ETV Bharat / city

ବିଶ୍ବ ଦରବାରରେ ବଦଳିବ ମା' ତାରାତାରିଣୀ ମନ୍ଦିରର ଚିତ୍ର, ଭ୍ୟୁ ପଏଣ୍ଟ-ହେରିଟେଜ ଗେଟ କରିବ ଆକୃଷ୍ଟ - ଶକ୍ତି ପୀଠ

ବଦଳିବ ରାଜ୍ୟର ପ୍ରମୁଖ ଶକ୍ତିପୀଠ ମା' ତାରାତାରିଣୀ ମନ୍ଦିରର ରୂପରେଖ। ସରକାରଙ୍କ ପକ୍ଷରୁ ମୋଟ ୮୦ କୋଟି ଟଙ୍କା ବ୍ୟୟ ଅଟକଳରେ କାର୍ଯ୍ୟ ଚାଲିଥିବା ବେଳେ ଏହା ଖୁବ୍ ଶୀଘ୍ର ଶେଷ ହେବ ବୋଲି ଆଶା କରାଯାଉଛି । ଅଧିକ ପଢନ୍ତୁ...

ବଦଳିବ  ମା' ତାରାତାରିଣୀ ମନ୍ଦିର ରୂପରେଖ ,  ଉନ୍ନୟନମୂଳକ କାର୍ଯ୍ୟ

author img

By

Published : Oct 1, 2021, 3:12 PM IST

ବ୍ରହ୍ମପୁର: ରାଜ୍ୟର ପ୍ରମୁଖ ପର୍ଯ୍ୟଟନସ୍ଥଳୀ ତଥା ଶକ୍ତିପୀଠ ଗଞ୍ଜାମ ଜିଲ୍ଲାର ମା' ତାରା ତାରିଣୀଙ୍କ ମନ୍ଦିର । ଯାହାର ରୂପରେଖ ସମ୍ପୂର୍ଣ୍ଣ ରୂପେ ବଦଳିବାକୁ ଯାଉଛି । ବର୍ଷ ତମାମ ଭକ୍ତ ମାନେ ମା'ଙ୍କ ପୀଠକୁ ଆସୁଥିବାରୁ ଏଠାକାର ସମସ୍ତ ବ୍ୟବସ୍ଥାରେ ଉନ୍ନତିକରଣ ସହିତ ମା'ଙ୍କ ମୁଖ୍ୟ ମନ୍ଦିରର ଚତୁଃପାର୍ଶ୍ଵର ଉନ୍ନତି ଠାରୁ ଆରମ୍ଭ କରି ବିଭିନ୍ନ ପ୍ରକାର କାର୍ଯ୍ୟ ଯୋରସୋରରେ ଜାରି ରହିଛି। ମା'ଙ୍କ ମନ୍ଦିରର ଯଜ୍ଞ ମଣ୍ଡପ ଠାରୁ ଆରମ୍ଭ କରି ସ୍ନାନ ମଣ୍ଡପ, ରୋଷଘର ମଣ୍ଡପ, ଆନନ୍ଦ ବଜାର, ଗାର୍ଡେନ ଠାରୁ ଆରମ୍ଭ କରି ସେବାୟତ ମାନଙ୍କ ପାଇଁ ସମସ୍ତ ବ୍ୟବସ୍ଥା କରାଯାଇଛି ।

