ETV Bharat / city

ନିୟମିତ ଦରମା ପ୍ରଦାନ ଦାବିରେ ବିଦ୍ୟାଳୟ ପାଚିକା ସହାୟିକା ସଙ୍ଘ ପକ୍ଷରୁ ବିକ୍ଷୋଭ - ବ୍ରହ୍ମପୁର ଖବର

ବିଦ୍ୟାଳୟ ପାଚିକା ସହାୟିକା ସଙ୍ଘ ପକ୍ଷରୁ ବିକ୍ଷୋଭ । ନିୟମିତ ଦରମା ପ୍ରଦାନ ଦାବିରେ କରାଯାଇଛି ପ୍ରତିବାଦ । ଅଧିକ ପଢନ୍ତୁ...

school pachika association protest in berhampur
ବିଦ୍ୟାଳୟ ପାଚିକା ସହାୟିକା ସଙ୍ଘ ପକ୍ଷରୁ ବିକ୍ଷୋଭ
author img

By

Published : Sep 30, 2020, 9:40 AM IST

ବ୍ରହ୍ମପୁର: ନିୟମିତ ଦରମା ପ୍ରଦାନ ଦାବିରେ ବିଦ୍ୟାଳୟ ପାଚିକା ସହାୟିକା ସଂଘ ପକ୍ଷରୁ ବିକ୍ଷୋଭ । ସରକାରୀ ବିଦ୍ୟାଳୟ ମାନଙ୍କରେ ମଧ୍ୟାହ୍ନ ଭୋଜନ ପ୍ରସ୍ତୁତି ଓ ପରିଚାଳନା କରି ଆସୁଥିବା ଓଡିଶା ମିଳିତ ବିଦ୍ୟାଳୟ ପାଚିକା ସହାୟକଙ୍କୁ ନିୟମିତ ଦରମା ପ୍ରଦାନ କରିବା ଦାବିରେ ବ୍ରହ୍ମପୁର ଠାରେ ବିକ୍ଷୋଭ ସହ ପ୍ରତିବାଦ କରାଯାଇଛି । କୋରୋନା ମୁକାବିଲା ପାଇଁ ଲକଡାଉନ ସମୟରେ ପାଚିକା ସହାୟିକା ମାନଙ୍କୁ ପାରିଶ୍ରମିକ ପ୍ରଦାନ କରାଯାଇନଥିବା ଅଭିଯୋଗ ହୋଇଛି ।

ବିଦ୍ୟାଳୟ ପାଚିକା ସହାୟିକା ସଙ୍ଘ ପକ୍ଷରୁ ବିକ୍ଷୋଭ

ତୁରନ୍ତ ଦରମା ପ୍ରଦାନ କରିବା, ୨୮ ମାସର ବର୍ଦ୍ଧିତ ବକେୟା ପାରିଶ୍ରମିକ ଅବିଳମ୍ବେ ପ୍ରଦାନ କରିବା ଭଳି ଦାବି ରହିଥିଲା । ମୁଖ୍ୟତଃ ଅନେକ ଅସହାୟ ମହିଳା ବର୍ଗର ପାଚିକା ସହାୟକା ମାନେ ମଧ୍ୟାହ୍ନ ଭୋଜନ କାର୍ଯ୍ୟକ୍ରମରେ ନିଯୁକ୍ତି ପାଇଛନ୍ତି । ଲକ ଡାଉନ ଫଳରେ ନିଜର ଜୀବନ ବଞ୍ଚାଇବା ପାଇଁ କଷ୍ଟରେ ଜୀବନ ଅତିବାହିତ କରୁଛନ୍ତି । ତେବେ, ସରକାର ଏମାନଙ୍କ ସମସ୍ୟା ପ୍ରତି ଦୃଷ୍ଟି ଦେବାକୁ ଦାବି ହୋଇଛି ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.