ETV Bharat / city

ଖାଦ୍ୟ ଯୋଗାଣ ମନ୍ତ୍ରୀଙ୍କ କୁଶପୁତ୍ତଳିକା ଦାହ କଲା ଛାତ୍ର କଂଗ୍ରେସ

ଜିଲ୍ଲା ଛାତ୍ର କଂଗ୍ରେସ ସଭାପତି ବିକାଶ ପଶୁପାଳଙ୍କ ନେତୃତ୍ବରେ ସ୍ଥାନୀୟ ବାପୁଜି ଆଶ୍ରମ ଠାରେ ଖାଦ୍ୟ ଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁଙ୍କ କୁଶପୁତ୍ତଳିକା ଦାହ କରାଯାଇଛି । ଅଧିକ ପଢନ୍ତୁ...

author img

By

Published : Jun 10, 2021, 9:37 AM IST

ଖାଦ୍ୟ ଯୋଗାଣ ମନ୍ତ୍ରୀଙ୍କ କୁଶପୁତ୍ତଳିକ ଦାହ
ଖାଦ୍ୟ ଯୋଗାଣ ମନ୍ତ୍ରୀଙ୍କ କୁଶପୁତ୍ତଳିକ ଦାହ

ବ୍ରହ୍ମପୁର: ରାଜ୍ୟ ଖାଦ୍ୟ ଯୋଗାଣ ମନ୍ତ୍ରୀଙ୍କ କୁଶପୁତ୍ତଳିକା ଦାହ କରିଛି ଗଞ୍ଜାମ ଜିଲ୍ଲା ଛାତ୍ର କଂଗ୍ରେସ । ଜିଲ୍ଲା କଂଗ୍ରେସ ସଭାପତି ରମେଶ ଜେନାଙ୍କ ନିର୍ଦ୍ଦେଶକ୍ରମେ ଜିଲ୍ଲା ଛାତ୍ର କଂଗ୍ରେସ ସଭାପତି ବିକାଶ ପଶୁପାଳଙ୍କ ନେତୃତ୍ବରେ ସ୍ଥାନୀୟ ବାପୁଜି ଆଶ୍ରମ ଠାରେ ଖାଦ୍ୟ ଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁଙ୍କ କୁଶପୁତ୍ତଳିକା ଦାହ କରାଯାଇଛି। ସାଧାରଣ ବଣ୍ଟନ ବ୍ୟବସ୍ଥାରେ ଓଡ଼ିଶା ସରକାର ଯୋଗାଉଥିବା ଚାଉଳ ଗୋ ଖାଦ୍ୟ ବୋଲି ପ୍ରମାଣିତ ହୋଇଛି ।

ନବୀନ ସରକାରଙ୍କ ଚାଉଳ ଦୁର୍ନୀତି ଏବଂ ଓଡ଼ିଶାବାସୀଙ୍କ ପ୍ରତି ବିଶ୍ବାସଘାତକ ପଦାରେ ପଡିଯାଇଛି ବୋଲି ଛାତ୍ର କଂଗ୍ରେସ ସଭାପତି ବିକାଶ ପଶୁପାଳକ ଅଭିଯୋଗ କରିଛନ୍ତି। ଏପରିକି ଏହି ଚାଉଳ ମଣିଷ ପାଇଁ ନୁହେଁ ଏହା କେବଳ ଛେଳି, ମେଣ୍ଡା, ଘୋଡା ଓ ଆଦି ଗୋ-ଖାଦ୍ୟ ପାଇଁ ଯୋଗ୍ୟ ବୋଲି ସେ କହିଛନ୍ତି । ନବୀନ ସରକାର ୧ ଟଙ୍କିଆ ଚାଉଳ ଦେଇ ଓଡ଼ିଶାବାସୀଙ୍କୁ ଭୂଆଁ ବୁଲେଇ ଭୋଟ ନେଇଯାଉଛନ୍ତି।

ତେବେ ଏଥିରୁ ସ୍ପଷ୍ଟ ଯେ ଏଥିରୁ କୋଟି କୋଟି ଟଙ୍କାର ଅର୍ଥ ବାଟବରଣା ହୋଇଯାଇଛି। ଏଥିଯୋଗୁଁ ଖାଦ୍ୟଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ ଓ ଖାଦ୍ୟଯୋଗାଣ ସଚିବ ବିକ୍ରମ ଯାଦବ ଇସ୍ତଫା ଦେବା ପାଇଁ ଦାବି କରିଛି ଛାତ୍ର କଂଗ୍ରେସ । ଏଥିରେ ଜିଲ୍ଲା ଛାତ୍ର କଂଗ୍ରେସ ସଭାପତି ବିକାଶ ପଶୁପାଳ, ଚିନ୍ମୟ କୁମାର ହୋତା, ଦେବାଶିଷ ମହାନ୍ତି, ମନୋଜ ଦୋରା, ମିଥୁନ ନାୟକ, ବିଭୁପ୍ରସାଦ ପାତ୍ର, ଶୁଭଙ୍କର ମାଳି, ଗଗନ ସାହୁ, ଦିବାକର ପ୍ରଧାନ ଓ ବହୁ କଂଗ୍ରେସ କର୍ମୀ ଉପସ୍ଥିତ ରହିଥିଲେ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.