ETV Bharat / city

MKCG କାଜୁଆଲଟିରେ ହେବ ସ୍ୱତନ୍ତ୍ର ବ୍ଯବସ୍ଥା, ବନ୍ଦ ରହିବନି ଓପିଡି ସେବା

author img

By

Published : Apr 26, 2021, 7:46 AM IST

Updated : Apr 26, 2021, 8:44 AM IST

ଗଞ୍ଜାମ ଜିଲ୍ଲାରେ ଦିନକୁ ଦିନ ବୃଦ୍ଧି ପାଉଛି କୋଭିଡ୍ ସଂକ୍ରମଣ । ଏହାକୁ ଦୃଷ୍ଟିରେ ରଖି ବ୍ରହ୍ମପୁର ଏମକେସିଜି କାଜୁଆଲଟିରେ ଏଣିକି କରାଯିବ ସ୍ୱତନ୍ତ୍ର ବ୍ଯବସ୍ଥା । ଅଧିକ ପଢନ୍ତୁ...

ଏମକେସିଜି କାଜୁଆଲଟିରେ ହେବ ସ୍ୱତନ୍ତ୍ର ବ୍ଯବସ୍ଥା

ବ୍ରହ୍ମପୁର: ରାଜ୍ୟରେ ଦୈନିକ କୋରୋନା ସଂକ୍ରମଣ ଛଅ ହଜାର ଅତିକ୍ରମ କରିଥିବାବେଳେ ଅନୁରୂପ ସବୁ ଜିଲ୍ଲାରେ ମଧ୍ୟ ସଂକ୍ରମଣ ବଢି ବଢି ଚାଲୁଛି । ଗଞ୍ଜାମ ଜିଲ୍ଲାରେ ଦିନକୁ ଦିନ ବୃଦ୍ଧି ପାଉଛି କୋଭିଡ୍ ସଂକ୍ରମଣ । ଏହାକୁ ଦୃଷ୍ଟିରେ ରଖି ବ୍ରହ୍ମପୁର ଏମକେସିଜି କାଜୁଆଲଟିରେ ଏଣିକି କରାଯିବ ସ୍ୱତନ୍ତ୍ର ବ୍ଯବସ୍ଥା ।

କୋଭିଡ ଲକ୍ଷଣ ରହିଥିବା ବ୍ଯକ୍ତିବିଶେଷମାନେ ଏମ.କେ.ସି.ଜିର କାଜୁଆଟିରେ ପହଞ୍ଚିବା କ୍ଷଣି ସେମାନଙ୍କୁ ଯେପରି ଅନ୍ଯତ୍ର ସ୍ଥାନାନ୍ତିତ କରାଯିବ, କାଜୁଆଟିରେ ଅଧିକ ସମୟ ରଖାଯିବନାହିଁ, ସେନେଇ ଅଧିକ ଗୁରୁତ୍ୱ ଦିଆଯିବାକୁ ଏମ୍.କେ.ସି.ଜିର କର୍ତ୍ତୁପକ୍ଷଙ୍କ ସହିତ ଆଲୋଚନା କରାଯାଇଥିବା ସୂଚନା ଦେଇଛନ୍ତି ଗଞ୍ଜାମ ଜିଲ୍ଲାପାଳ ।

ସେହିପରି ଏମ.କେ.ସି.ଜି ମେଡିକାଲର ଓପିଡି ସେବା ଜାରି ରହିବ । କେବଳ ସହରର ନଗର ଚିକିତ୍ସାଳୟକୁ ଡେଡିକେଟ୍ କୋଭିଡ ହସ୍ପିଟାଲ କରାଯିବା ପରେ ସେଠାକାର ଓପିଡି ସେବା ବନ୍ଦ ରଖିବା ସହିତ ସହରର ଅନ୍ଯ 8ଟି ସହରାଞ୍ଚଳ ସ୍ୱାସ୍ଥକେନ୍ଦ୍ରରେ ଓପିଡି ସେବା ଜାରି ରହିବା ସହିତ ଟେଲିମେଡିସେନ୍ ସେବା ଜାରି ରହିବ ବୋଲି ଗଣମାଧ୍ଯମକୁ ସୂଚନା ଦେଇଛନ୍ତି ଜିଲ୍ଲାପାଳ ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

Last Updated : Apr 26, 2021, 8:44 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.