ETV Bharat / city

ସାଉଥକୋ ପକ୍ଷରୁ ବିଦ୍ୟୁତକାଟ ଅଭିଯାନ ଆରମ୍ଭ - southco to power cut

ଦୀର୍ଘମାସ ଧରି ବ୍ରହ୍ମପୁର ସହରରେ ବିଦ୍ୟୁତ ଦର ବକେୟା ପୈଠ କରୁନଥିବା ସହରବାସୀଙ୍କ ବିରୁଦ୍ଧରେ ଆରମ୍ଭ ହୋଇଯାଇଛି ବିଦ୍ୟୁତକାଟ ଅଭିଯାନ ।

berhampur
ସାଉଥକୋ ପକ୍ଷରୁ ବିଦ୍ୟୁତକାଟ
author img

By

Published : Feb 17, 2020, 2:38 AM IST

ବ୍ରହ୍ମପୁର: ବିଦ୍ୟୁତ ଦର ବକେୟା ପୈଠ କରୁନଥିବା ବ୍ୟକ୍ତିଙ୍କ ଉପରେ ସାଉଥକୋର ଛାଟ । ଦୀର୍ଘମାସ ଧରି ବ୍ରହ୍ମପୁର ସହରରେ ବିଦ୍ୟୁତ ଦର ବକେୟା ପୈଠ କରୁ ନଥିବା ସହରବାସୀଙ୍କ ବିରୁଦ୍ଧରେ ଆରମ୍ଭ ହୋଇଯାଇଛି ବିଦ୍ୟୁତକାଟ ଅଭିଯାନ । ଏହି ବିଦ୍ୟୁତ କାଟ କରିବା ପୂର୍ବରୁ ସହରରେ ସାଉଥକୋ ପକ୍ଷରୁ ଘୋଷଣା ହୋଇଥିବା ବେଳେ ନିର୍ଦ୍ଧାରିତ ତାରିଖରେ ବିଭାଗ ପକ୍ଷରୁ ଆରମ୍ଭ ହୋଇଛି ବିଦ୍ୟୁତକାଟ ଅଭିଯାନ ।

ସାଉଥକୋ ପକ୍ଷରୁ ବିଦ୍ୟୁତକାଟ

ଏଥିନିମନ୍ତେ ଏକ ସ୍ବତନ୍ତ୍ର ଟିମ୍ ଗଠନ ହୋଇଥିବା ବେଳେ ଏହି ଟିମ୍ ନିୟମିତ ଭାବରେ ପାଞ୍ଚରୁ ଛଅ ମାସ ଧରି ବିଲ ପୈଠ କରୁନଥିବା କିମ୍ବା ପାଞ୍ଚ ହଜାର ଟଙ୍କା ବକେୟା ରହିଥିବା ଗ୍ରାହକଙ୍କ ବିଦ୍ୟୁତ କାଟ କରାଯିବାକୁ ନିଷ୍ପତ୍ତି ନିଆଯାଇଛି ।

ଏହାସହ ପ୍ରଥମ ଦିବସରେ ଆଙ୍କୁଲି ,ଲାଞ୍ଜିପଲ୍ଲୀ ଠାରୁ ଆରମ୍ଭ କରି ଖୋଡାସିଙ୍ଗ ଭଳି ବିଭିନ୍ନ ଅଞ୍ଚଳରେ ଏହି ବିଦ୍ୟୁତ ବକେୟା ଆଦାୟ ଟିମ୍ ଚଢାଉ କରି ବକେୟା ବିଦ୍ୟୁତ ଅର୍ଥ ଆଦାୟ କରିବା ସହ ପ୍ରଥମ ଦିବସରେ ଏକ କୋଟି ୩୦ ଲକ୍ଷ ଟଙ୍କା ୫୯ ହଜାର ଟଙ୍କା ଆଦାୟ ହୋଇଥିବା ବେଳେ ମୋଟ ୫,୪୪୧ ଜଣ ଗ୍ରାହକଙ୍କ ଠାରୁ ଏହି ଅର୍ଥ ଆଦାୟ ହୋଇଥିବା କୁହାଯାଇଛି ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.