ETV Bharat / city

ବିନା ଡାକ୍ତରଙ୍କ ପରାମର୍ଶରେ ଔଷଧ ସେବନ ଜୀବନ ପ୍ରତି ବିପଦ: ଗଞ୍ଜାମ ଜିଲ୍ଲାପାଳ - covid review meeting

କୋରୋନା ସଂକ୍ରମଣରୁ ଲୋକଙ୍କୁ ବଞ୍ଚାଇବା ଦିଗରେ ଜିଲ୍ଲା ପ୍ରଶାସନ । ପୋଲିସ ପ୍ରଶାସନ, ଡାକ୍ତରୀ ଦଳ ଅହରହ ପ୍ରୟାସ ଜାରି ରଖୁଛନ୍ତି । ଚିକିତ୍ସା କ୍ଷେତ୍ରରେ କୌଣସି ଅବହେଳା ହେବ ନାହିଁ । ବିନା ଡାକ୍ତରଙ୍କ ପରାମର୍ଶରେ ଔଷଧ ସେବନ ଜୀବନ ପ୍ରତି ବିପଦ କହିଲେ ଗଞ୍ଜାମ ଜିଲ୍ଲାପାଳ । ଅଧିକ ପଢନ୍ତୁ ...

ବିନା ଡାକ୍ତରଙ୍କ ପରାମର୍ଶରେ ଔଷଧ ସେବନ ଜୀବନ ପ୍ରତି ବିପଦ

author img

By

Published : May 10, 2021, 8:23 PM IST

ବ୍ରହ୍ମପୁର: କୋରୋନା ସଂକ୍ରମଣରୁ ଲୋକଙ୍କୁ ବଞ୍ଚାଇବା ଦିଗରେ ଜିଲ୍ଲା ପ୍ରଶାସନ । ପୋଲିସ ପ୍ରଶାସନ, ଡାକ୍ତରୀ ଦଳ ଅହରହ ପ୍ରୟାସ ଜାରି ରଖୁଛନ୍ତି । ଚିକିତ୍ସା କ୍ଷେତ୍ରରେ କୌଣସି ଅବହେଳା ହେବନାହିଁ । ବିନା ଡାକ୍ତରଙ୍କ ପରାମର୍ଶରେ ଔଷଧ ସେବନ ଜୀବନ ପ୍ରତି ବିପଦ ରହିଛି । ଏଣୁ ଏପରି କାର୍ଯ୍ୟ ନକରିବା ପାଇଁ ଗଞ୍ଜାମ ଜିଲ୍ଲାପାଳ ପରାମର୍ଶ ଦେଇଛନ୍ତି । ସରକାରଙ୍କ କଟକଣା ସତ୍ତ୍ବେ କେତେକ ଅମାନିଆ ବ୍ୟକ୍ତି କୋରୋନାର ଭୟାବହତା ପ୍ରତି ଖାତିର ନକରି ପ୍ରଶାସନ ଦ୍ବାରା ଜାରି କରାଯାଇଥିବା ନୀତି ନିୟମର ଅନୁପାଳନ କରୁନାହାଁନ୍ତି । ବିନା ମାସ୍କରେ ବାହାରେ ବୁଲୁଥିବା ବ୍ୟକ୍ତିଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।

ବିନା ଡାକ୍ତରଙ୍କ ପରାମର୍ଶରେ ଔଷଧ ସେବନ ଜୀବନ ପ୍ରତି ବିପଦ
ବିନା ଡାକ୍ତରଙ୍କ ପରାମର୍ଶରେ ଔଷଧ ସେବନ ଜୀବନ ପ୍ରତି ବିପଦ

