ETV Bharat / city

ଗୁଣି ଗାରେଡି ସନ୍ଦେହରେ ହତ୍ୟାକାଣ୍ଡ, 2 ଅଟକ - ବ୍ରହ୍ମପୁରରେ ହତ୍ୟାକାଣ୍ଡ

ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ଥାନା ଅନ୍ତର୍ଗତ ମୋରାବାଇ ଗ୍ରାମରେ ଚାଞ୍ଚଲ୍ୟ । ଜନୈକ ମହିଳାଙ୍କ ସ୍ବାସ୍ଥ୍ୟ ଖରାପକୁ କେନ୍ଦ୍ର କରି ସମ୍ପୃକ୍ତ ଗ୍ରାମର କିଛି ବ୍ୟକ୍ତି ମିଶି ଗୁଣି ଗାରେଡି ସନ୍ଦେହରେ ଗୋଟିଏ ପରିବାର ଉପରେ ଆକ୍ରମଣ କରିଥିଲେ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ବ୍ରହ୍ମପୁର
author img

By

Published : Sep 19, 2019, 6:26 AM IST

ବ୍ରହ୍ମପୁର: ଆଧୁନିକ ସମୟରେ ଏବେ ବି ଅନ୍ଧବିଶ୍ବାସରେ ଘେରା ମାନବ ସମାଜ । ଯାହାର ଏକ ଉଦାହରଣ ଦେଖିବାକୁ ମିଳିଛି ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ଥାନା ଅନ୍ତର୍ଗତ ମୋରାବାଇ ଗ୍ରାମରେ । ଯେଁଉଠାରେ ଜନୈକ ମହିଳାଙ୍କ ସ୍ବାସ୍ଥ୍ୟ ଖରାପକୁ କେନ୍ଦ୍ର କରି ସମ୍ପୃକ୍ତ ଗ୍ରାମର କିଛି ବ୍ୟକ୍ତି ମିଶି ଗୁଣି ଗାରେଡି ସନ୍ଦେହରେ ଗୋଟିଏ ପରିବାର ଉପରେ ଆକ୍ରମଣ କରିଥିଲେ । ଆକ୍ରମଣରେ ସ୍ବାମୀଙ୍କ ମୃତ୍ୟୁ ହୋଇଥିବା ବେଳେ ସ୍ତ୍ରୀ ଗୁରୁତର ହୋଇଛନ୍ତି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ବ୍ରହ୍ମପୁର

ସୂଚନା ଅନୁଯାୟୀ ଗ୍ରାମର ଜନୈକ ମହିଳାଙ୍କ ସ୍ବାସ୍ଥ୍ୟ ଖରାପ ଥିବାରୁ ଗ୍ରାମର କିଛି ବ୍ୟକ୍ତି ମିଶି ଗୁଣି ଗାରେଡି ସନ୍ଦେହରେ ଗୋଟିଏ ପରିବାରର ସ୍ବାମୀ ଓ ସ୍ତ୍ରୀଙ୍କ ଉପରେ ଆକ୍ରମଣ କରିଥିଲେ । ଯେଉଁଥିରେ ସ୍ବାମୀଙ୍କର ମୃତ୍ୟୁ ହୋଇଥିବା ବେଳେ ସ୍ତ୍ରୀ ଗୁରୁତର ହୋଇଥିବା ଜଣାପଡିଛି । ଘଟଣାରେ ମୃତକଙ୍କ ଗୁରୁତର ସ୍ତ୍ରୀଙ୍କ କହିବା ଅନୁଯାୟୀ ସନ୍ଦେହ କରୁଥିବା ପରିବାର ପ୍ରଥମେ ସେମାନଙ୍କୁ ଗାଳି ଗୁଲଜ କରିବା ସହ ଅତର୍କିତ ଆକ୍ରମଣ କରିଥିଲେ ।

