ବ୍ରହ୍ମପୁର: ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ କ୍ରମେ ଗଞ୍ଜାମ ଜିଲ୍ଲାରେ ଆରମ୍ଭ ହୋଇଯାଇଛି ଗର୍ଭବତୀ ମହିଳାଙ୍କୁ ସଂପୂର୍ଣ୍ଣ ସୁରକ୍ଷା କବାଚ କିଟ୍ ପ୍ରଦାନ । ଜିଲ୍ଲାର ବିଭିନ୍ନ ସ୍ବାସ୍ଥ୍ୟ ପ୍ରତିଷ୍ଠାନ ତଥା ଗର୍ଭବତୀ ମହିଳାଙ୍କ ଡେଲିଭେରୀ ପଏଣ୍ଟ ଠାରେ ରାଜ୍ୟ ସରକାରଙ୍କ ପକ୍ଷରୁ ଆରମ୍ଭ କରାଯାଇଥିବା ମହିଳା ଓ ଶିଶୁ ମାନଙ୍କ ସୁରକ୍ଷା ପାଇଁ ଏହି କିଟ ପ୍ରଦାନ କରାଯାଇଛି ।
![ଗର୍ଭବତୀ ମହିଳାଙ୍କୁ ଯୋଗାଇ ସୁରକ୍ଷା ଦେବ କବଚ କିଟ](https://etvbharatimages.akamaized.net/etvbharat/prod-images/od-bam-sampurna-surakshya-kabachha-started-distribution-to-mother-7205524_17062021235523_1706f_1623954323_904.jpg)
ମୁଖ୍ୟତଃ ବିଭିନ୍ନ ସ୍ବାସ୍ଥ୍ୟ ପ୍ରତିଷ୍ଠାନରେ ପ୍ରଥମ ଦିବସରେ ଶହେରୁ ଅଧିକ ମାଆଙ୍କୁ ଏହି କିଟ୍ ପ୍ରଦାନ କରାଯାଇଥିବା ବେଳେ ଏଥିରେ ଗର୍ଭବତୀ ମହିଳାଙ୍କ ସୁରକ୍ଷା ଏବଂ ନବଜନ୍ମିତ ଶିଶୁର ସୁରକ୍ଷା ପାଇଁ ୧୫ ପ୍ରକାର ଅତ୍ୟାବଶ୍ୟକୀୟ ସାମଗ୍ରୀ ରହିଥିବା କିଟ୍ କୁ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ପ୍ରଦାନ କରାଯାଇଛି । ଆଗାମୀ ଦିନରେ ଏହାକୁ ବିଭିନ୍ନ ପଏଣ୍ଟରେ ପ୍ରଦାନ କରାଯିବ ବୋଲି ସୂଚନା ଦିଆଯାଇଛି ।
ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