ETV Bharat / city

ରାଜ୍ୟସ୍ତରୀୟ ବିଜୁ ସ୍ମାରକୀ ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦଘାଟିତ - ବିଜୁ ସ୍ମାରକୀ ଫୁଟବଲ

ବ୍ରହ୍ମପୁରରେ ରାଜ୍ୟସ୍ତରୀୟ ବିଜୁ ସ୍ମାରକୀ ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦଘାଟିତ ହୋଇଛି । ଏହା ଚାରିଦିନ ଧରି ଚାଲିବ । ଅଧିକ ପଢନ୍ତୁ...

ବିଜୁ ସ୍ମାରକୀ ଫୁଟବଲ ଟୁର୍ଣ୍ଣାମେଣ୍ଟ
ବିଜୁ ସ୍ମାରକୀ ଫୁଟବଲ ଟୁର୍ଣ୍ଣାମେଣ୍ଟ
author img

By

Published : Mar 25, 2021, 7:19 AM IST

ବ୍ରହ୍ମପୁର: ସଦର ମହକୁମା ଛତ୍ରପୁରରେ ରାଜ୍ୟସ୍ତରୀୟ ବିଜୁ ସ୍ମାରକୀ ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦଘାଟିତ ହୋଇଛି । ଜିଲ୍ଲା ପ୍ରଶାସନର ସହଯୋଗରେ ବିଜୁ ସ୍ମାରକୀ ଓ ୟୁରୋ ସ୍କୁଲର ମିଳିତ ଆନୁକୂଲ୍ୟରେ ଏହା ଆୟୋଜିତ ହୋଇଛି ।

ବିଜୁ ସ୍ମାରକୀ ଫୁଟବଲ ଟୁର୍ଣ୍ଣାମେଣ୍ଟ

ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଜନ୍ମ ଶତବାର୍ଷିକୀ ପାଳନ ଅବସରରେ ଏହି ଟୁର୍ଣ୍ଣାମେଣ୍ଟ ଆୟୋଜିତ ହୋଇଛି । ଛତ୍ରପୁର ବିଧାୟକ ସୁବାଷ ଚନ୍ଦ୍ର ବେହେରାଙ୍କ ନେତୃତ୍ୱରେ ସ୍ଥାନୀୟ ପୋଲିସ ପଡିଆ ଠାରେ ଆୟୋଜିତ କ୍ରୀଡା ପ୍ରତିଯୋଗିତାର ପ୍ରଥମ ଦିନର ଉଦଘାଟନୀ ମ୍ୟାଚରେ ଗଞ୍ଜାମ ସହ କୋରାପୁଟ ଦଳ ମଧ୍ୟରେ ମୁକାବିଲା ହୋଇଛି । କୋରାପୁଟ ଦଳ ପ୍ରଥମେ ଟସ ଜିତି ଫିଲ୍ଡି କରିଥିଲା । ଏଥିରେ ୪-୩ ଗୋଲ ପେନାଲଟି ସୁଟ ଆଉଟରେ କୋରାପୁଟ ଦଳ ବିଜୟୀ ହୋଇଛି । ଏହି ଟୁର୍ଣ୍ଣାମେଣ୍ଟ ଆସନ୍ତା ୨୭ ତାରିଖ ପର୍ଯ୍ୟନ୍ତ ଚାରି ଦିନ ଧରି ଆୟୋଜିତ ହେବ । ଟୁର୍ଣ୍ଣାମେଣ୍ଟରେ ରାଜ୍ୟର ୮ଟି ଦଳ ଅଂଶଗ୍ରହଣ କରିଛନ୍ତି ।

ଉଦଘାଟନୀ ସମାରୋହରେ ଅତିଥି ରୂପେ ବ୍ରହ୍ମପୁର ବିଧାୟକ ବିକ୍ରମ କୁମାର ପଣ୍ଡା ,ପୋଲସରା ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡର ଅଧ୍ୟକ୍ଷ ଶ୍ରୀକାନ୍ତ ସାହୁ ଓ ଖଲ୍ଲିକୋଟ ବିଧାୟିକା ସୂର୍ଯ୍ୟମଣୀ ବୈଦ୍ୟ ,ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ପ୍ରମୁଖ ଉପସ୍ଥିତ ରହିଥିଲେ ।

ଉଦଘାଟନୀ ମ୍ୟାଚରେ ମୁଖ୍ୟ ରେଫେରୀ ଭାବେ ଅନୁଗୋଳର ଦିଲ୍ଲୀପ କୁମାର ରାଉତ ଦାୟିତ୍ୱ ତୁଲାଉଥିବା ବେଳେ ବାରିପଦାର ଉତ୍କଳମଣି ବେହେରା, ରମେଶ ଚନ୍ଦ୍ର ବେହେରା,ସୁଜିତ୍ କୁମାର ପାତ୍ର ଓ ମ୍ୟାଚ୍ କମିଶନର ଭାବେ ପ୍ରଶାନ୍ତ କୁମାର ସାହୁ ସୂଚାରୁ ରୂପେ ଦାୟିତ୍ବ ତୁଲାଇଥିଲେ ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.