ETV Bharat / city

କୃଷି ଆଇନ ପ୍ରତ୍ୟାହାର ଦାବିରେ ରାସ୍ତାରୋକ ଆନ୍ଦୋଳନ

author img

By

Published : Nov 5, 2020, 5:53 PM IST

କୃଷି ଆଇନ ପ୍ରତ୍ୟାହାର ଦାବିରେ ବ୍ରହ୍ମପୁର ସହରରେ ବିଭିନ୍ନ ସଙ୍ଗଠନ ପକ୍ଷରୁ ରାସ୍ତାରୋକ ଆନ୍ଦୋଳନ କରାଯାଇଛି । ଅଧିକ ପଢନ୍ତୁ...

କୃଷି ଆଇନ ପ୍ରତ୍ୟାହାର ଦାବିରେ ରାସ୍ତାରୋକ ଆନ୍ଦୋଳନ
କୃଷି ଆଇନ ପ୍ରତ୍ୟାହାର ଦାବିରେ ରାସ୍ତାରୋକ ଆନ୍ଦୋଳନ

ବ୍ରହ୍ମପୁର: ରାଜ୍ୟବ୍ୟାପୀ ତେଜୁଛି କେନ୍ଦ୍ର ସରକାରଙ୍କ ନୂତନ କୃଷି ଆଇନ ପ୍ରତ୍ୟାହାର ଦାବି । ଏହି ପରିପ୍ରେକ୍ଷୀରେ ଆଜି ବ୍ରହ୍ମପୁର ସହରର ବିଭିନ୍ନ ସଙ୍ଗଠନ ପକ୍ଷରୁ ରାସ୍ତାରୋକ ଆନ୍ଦୋଳନ କରାଯାଇଛି । ଗୁରୁବାର ଅଖିଳ ଭାରତ କିଷାନ ସଂଘର୍ଷ ସମନ୍ବୟ କମିଟି ପକ୍ଷରୁ ସହରର ଇଞ୍ଜିନିୟରିଂ ସ୍କୁଲ ଛକ ଠାରେ ଏହି ପ୍ରତିବାଦ କରାଯାଇଥିଲା । ଏଥିରେ ସମିତିର କର୍ମକର୍ତ୍ତା ବସନ୍ତ ନନ୍ଦଙ୍କ ସମେତ ବହୁ ନେତା ଉପସ୍ଥିତ ଥିଲେ ।

କେନ୍ଦ୍ର ସରକାରଙ୍କ କୃଷି ଆଇନକୁ ତୀବ୍ର ବିରୋଧ କରିବା ସହିତ ତାଲା ବନ୍ଦ ସମୟରେ ବିଦ୍ୟୁତ ବିଲ, ପାଣି ବିଲ, ଜଳ କର ଛାଡ କରିବାକୁ ଦାବି କରାଯାଇଥିଲା ।

ଆନ୍ଦୋଳନକାରୀଙ୍କ ମତରେ ନୂତନ ଭାବେ ଲାଗୁ ଏହି କୃଷି ଆଇନ କାର୍ଯ୍ୟକାରୀ ହେଲେ ଚାଷୀଙ୍କ ସର୍ବନାଶ ହେବ । ପ୍ରକୃତ ଚାଷୀମାନେ ରୋଜଗାର ହରାଇବା ସହିତ ଦିନ ମଜୁରିଆରେ ପରିଣତ ହେବେ । ଏଥିସହ ସହିତ ପୁଞ୍ଜିପତି, ମହାଜନମାନେ ଅଧିକ ଲାଭବାନ ହେବେ ବୋଲି ଅଭିଯୋଗ କରାଯାଇଛି । ସେହିପରି ବିଭିନ୍ନ ଶସ୍ୟ ଓ ପନିପରିବା ପାଇଁ ପୂର୍ବରୁ ରହିଥିବା ସର୍ବନିମ୍ନ ସହାୟକ ମୂଲ୍ୟ ଆଉ ରହିବନାହିଁ । ଫଳରେ କୃଷକ ଓ କୃଷି ଶ୍ରମିକମାନେ ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ହେବେ ଓ ବଡ ବଡ ବ୍ୟବସାୟୀମାନେ ପ୍ରଚୁର ଲାଭବାନ ହେବେ । ତେଣୁ ତୁରନ୍ତ ଏହି ଆଇନକୁ ପ୍ରତ୍ୟାହାର କରିବାକୁ ରାଜ୍ୟବ୍ୟାପୀ ଆନ୍ଦୋଳନ ମୁଣ୍ଡ ଟେକୁଛି ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.