ETV Bharat / city

'ମୋ ଗାଁରେ ତହସିଲ’ କାର୍ଯ୍ୟକ୍ରମ, ବାଚସ୍ପତିଙ୍କ ଉପସ୍ଥିତରେ ହିତାଧିକାରୀଙ୍କୁ ପଟ୍ଟା ବଣ୍ଟନ - ବ୍ରହ୍ମପୁର ଖବର

ବ୍ରହ୍ମପୁରରେ ଆୟୋଜିତ ହେଲା ‘ମୋ ଗାଁରେ ତହସିଲ’ କାର୍ଯ୍ୟକ୍ରମରେ ବାଚସ୍ପତିଙ୍କ ଉପସ୍ଥିତରେ ହିତାଧିକାରୀଙ୍କୁ ପଟ୍ଟା ବଣ୍ଟନ କରାଯାଇଛି। ଅଧିକ ଖବର ପଢନ୍ତୁ...

tahasil programme
'ମୋ ଗାଁ ରେ ତହସିଲ କାର୍ଯ୍ୟକ୍ରମ',ବାଚସ୍ପତିଙ୍କ ଉପସ୍ଥିତରେ ହିତାଧିକାରୀଙ୍କୁ ପଟ୍ଟା ବଣ୍ଟନ
author img

By

Published : Dec 4, 2019, 10:12 PM IST

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାର 7ଟି ତହସିଲକୁ ନେଇ ମିଳିତ ଭାବେ ଆୟୋଜିତ ହୋଇଛି ‘ମୋ ଗାଁରେ ତହସିଲ’ କାର୍ଯ୍ୟକ୍ରମ। ସ୍ଥାନୀୟ ଖଲ୍ଲିକୋଟ ସ୍ବୟଂଶାସିତ ମହାବିଦ୍ୟାଳୟର ଷ୍ଟାଡିୟମ ପରିସରରେ ଏହି କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା।ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ରୂପେ ଓଡିଶା ବିଧାନସଭାର ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ଯୋଗ ଦେଇଥିଲେ।

ବାଚସ୍ପତିଙ୍କ ଉପସ୍ଥିତିରେ ହିତାଧିକାରୀଙ୍କୁ ଉପଖଣ୍ଡସ୍ତରୀୟ ପଟ୍ଟା ବଣ୍ଟନ କରାଯାଇଥିଲା। ଏହି ଅବସରରେ ବ୍ରହ୍ମପୁର ଉପଜିଲ୍ଲାପାଳଙ୍କ ଅଧିନରେ ଥିବା ବ୍ରହ୍ମପୁର, କନିଷି, କୁକୁଡାଖଣ୍ଡି, ଚିକିଟି, ପାତ୍ରପୁର, ସାନଖେମୁଣ୍ଡି, ଦିଗପହଣ୍ଡି ପ୍ରମୁଖ 7ଟି ତହସିଲର ପ୍ରାୟ ୩୭୭୨ ଗରିବ ହିତାଧିକାରୀଙ୍କୁ ପଟ୍ଟା ବଣ୍ଟନ କରାଯାଇଛି।

'ମୋ ଗାଁ ରେ ତହସିଲ କାର୍ଯ୍ୟକ୍ରମ',ବାଚସ୍ପତିଙ୍କ ଉପସ୍ଥିତରେ ହିତାଧିକାରୀଙ୍କୁ ପଟ୍ଟା ବଣ୍ଟନ

ଚିକିଟି ବିଧାୟିକା ଶ୍ରୀମତି ଉଷାଦେବୀ, ପୂର୍ବତନ ବିଧାୟକ ଡ.ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକ ଯୋଗ ଦେଇଥିଲେ। ସାଧାରଣ ଜନତାଙ୍କ ସୁବିଧା ସୁଯୋଗ ପାଇଁ ଏଭଳି କାର୍ଯ୍ୟକ୍ରମର ଆୟୋଜିତ ହେଉଥିବା କୁହାଯାଇଛି। ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଲାପାଳ ଲକ୍ଷ୍ମୀକାନ୍ତ ସେଠୀ, ବ୍ରହ୍ମପୁର ଉପଜିଲ୍ଲାପାଳ ସିନ୍ଧେ ଦତ୍ତାତ୍ରୟ ଭାଉସା ପ୍ରମୁଖ ଉପସ୍ଥିତ ରହିଥିଲେ। ଦୀର୍ଘବର୍ଷ ହେଲା ପଟ୍ଟା ପାଇବାରୁ ବଞ୍ଚିତ ଥିବା ହିତାଧିକାରୀ ପଟ୍ଟା ପାଇବା ପରେ ଖୁସିବ୍ୟକ୍ତ କରିଛନ୍ତି।

