ETV Bharat / city

କୋଭିଡ କଟକଣା ମଧ୍ୟରେ ବ୍ରହ୍ମପୁର ସହରରେ ବିଦ୍ୟାଦାତ୍ରୀ ପୂଜା ଅନୁଷ୍ଠିତ - ବ୍ରହ୍ମପୁରରେ ସରସ୍ବତୀ ପୂଜା ଖବର

ବ୍ରହ୍ମପୁର ସହରରେ କୋଭିଡ୍ କଟକଣା ମଧ୍ୟରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କ ପୁଜାର୍ଚ୍ଚନା ଅନୁଷ୍ଠିତ ହୋଇଛି । ଅଧିକ ପଢନ୍ତୁ....

କୋଭିଡ କଟକଣା ମଧ୍ୟରେ ବ୍ରହ୍ମପୁର ସହରରେ ବିଦ୍ୟାଦାତ୍ରୀ ପୂଜା ଅନୁଷ୍ଠିତ

author img

By

Published : Feb 16, 2021, 5:33 PM IST

ବ୍ରହ୍ମପୁର: କୋଭିଡ୍ କଟକଣା ମଧ୍ୟରେ ବ୍ରହ୍ମପୁର ସହରରେ ଅନୁଷ୍ଠିତ ହୋଇଛି ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କ ପୂଜାର୍ଚ୍ଚନା । ଉଭୟ ସରକାରୀ ଓ ବେସରକାରୀ ଶିକ୍ଷାନୁଷ୍ଠାନରେ ବିଦ୍ୟାର୍ଥୀଙ୍କ ଅନୁପସ୍ଥିତିରେ ଏହି ପୁଜାର୍ଚ୍ଚନା କରାଯାଇଛି । ମୁଖ୍ୟତଃ ସରସ୍ବତୀ ପୁଜାରେ ଅନେକ ଶିଶୁ ନିଜର ଶିକ୍ଷା ଗ୍ରହଣ ପ୍ରକ୍ରିୟା ଆରମ୍ଭ କରିଥାନ୍ତି । ଏଣୁ ଚଳିତବର୍ଷ ସହରର ଗାୟତ୍ରୀ ମନ୍ଦିର ଠାରୁ ଆରମ୍ଭ କରି ବିଭିନ୍ନ ଶିକ୍ଷାନୁଷ୍ଠାନରେ ଖଡି ଛୁଆଁ କାର୍ଯ୍ୟ କରାଇଥିଲେ ।

କୋଭିଡ କଟକଣା ମଧ୍ୟରେ ବ୍ରହ୍ମପୁର ସହରରେ ବିଦ୍ୟାଦାତ୍ରୀ ପୂଜା ଅନୁଷ୍ଠିତ

ଛୋଟ ଛୋଟ ଶିଶୁଙ୍କୁ ନେଇ ସେମାନଙ୍କ ପିତାମାତାମାନେ ଏହି ଅବସରରେ ପୁଜାରେ ସାମିଲ ହୋଇ ଖଡି ଛୁଆଇଁଥିବା ଦେଖିବାକୁ ମିଳିଥିଲା । ବ୍ରହ୍ମପୁର ସହରର ବିଭିନ୍ନ ସ୍ଥାନରେ ପାରମ୍ପାରିକ ରୀତିନୀତିରେ ବସନ୍ତ ପଞ୍ଚମୀ ଅବସରରେ ମା ସରସ୍ବତୀଙ୍କ ପୁଜା ଆରାଧନା ହୋଇଥିବା ବେଳେ ସହରର ନୀଳକଣ୍ଠନଗର ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରରେ ଏହି ଅବସରରେ କିଭଳି ହୋଇଥିଲା ପୁଜାର୍ଚ୍ଚନା ସେ ନେଇ ଅଧିକ ଆଲୋଚନା କରିଥିଲେ ଆମ ସମ୍ବାଦଦାତା ସମୀର ଆଚାର୍ଯ୍ୟ ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ , ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.