ବଦଳିବ ମା' ତାରାତାରିଣୀ ମନ୍ଦିରର ରୂପରେଖ

ପର୍ଯ୍ୟଟକ ମାନେ ଯେପରି ମା'ଙ୍କ ଇତିହାସ ବିଷୟରେ ଜାଣିପାରିବେ ସେନେଇ ତଥ୍ୟ ଓ ସାମଗ୍ରୀ ରଖିବା ଲାଗି ଇଣ୍ଟର ପ୍ରିଟିସନ ଗୃହର ବ୍ୟବସ୍ଥା କରାଯାଇଛି । ପାହାଡ ଶିଖରରେ ଯୋଗ କରିବା ଲାଗି ମଣ୍ଡପ, ଭ୍ୟୁ ପଏଣ୍ଟ, ହେରିଟେଜ ଗେଟ୍, ସିଂହଦ୍ଵାରର ପୁନରୁଦ୍ଧାର ସହ ସୌନ୍ଦର୍ଯ୍ୟକରଣ ଆଦି ବିଭିନ୍ନ ପ୍ରକାରର କାର୍ଯ୍ୟ କରାଯାଉଛି। ସେପଟେ ବିଭିନ୍ନ ଅଞ୍ଚଳରୁ ବହୁ ଶିଳ୍ପୀ ଓ ଶ୍ରମିକ ମାନେ ମନ୍ଦିର ପରିସରରେ ରହି ମନ୍ଦିର ନିର୍ମାଣ କାର୍ଯ୍ୟ ଜାରି ରଖିଛନ୍ତି । ମୋଟ ୮୦ କୋଟି ଟଙ୍କାର ଖର୍ଚ୍ଚ ଅଟକଳରେ ପର୍ଯ୍ୟଟନର ବିକାଶ କାର୍ଯ୍ୟ ଆରମ୍ଭ କରିଛନ୍ତି ସରକାର ।

ସେହିପରି ପାହାଡ଼ ଉପରେ ମନ୍ଦିରର ସମ୍ପ୍ରସାରଣ କରାଯାଉଥିବା ବେଳେ ମନ୍ଦିର ଘାଟି ସୁରକ୍ଷା ପାଇଁ ଗାର୍ଡ ୱାଲ ଭଳି ବିଭିନ୍ନ ବିଷୟକୁ ଗୁରୁତ୍ବ ଦିଆଯାଇଛି । ମା'ଙ୍କ ମନ୍ଦିର ପରିଚାଳନା କମିଟିର ସଭାପତି ତଥା ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ସମସ୍ତ ଉନ୍ନୟନମୂଳକ କାର୍ଯ୍ୟର ନିର୍ମାଣ ଜାରି ରହିଥିବା ବେଳେ ପ୍ରତ୍ୟେକ ମାସରେ ଏହାର କରାଯାଉଛି ସମୀକ୍ଷା । ଅନ୍ୟପକ୍ଷରେ ମନ୍ଦିରର ଶିଖରରେ ପହଞ୍ଚିବା ପାଇଁ ରହିଥିବା ରାସ୍ତାର ପୁନରୁଦ୍ଧାର ପାଇଁ ସଂପୃକ୍ତ ବିଭାଗକୁ ହସ୍ତାନ୍ତର କରାଯାଇଛି। ଖୁବଶ୍ରୀଘ୍ର ଏହି ସମସ୍ତ କାର୍ଯ୍ୟ ଶେଷ ହେବ ବୋଲି ଆଶା ରଖିଛନ୍ତି ମନ୍ଦିର ପରିଚାଳନା କମିଟିର କର୍ମକର୍ତ୍ତା।

ମା' ତାରାତାରିଣୀ ମନ୍ଦିରର ଉନ୍ନୟନମୂଳକ କାର୍ଯ୍ୟ ଗତ ୨୦୦୩ ମସିହାରୁ ଆରମ୍ଭ ହୋଇଥିବା ବେଳେ ବର୍ତ୍ତମାନ ରାଜ୍ୟ ସରକାରଙ୍କ ଅନୁଦାନରେ ନିର୍ମାଣ କାର୍ଯ୍ୟ ଚାଲିଛି । ସେପଟେ ନିର୍ମାଣ କାର୍ଯ୍ୟ ଶେଷ ପରେ ଏହା ରାଜ୍ୟ ତଥା ଦେଶର ପ୍ରମୁଖ ପର୍ଯ୍ୟଟନସ୍ଥଳୀ ଭଳି ଆହୁରି ଅଧିକ ଆକର୍ଷଣୀୟ ହେବ ବୋଲି ଆଶା କରାଯାଉଛି ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.