ବ୍ରହ୍ମପୁରରୁ ସମୀର ଆଚାଯ୍ୟ, ଇଟିଭି ଭାରତ

Intro:ଗଞ୍ଜାମ ଜିଲ୍ଲାର ସାତୋଟି ତହସିଲ କୁ ନେଇ ମିଳିତ ଭାବରେ ବ୍ରହ୍ମପୁର ସହରରେ ଆୟୋଜିତ ହୋଇଯାଇଛି ମୋ ଗାଁ ରେ ତହସିଲ କାର୍ଯ୍ୟକ୍ରମ ।
ସ୍ଥାନୀୟ ଖଲ୍ଲିକୋଟ ସ୍ବୟଂ ଶାସିତ ମହାବିଦ୍ୟାଳୟର ଷ୍ଟାଡିୟମ ପରିସରରେ ଆୟୋଜିତ କାର୍ଯ୍ୟକ୍ରମରେ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେଙ୍କ ଅଧ୍ୟକ୍ଷତାରେ କରିଥିବା ବେଳେ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ରୂପେ ଓଡିଶା ବିଧାନସଭାର ବାଚସ୍ପତି ଡଃ. ସୂର୍ଯ୍ୟନାରାୟଣ ପାତ୍ର ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ଅନ୍ୟତମ ଅତିଥି ରୂପେ ବ୍ରହ୍ମପୁର ବିଧାୟକ ବିକ୍ରମ ପଣ୍ଡା , ଗୋପାଳପୁର ବିଧାୟକ ଡ.ପ୍ରଦୀପ କୁମାର ପାଣିଗ୍ରାହୀ , ଚିକିଟି ବିଧାୟିକା ଶ୍ରୀମତି ଉଷାଦେବୀ, ପୂର୍ବତନ ବିଧାୟକ ଡ.ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକ ଯୋଗ ଦେଇ ସାଧାରଣ ଜନତା ଙ୍କ ସୁବିଧା ସୁଯୋଗ ପାଇଁ ଏଭଳି ମୋ ଗାଁରେ ତହସିଲ କାର୍ଯ୍ୟକ୍ରମ ଆୟୋଜିତ ହେଉଥିବା କୁହାଯାଇଛି ।ଏହି ଅବସରରେ ଉପଖଣ୍ଡ ସ୍ତରୀୟ ପଟ୍ଟା ବଣ୍ଟନ କରାଯାଇଥିଲା । ଏହି ଅବସରରେ ବ୍ରହ୍ମପୁର ଉପଜିଲ୍ଲାପାଳଙ୍କ ଅଧିନରେ ଥିବା ବ୍ରହ୍ମପୁର , କନିଷି , କୁକୁଡାଖଣ୍ଡି , ଚିକିଟି , ପାତ୍ରପୁର , ସାନଖେମୁଣ୍ଡି , ଦିଗପହଣ୍ଡି ପ୍ରମୁଖ ସାତଟି ତହସିଲର ପ୍ରାୟ ୩୭୭୨ ଗରିବ ହିତାଧିକାରୀ ପଟ୍ଟା ବଣ୍ଟନ କରାଯାଇଥିଲା । କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଲାପାଳ ଲକ୍ଷ୍ମୀକାନ୍ତ ସେଠୀ , ବ୍ରହ୍ମପୁର ଉପଜିଲ୍ଲାପାଳ ସିନ୍ଧେ ଦତ୍ତାତ୍ରୟ ଭାଉସାହେବ ପ୍ରମୁଖ ମଞ୍ଚାସୀନ ରହିଥିଲେ ।
ଦୀର୍ଘବର୍ଷ ହେଲା ପଟ୍ଟା ପାଇବାରୁ ବଂଚିତ ଥିବା ହିତାଧିକାରୀମାନେ ପଟ୍ଟା ପାଇବା ପରେ ଖୁସିବ୍ୟକ୍ତ କରିଛନ୍ତି ।
ବାଇଟ୍-ସୂର୍ଯ୍ୟନାରାୟଣ ପାତ୍ର(ବାଚସ୍ପତି)Body:ବ୍ରହ୍ମପୁରରୁ ସମୀର ଆଚାଯ୍ୟ ଇଟିଭି ଭାରତ..Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.