ଯେଉଁ ବ୍ୟବସାୟୀମାନେ ପଞ୍ଚସୂତ୍ରୀ ନିୟମ ପାଳନ କରୁନାହାଁନ୍ତି ସେମାନଙ୍କ ଦୋକାନ ୧୯ ତାରିଖ ପର୍ଯ୍ୟନ୍ତ ବନ୍ଦ କରାଯିବ । ଯେଉଁମାନେ ବାହାଘର ସକାଶେ ଅନୁମତି ଗ୍ରହଣ କରୁଛନ୍ତି, ଏଣିକି ବାହାଘରରେ ଯୋଗ ଦେବାକୁ ଥିବା ବ୍ୟକ୍ତିଙ୍କ ତାଲିକା ପ୍ରଦାନ କରିବେ ଏବଂ ବାହାଘର କେଉଁ ଭଳି କରିବେ ସେ ସମ୍ପର୍କରେ ଅଧିକାରୀଙ୍କ ସହ ଆଲୋଚନା କରିବେ । ବାହାଘର ପରିବାର ବର୍ଗଙ୍କ ଆଣ୍ଟିଜେନ୍ ଟେଷ୍ଟ ରିପୋର୍ଟ ସଂକ୍ରମିତ ହୋଇଥିବା ଜଣାପଡିଲେ ସେହି ବାହାଘରକୁ ଅନୁମତି ଦିଆଯିବ ନାହିଁ ବୋଲି ଅନୁଷ୍ଠିତ ଜିଲ୍ଲାସ୍ତରୀୟ କୋଭିଡ୍ ପରିଚାଳନା ବୈଠକରେ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ଅବଗତ କରାଇଥିଲେ ।

ଆୟୋଜିତ ଭିଡିଓ କନଫରେନ୍ସିଂ ବୈଠକରେ ଜିଲ୍ଲାପାଳ ଜଣାଇଥିଲେ ଯେ, ଗତ ଦୁଇ ତିନି ଦିନ ମଧ୍ୟରେ ସବୁ ଚିକିତ୍ସା କେନ୍ଦ୍ରରେ ଚିକିତ୍ସିତ ହେଉଥିବା ବ୍ୟକ୍ତିଙ୍କ ତଥ୍ୟ ସଂଗ୍ରହ କରାଯାଇଛି । କୋଭିଡ୍ ପରିଚାଳନା ଦାୟିତ୍ୱରେ ଥିବା ଅଧିକାରୀ, ଚିକିତ୍ସକ କିମ୍ବା କର୍ମଚାରୀ କୌଣସି ଫୋନ୍ କଲକୁ ଅବହେଳା କରନ୍ତୁ ନାହିଁ । ଫୋନ କଲଟି ଗୁରୁତ୍ୱପୂର୍ଣ୍ଣ ଥିବ । ଏଣୁ ସମସ୍ତ ଫୋନକଲର ଉତ୍ତର ଦେବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ଯେମିତିବି ହେଉ ଲୋକଙ୍କ ଜୀବନ ବଞ୍ଚାଇବାର ଅଛି । ଏହି ଲକ୍ଷ୍ୟ ନେଇ ସମସ୍ତେ କାର୍ଯ୍ୟ କରିବା ଦିଗରେ ଜିଲ୍ଲାପାଳ ଗୁରୁତ୍ଵ ଦେଇଥିଲେ ।

ଚିକିତ୍ସିତ ହେଉଥିବା ବ୍ୟକ୍ତିଙ୍କ ଚିକିତ୍ସା ସମ୍ପର୍କିତ ତଥ୍ୟ ପରିବାର ବର୍ଗ ଜାଣିବା ଆବଶ୍ୟକ । ତେବେ ଯାଇ ପରିବାର ବର୍ଗ ଓ ଚିକିତ୍ସିତ ବ୍ୟକ୍ତିଙ୍କ ମନୋବଳ ସୁଦୃଢ ରହିବ । ଘରେ ସଙ୍ଗରୋଧରେ ରହି ଚିକିତ୍ସିତ ହେଉଥିବା ବ୍ୟକ୍ତିଙ୍କ ସହ ସୁସମ୍ପର୍କ ରଖି ତାଙ୍କ ସହ ଜୁମ୍ ଭିଡିଓ କଲ୍ କିମ୍ବା ଫୋନ୍ କଲ୍ କରି ତାଙ୍କ ବିଷୟରେ ପଚାରି ବୁଝନ୍ତୁ । ତେବେ ଯାଇ ତାଙ୍କ ମନୋବଳ ବଢିବ ଓ ସେ ସୁସ୍ଥ ହୋଇପାରିବେ । ଅତି ଜରୁରୀ ହେଲେ ତାଙ୍କୁ ସ୍ଥାନାନ୍ତର କରି ଉଚ୍ଚ ଚିକିତ୍ସା ଦିଗରେ ପଦକ୍ଷେପ ଗ୍ରହଣ କରନ୍ତୁ । ବ୍ରହ୍ମପୁର ଓ ଛତ୍ରପୁର ସହରରେ ଆଉ ଅତିରିକ୍ତ ଶହେ ଶଯ୍ୟା ବିଶିଷ୍ଟ ଅସ୍ଥାୟୀ ଚିକିତ୍ସା କେନ୍ଦ୍ର ପ୍ରସ୍ତୁତ କରିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ । ଆର୍.ଆର୍.ଟି କାର୍ଯ୍ୟ, ଆମ୍ବୁଲାନ୍ସ, ଟେଷ୍ଟ, ଅକ୍ସିଜେନ୍ ପରିଚାଳନା କିପରି ସଠିକ୍ ଭାବରେ ଚାଲିବ ଏବଂ କିପରି ତ୍ୱରାନ୍ୱିତ ହେବ ସେ ବିଷୟରେ ସୁବିସ୍ତୃତ ଆଲୋଚନା କରାଯାଇଥିଲା ।

