ETV Bharat / city

ବାଲୁକାକଳାରେ ମହାପ୍ରଭୁଙ୍କ ସୁନାବେଶ

author img

By

Published : Jul 9, 2022, 10:38 PM IST

ରାତି ପାହିଲେ ମହାପ୍ରଭୁଙ୍କର ଅନୁଷ୍ଠିତ ହେବ ପବିତ୍ର ସୁନାବେଶ । ଏହାକୁ ନେଇ ବାଲୁକା କଳା ମାଧ୍ୟମରେ ପ୍ରସ୍ତୁତ ହୋଇଛି ମହାପ୍ରଭୁ ଜଗନ୍ନାଥଙ୍କ ସୁନାବେଶ । ଅଧିକ ପଢ଼ନ୍ତୁ

ବାଲୁକା କଳାରେ ମହାପ୍ରଭୁଙ୍କ ସୁନାବେଶ
ବାଲୁକା କଳାରେ ମହାପ୍ରଭୁଙ୍କ ସୁନାବେଶ

ବ୍ରହ୍ମପୁର: ପବିତ୍ର ବାହୁଡା ଯାତ୍ରା ଦିନକ ପରେ ମହାପ୍ରଭୁଙ୍କ ଅନୁଷ୍ଠିତ ହେବ ପବିତ୍ର ସୁନାବେଶ । ଏହାକୁ ନେଇ ବାଲୁକା କଳା ମାଧ୍ୟମରେ ମହାପ୍ରଭୁ ଜଗନ୍ନାଥଙ୍କ ସୁନାବେଶ ପ୍ରସ୍ତୁତ କରିଛନ୍ତି ବ୍ରହ୍ମପୁରର ବାଲୁକାଶିଳ୍ପୀ ସତ୍ୟ ନାରାୟଣ ମହାରଣା । ସତ୍ୟ ପ୍ରସ୍ତୁତ କରିଥିବା ମହାପ୍ରଭୁଙ୍କ ବାଲୁକା କଳାର ସୁନାବେଶ ପାଇଁ ପ୍ରାୟ ତିନି ଘଣ୍ଟା ସମୟ ଲାଗିଥିବା ବେଳେ ଏହା ଅତ୍ୟନ୍ତ ଆକର୍ଷଣୀୟ ରହିଥିବା ଦେଖାଯାଇଛି । ସତ୍ୟ ନିଜର ବାର୍ତ୍ତାରେ ମହାପ୍ରଭୁ ସମସ୍ତଙ୍କୁ ଖୁସି ଓ ଆନନ୍ଦରେ ରଖିଥାନ୍ତୁ ଏବଂ ସମସ୍ତ ବିପଦ ଖଣ୍ଡନ କରନ୍ତୁ ବୋଲି ପ୍ରାର୍ଥନା କରିଛନ୍ତି ।

ରଥଯାତ୍ରା ସମୟରେ ସତ୍ୟ ନିଜର କଳାକୃତି ମାଧ୍ୟମରେ ବାଉଁଶ ଓ ଆଇସକ୍ରିମ୍ କାଠିରେ ନିର୍ମାଣ ହେଲା ମହାପ୍ରଭୁଙ୍କ ରଥ । ବ୍ରହ୍ମପୁର ସହରର ବାଲୁକା ଶିଳ୍ପୀ ସତ୍ୟ ନାରାୟଣ ମହାରଣାଙ୍କ ପ୍ରତ୍ୟେକ ବର୍ଷ ରଥ ଯାତ୍ରା ସମୟରେ ବିଶ୍ବର ସବୁଠାରୁ ଛୋଟ ରଥ ନିର୍ମାଣ କରି ଅନେକ ରେକର୍ଡ ସୃଷ୍ଟି କରୁଥିବା ବେଳେ ଚଳିତ ବର୍ଷ ସେ ଏଭଳି ନୂତନ କଳାକୃତି ପ୍ରସ୍ତୁତ କରିଥିବା ଦେଖାଯାଇଛି ।

ଚଳିତ ବର୍ଷ ବାଉଁଶରେ ନିର୍ମିତ ନନ୍ଦିଘୋଷ ରଥ ବେଶ ସୁନ୍ଦର ହୋଇଥିବା ବେଳେ ଏହି ରଥର ଉଚ୍ଚତା ୨୦ ଇଞ୍ଚ୍ ଏବଂ ଓସାର ରହିଥିଲି ୧୩ ଇଞ୍ଚ । ସେହିପରି ଆଇସକ୍ରିମ୍ କାଠିରେ ପ୍ରସ୍ତୁତ ହୋଇଥିବା ଅନ୍ୟ ଏକ ରଥ ପ୍ରସ୍ତୁତ କରିଥିବା ବେଳେ ଏହାର ଉଚ୍ଚତା ୭ ଇଞ୍ଚ୍ ଏବଂ ଓସାର ୬ ଇଞ୍ଚ୍ ରହିଛି ।

ଉଭୟ ରଥ ଦେଖିବାକୁ ଅବିକଳ ପୁରୀର ନନ୍ଦିଘୋଷ ରଥ ପରି ଦେଖାଯାଉଥିବା ବେଳେ ଏହି ରଥରେ ମୋଟ ୧୬ ଟି ଚକ, ୪ ଟି ଘୋଡ଼ା, ଓଲୋଟ ଶୁଆ, ଦଧିନଉତି, ପତିତ ପାବନ ବାନା ଏବଂ ସାରଥିକୁ ନିଜର କଳାକୃତି ମାଧ୍ୟମରେ ସ୍ଥାନିତ କରିଛନ୍ତି ସତ୍ୟ । ଏହି କଳାକୃତି କରିବାକୁ ସତ୍ୟଙ୍କୁ ମୋଟ ପାଞ୍ଚ ଦିନ ସମୟ ଲାଗିଥିଲା ।

ଇଟିଭି ଭାରତ, ବ୍ରହ୍ମପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.