ଏଥିରେ ସ୍ବାମୀ ବନମାଳୀ ସ୍ବାଇଁଙ୍କୁ ଲୁହା ରଡ୍‌ରେ ଆକ୍ରମଣ କରାଯାଇଥିବାରୁ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଥିଲା । ତେବେ ଘଟଣା ସମ୍ପର୍କରେ ଖବର ପାଇ କବିସୂର୍ଯ୍ୟନଗର ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଘଟଣାରେ ସମ୍ପୃକ୍ତ 2 ଜଣଙ୍କୁ ଅଟକ ରଖିବା ସହ ତଦନ୍ତ ଆରମ୍ଭ କରିଛି । ସେପଟ ମୃତଦେହକୁ ବ୍ରହ୍ମପୁର ଏମ୍‌କେସିଜିରେ ବ୍ୟବଚ୍ଛେଦ କରାଯାଇ ପରିବାରବର୍ଗଙ୍କୁ ହସ୍ତାନ୍ତର କରାଯାଇଛି ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

Intro:ଗୁଣିଗାରେଡି କରୁଥିବା ସନ୍ଦେହରେ ହତ୍ୟା ।ଏଭଳି ଘଟଣା ଘଟିଛି ଗଞ୍ଜାମ ଜିଲ୍ଲାର କବିସୂର୍ଯ୍ୟନଗର ଥାନା ଅନ୍ତର୍ଗତ ମୋରାବାଇ ଗ୍ରାମରେ । ଗ୍ରାମର ଜଣେ ମହିଳାଙ୍କ ସ୍ବାସ୍ଥ୍ୟ ଖରାଫ ହେବାରୁ ଏହାକୁ କେନ୍ଦ୍ର କରି ଉକ୍ତ ଗ୍ରାମର କିଛି ବ୍ୟକ୍ତି ଗ୍ରାମରେ ରହୁଥିବା ଏକ ପରିବାର ଉପରେ ସନ୍ଦେହ କରି ଅତକ୍ରିତ ଆକ୍ରମଣ କରିବା ସହ ଗୋଟିଏ ପରିବାରର ସ୍ବାମୀ ଙ୍କୁ ହତ୍ଯା କରିଥିବା ବେଳେ ସ୍ତ୍ରୀ ଏହି ଘଟଣାରେ ଆହତ ହୋଇଛନ୍ତି ।ଘଟଣା ପରେ ପୋଲିସ ଏଥିରେ ସ°ପୃକ୍ତ ଥିବା ଦୁଇ ଜଣଙ୍କୁ ଅଟକ ରଖିବା ସହ ଘଟଣାର ତଦନ୍ତ ଆରମ୍ଭ କରି ଶବକୁ ବ୍ରହ୍ମପୁର ଏମ୍.କେ.ସି.ଜି ରେ ବ୍ୟବଚ୍ଛେଦ କରାଯାଇ ପରିବାର ବର୍ଗଙ୍କୁ ହସ୍ତାନ୍ତର କରାଯାଇଛି।

