୍ରସିଦ୍ଧ ଦଣ୍ଡନୃତ୍ୟ ଏବଂ ପ୍ରସିଦ୍ଧ ମାଆ ତାରାତାରିଣୀ ଯାତ୍ରା ଉପରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଅଙ୍କୁଶ ଲଗାଯାଇଛି ।

taratarini temple closed for corona
ତାରାତାରିଣୀ ଯାତ୍ରା ଉପରେ ଅଙ୍କୁଶ
author img

By

Published : Mar 15, 2020, 5:21 PM IST

ବ୍ରହ୍ମପୁର: କୋରୋନାର ଭୟଭୟତାଙ୍କୁ ଦୃଷ୍ଟିରେ ରଖି ଦଣ୍ଡନୃତ୍ୟ ଓ ତାରାତାରିଣୀ ଯାତ୍ରା ଉପରେ ଅଙ୍କୁଶ । ଚୈତ୍ର ମାସରେ ଆୟୋଜିତ ହେଉଥିବା ଗଞ୍ଜାମ ଜିଲ୍ଲାର ପ୍ରସିଦ୍ଧ ଦଣ୍ଡନୃତ୍ୟ ଏବଂ ପ୍ରସିଦ୍ଧ ମାଆ ତାରାତାରିଣୀ ଯାତ୍ରା ଉପରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଅଙ୍କୁଶ ଲଗାଯାଇଛି । କୋରୋନା ମୁକାବିଲା ନେଇ ଗଞ୍ଜାମ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିବା ବୈଠକରେ ଏହି ସୂଚନା ଦିଆଯାଇଛି ।

ତାରାତାରିଣୀ ଯାତ୍ରା ଉପରେ ଅଙ୍କୁଶ

ମାଆ ତାରାତାରିଣୀ ମନ୍ଦିରରେ ପ୍ରତେକ ମଙ୍ଗଳବାର ମାଆଙ୍କର ଯାତ୍ରା ହେଉଥିବା ବେଳେ ସରକାରଙ୍କ ପକ୍ଷରୁ କୋରୋନାକୁ ଜାତୀୟ ବିପତ୍ତି ଘୋଷଣା କରାଯିବା ପରେ ଏହି ଯାତ୍ରା ସମୟରେ ଶିଶୁ ମାନଙ୍କ ମୁଣ୍ଡନ ବ୍ୟବସ୍ଥାକୁ ବନ୍ଦ କରାଯାଇଛି । ଏହାସହ ପ୍ରଶାସନ ପକ୍ଷରୁ ଯୋଗାଇ ଦିଆଯାଇଥିବା ସମସ୍ତ ବ୍ୟବସ୍ଥାକୁ ବନ୍ଦ କରାଯିବା ସହ ବାହାରୁ ଆସୁଥିବା ଭକ୍ତମାନଙ୍କୁ ମଧ୍ୟ ନଆସିବାକୁ ଅନୁରୋଧ କରାଯାଇଛି ।

ଏପରିକି ଜିଲ୍ଲାରେ ମେରୁ ସଂକ୍ରାନ୍ତି ପୂର୍ବରୁ ଆରମ୍ଭ ହେଉଥିବା ଦଣ୍ଡନୃତ୍ୟ ଉପରେ ମଧ୍ୟ କଟକଣା ଜାରି କରାଯାଇଥିବା ବେଳେ ସମସ୍ତ କ୍ଲବ ଠାରୁ ଆରମ୍ଭ କରି ଜିମ୍ , ଲାଇବ୍ରେରୀ ଠାରୁ ଆରମ୍ଭ କରି ସମସ୍ତ ଛାତ୍ରାବାସକୁ ବନ୍ଦ କରିବାକୁ କୁହାଯାଇଛି ।

ବାହାଘର ଠାରୁ ଆରମ୍ଭ କରି ବ୍ରତ ଭଳି ସମସ୍ତ ଭୋଜି ଉତ୍ସବକୁ କୌଣସି କଲ୍ୟାଣ ମଣ୍ଡପ ଦିଆ ନଯିବା ପାଇଁ ନିର୍ଦ୍ଧେଶ ଦିଆଯାଇଥିବା ବେଳେ ସେମାନେ ଏହି ବିପତ୍ତି ସମୟରେ ଅତ୍ୟନ୍ତ ସାଧାରଣ ଭାବରେ ଆୟୋଜନ କରାଯିବାକୁ କୁହାଯାଇଛି । ଜନସାଧାରଣଙ୍କୁ ମାକ୍ସ ବଣ୍ଟନ କରିବାକୁ ମହିଳା ସ୍ବୟଂ ସହାୟକ ଗୋଷ୍ଠିକୁ ଦାୟିତ୍ବ ଦିଆଯାଇଥିବା ବେଳେ ମନ୍ଦିର ,ମସଜିଦ୍ ଏବଂ ଚର୍ଚ୍ଚ ଗୁଡିକୁ କେହି ନଯିବାକୁ ନିର୍ଦ୍ଧେଶ ଦିଆଯାଇଛି ।

ଜନସାଧାରଣ ଅଧିକରୁ ଅଧିକ ସଚେତନତା କରିବାକୁ ପରାମର୍ଶ ଦିଆଯାଇଛି । ହୋଟେଲ ଠାରୁ ଆରମ୍ଭ କରି ବିଭିନ୍ନ ବ୍ୟବସାୟିକ ପ୍ରତିଷ୍ଠାନ ପାଇଁ ମଧ୍ୟ ନିର୍ଦ୍ଧେଶ ଦିଆଯାଇଛି । ଏଣୁ ପ୍ରତେକ ଆବଶ୍ୟକତା ନଥିଲେ ଘରୁ ବାହରୁ ନବାହାରିବା ସହ ରୁମାଲ କିମ୍ବା ମାସ୍କ ପିନ୍ଧିବା ଏବଂ ହାତକୁ ପରିଷ୍କାର କରିବାକୁ ଆହ୍ବାନ କରାଯାଇଛି ।

ଏପରିକି ପରିବହନ ସେବା ପାଇଁ ଉଦ୍ଧିଷ୍ଟ ବସ୍ ଗୁଡିକରେ ମଧ୍ୟ କୋରୋନାକୁ ନେଇ ସଚେତନତା ମୂଳକ ସୂଚନା ଦିଆଯିବା ସହ କିଭଳି ବ୍ୟବସ୍ଥା ରହିବ ସେନେଇ ଏସ୍ଓପି ରହିବ ବୋଲି ବ୍ରହ୍ମପୁର ଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ।

ଏପରିକି ଗଞ୍ଜାମ ଜିଲ୍ଲାର ଗୋପାଳପୁର ,ସୋନପୁର ବେଳାଭୂମିକୁ ବନ୍ଦ କରାଯାଇଥିବା ବେଳେ ପାର୍କ ଠାରୁ ଆରମ୍ଭ ସମସ୍ତ ପ୍ରକାର ଅବସର ବିନୋଦନସ୍ଥଳକୁ ମଧ୍ୟ ବନ୍ଦ ରଖାଯିବାକୁ କୁହାଯାଇଛି।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.