ETV Bharat / city

Mother's Day 2022: ସ୍ୟାଣ୍ଡ ଆନିମେସନରେ ମାତୃ ଦିବସର ଶୁଭେଚ୍ଛା - ମାତୃ ଦିବସ 2022

ଆଜି ମାତୃ ଦିବସ । ସ୍ୟାଣ୍ଡ ଆନିମେସନ ମାଧ୍ୟମରେ ମାଆ ମାନଙ୍କୁ ଶୁଭେଚ୍ଛା ଜଣାଇଲେ ବ୍ରହ୍ମପୁରର ଯୁବ ବାଲୁକା ଶିଳ୍ପୀ ସତ୍ୟ ମହାରଣା । ଅଧିକ ପଢନ୍ତୁ

International Mother's Day:ସ୍ୟାଣ୍ଡ ଆନିମେସନରେ ଶୁଭେଚ୍ଛା

author img

By

Published : May 8, 2022, 8:14 AM IST

ବ୍ରହ୍ମପୁର: ଆଜି ମାତୃ ଦିବସ । ସାରା ବିଶ୍ବ ପାଳୁଛି ମାତୃ ଦିବସ (Mother's Day 2022)। ଏ ଅବସରରେ ସ୍ୟାଣ୍ଡ ଆନିମେସନ ମାଧ୍ୟମରେ ମାଆ ମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ବ୍ରହ୍ମପୁରର ଯୁବ ବାଲୁକା ଶିଳ୍ପୀ ସତ୍ୟ ମହାରଣା । ସତ୍ୟ ନିଜର କଳା ମାଧ୍ୟମରେ ଆଜିର ଦିନରେ ମାତୃତ୍ବ ଦିବସର ବାର୍ତ୍ତା ପ୍ରଦାନ କରିଛନ୍ତି । ସ୍ୟାଣ୍ଡ ଆନିମେସନ ଜରିଆରେ ଶିଶୁଟିକୁ ଳାଳନ ପାଳନ କରିବା ଠାରୁ ଆରମ୍ଭ କରି ସମାଜରେ ପ୍ରତିଷ୍ଠିତ ନାଗରିକ କରିବା କ୍ଷେତ୍ରରେ ମାଆର ରହିଥାଏ ଗୁରୁତ୍ବପୂର୍ଣ୍ଣ ଭୂମିକା । ଏପରିକି ଶିଶୁଟି ଯେତେବେଳେ ଛୋଟ ସମୟରେ କିଛି କହିଥାଏ କେବଳ ମାଆ ହିଁ ତାର କଥା ଓ ଭାଷାକୁ ବୁଝିପାରିଥାଏ ।

International Mother's Day:ସ୍ୟାଣ୍ଡ ଆନିମେସନରେ ଶୁଭେଚ୍ଛା

ହେଲେ ସେହି ଶିଶୁ ବଡ ହୋଇଗଲା ପରେ ମାଆର ସ୍ନେହ ମମତାର ମୂଲ୍ୟ ବୁଝି ନଥାଏ । ଯାହାକି ଅତ୍ୟନ୍ତ ଦୁଃଖଦାୟକ । ଏହାକୁ ନିଜର କଳା ମାଧ୍ୟମରେ ଦର୍ଶାଇଛନ୍ତି ଯୁବ ଶିଳ୍ପୀ । ଏହାସହ ମାଆ ପ୍ରତି ରହିଥିବା ଭଲ ପାଇବା ସହ ତାଙ୍କ ପ୍ରତି ନିଜର ଉତ୍ତର ଦାୟିତ୍ବକୁ ବୃଦ୍ଧି କରିବାକୁ ଏହି କଳା ମାଧ୍ୟମରେ ଆହ୍ବାନ ଦେଇଛନ୍ତି ସତ୍ୟ । କେବଳ ଜନ୍ମକଲା ମାଆ ସହିତ ସମାଜରେ ସମସ୍ତେ ମିଳିତ ଭାବେ ଧରିତ୍ରୀ ମା’କୁ ରକ୍ଷା କରିବା ପାଇଁ ବୃକ୍ଷରୋପଣ କରିବା ପାଇଁ ସ୍ୟାଣ୍ତ ଆନିମେସନରେ ସେ ବାର୍ତ୍ତା ଦେଇଛନ୍ତି । ଜଣେ ସନ୍ତାନ ପାଇଁ ମା’ର ପଣତକାନି ଠାରୁ ସୁରକ୍ଷିତ ଓ ନିରାପଦ ସ୍ଥାନ ଆଉ କିଛି ନାହିିିଁ । ମାଆର ତ୍ୟାଗ ଓ ମମତାକୁ ମନେ ପକାଇବା ଉଦ୍ଦେଶ୍ୟରେ ପ୍ରତିବର୍ଷ ମେ’ ମାସର ଦ୍ବିତୀୟ ରବିବାରକୁ ଅନ୍ତର୍ଜାତୀୟ ‘ମାତୃଦିବସ’ ଭାବେ ପାଳନ କରାଯାଉଛି ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.