Body:ଗୁଣିଗାରେଡି କୁ କେନ୍ଦ୍ର କରି ଗଞ୍ଜାମ ଜିଲ୍ଲାରେ ଘଟିଯାଇଛି ପୁଣି ଏକ ହତ୍ୟାକାଣ୍ଡ ।ଗଞ୍ଜାମ ଜିଲ୍ଲାର କବିସୂର୍ଯ୍ୟନଗର ଥାନା ଅନ୍ତର୍ଗତ ମୋରାବାଇ ଗ୍ରାମରେ ଏଭଳି ଘଟଣା ସାରା ଜିଲ୍ଲାରେ ଚର୍ଚ୍ଚାର ବିଷୟ ପାଲଟିଛି ।ଘଟଣା ରହିଥିଲା ଏଭଳି ।ଗ୍ରାମର ଜଣେ ମହିଳାଙ୍କ ସ୍ବାସ୍ଥ୍ୟ ଖରାଫ ହେବାରୁ ଏହାକୁ ନେଇ ଉଠିଥିଲା ଗୁଣିଗାରେଡି ଭଳି ଅନ୍ଧବିଶ୍ୱାସ ର କଥା । ଏହାକୁ ନେଇ ଉକ୍ତ ଗ୍ରାମର କିଛି ବ୍ୟକ୍ତି ଗ୍ରାମରେ ରହୁଥିବା ଏକ ପରିବାର ଉପରେ କରିଥିଲେ ସନ୍ଦେହ ।ସନ୍ଦେହ କରୁଥିବା ପରିବାର ଉପରେ ପ୍ରଥମେ ଗାଳିଗୁଲଜ ଏବଂ ପରେ ହଠାତ ଅତକ୍ରିତ ଆକ୍ରମଣ କରିବା ସହ ପରିବାରର ସ୍ବାମୀ ବନମାଳୀ ସ୍ବାଇଁ ଙ୍କୁ ଲୁହା ରଡରେ ଆକ୍ରମଣ କରି ହତ୍ଯା କରିବା ପରେ ତାଙ୍କ ପତ୍ନୀଙ୍କୁ ଏହି ଘଟଣାରେ ଆକ୍ରମଣ କରାଯିବା ବେଳେ ସେ। ଆହତ ହୋଇଥିବା ଦେଖାଯାଇଛି ।କଣ ରହିଥିଲା ଏହି ଘଟଣା ଆସନ୍ତୁ ଶୁଣିବା ।
ବାଇଟ୍-ଆହାତ ମହିଳା
ବାଇଟ୍- ବିଦ୍ୟା ସ୍ବାଇଁ(ମୃତକଙ୍କ ଭାଇ)
()-ଏହି ଘଟଣା ଜଣାପଡିବା ପରେ କବିସୂର୍ଯ୍ୟନଗର ଥାନା ପୋଲିସ ଏଥିରେ ସ°ପୃକ୍ତ ଥିବା ଦୁଇ ଜଣଙ୍କୁ ଅଟକ ରଖିବା ସହ ଘଟଣାର ତଦନ୍ତ ଜାରି ରହିଥିବା କହିଛନ୍ତି ଗଞ୍ଜାମ ଏସ୍.ପି। ସେପଟେ ମୃତଦେହକୁ ବ୍ରହ୍ମପୁର ଏମ୍.କେ.ସି.ଜି ରେ ବ୍ୟବଚ୍ଛେଦ କରାଯାଇ ପରିବାର ବର୍ଗଙ୍କୁ ହସ୍ତାନ୍ତର କରାଯାଇଛି।
ବାଇଟ୍-ବ୍ରିଜେଶ କୁମାର ରାୟ(ଆରକ୍ଷୀ ଅଧିକ୍ଷକ, ଗଞ୍ଜାମ)

Conclusion:()ଆଧୁନିକ ଯୁଗରେ ଚିକିତ୍ସା ବିଞାନରେ ଅନେକ ଉନ୍ନତି ଘଟିଥିବା ବେଳେ ଜନସାଧାରଣ ଅନ୍ଧବିଶ୍ୱାସର ବସବର୍ତ୍ତୀ ନହେବାକୁ ପ୍ରଶାସନ ଠାରୁ ଆରମ୍ଭ କରି ବିଭିନ୍ନ ମହଲରେ ସଚେତନତା କରାଯାଉଥିଲେ ମଧ୍ୟ ଏଭଳି ଘଟଣା ସଭ୍ୟ ସମାଜ ପ୍ରତି ଅଙ୍ଗୁଳି ନିର୍ଦ୍ଧେଶ କରୁଥିବା କହିଲେ କିଛି ଅତ୍ୟୁକ୍ତି ହେବ ନାହିଁ ।
ବ୍ରହ୍ମପୁର ରୁ ସମୀର ଆଚାର୍ଯ୍ୟ ଇଟିଭି ଭାରତ...
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.