କୋରୋନା ଚିକିତ୍ସା ଦିଗରେ ବ୍ୟବହୃତ ହେଉଥିବା ସାମଗ୍ରୀ କଳାବଜାରୀ ଏବଂ ଅଧିକା ଦରରେ ବିକ୍ରି ହେଉଥିବା ପ୍ରଶାସନର ନଜରକୁ ଆସିଛି । ଏ ଦିଗରେ ଚଢାଉ କରି ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି । ଚିକିତ୍ସିତ ହେଉଥିବା ସଂକ୍ରମିତ ବ୍ୟକ୍ତିଙ୍କ ସମ୍ପର୍କୀୟ ଗଣ ବାରମ୍ବାର ଫୋନ୍ କରି ଚିକିତ୍ସିତ ବ୍ୟକ୍ତିଙ୍କ ସମ୍ପର୍କରେ ପଚାରି ବୁଝୁଛନ୍ତି ଏହିଭଳି କରିବା ଦ୍ବାରା ସଂକ୍ରମିତ ବ୍ୟକ୍ତିଙ୍କ ଚିକିତ୍ସା ଦିଗରେ ବ୍ୟାଘାତ ସୃଷ୍ଟି ହେଉଛି । ଏଣୁ ସିମୀତ କଲ୍ ଏବଂ ସମୟକୁ ଦେଖି ଫୋନ୍ କରିବା ପାଇଁ ଜିଲ୍ଲାପାଳ ଅନୁରୋଧ କରିଥିଲେ । ବ୍ଲକ୍ ଅଞ୍ଚଳରେ କାର୍ଯ୍ୟରତ ସାମ୍ବାଦିକଙ୍କୁ ଅନୁରୋଧ ସେମାନେ ସମ୍ବାଦ ସଂଗ୍ରହ ସମୟରେ ନିଜ ପ୍ରତି ସତର୍କତା ଅବଲମ୍ବନ କରିବା ପାଇଁ ଜିଲ୍ଲାପାଳ ବୈଠକରେ ଜଣାଇଥିଲେ ।

ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ସିନ୍ଦେ ଦତ୍ତାତ୍ରେୟ ଭାଉ ସାହେବ, ଡୁଡା ପ୍ରକଳ୍ପ ନିର୍ଦ୍ଦେଶକ ସୁଦାମ ଚରଣ ମଣ୍ଡଳ, ଅତିରିକ୍ତ ଜିଲ୍ଲାପାଳ କବିନ୍ଦ୍ର କୁମାର ସାହୁ, ଅମୀୟ କୁମାର ସାହୁ, ବ୍ରହ୍ମପୁର ଉନ୍ନୟନ କର୍ତ୍ତୃପକ୍ଷ ସଚ୍ଚିବ ସମ୍ବିତ ରାଉତ୍‌, ଏମ୍.କେ.ସି.ଜି.ର ପ୍ରଶାସନିକ ଅଧିକାରୀ ସଚ୍ଚିଦାନନ୍ଦ ନାୟକ, ଜାତୀୟ ସ୍ବାସ୍ଥ୍ୟ ମିଶନ୍ ପ୍ରକଳ୍ପ ସଂଯୋଜକ ଶ୍ୟାମ ସୁନ୍ଦର ତ୍ରିପାଠୀ ପ୍ରମୁଖ ଉପସ୍ଥିତ ରହିଥିଲେ ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.