ETV Bharat / city

ତପ୍ତପାଣି ଘାଟିରେ ଓଲଟିଲା ବସ୍‌; 8 ମୃତ, 30ରୁ ଊର୍ଦ୍ଧ୍ବ ଆହତ - taptapani bridge

ଗଞ୍ଜାମ ତପ୍ତପାଣି ଘାଟିରେ ଓଲଟିଲା ବସ୍‌ । ଘଟଣାସ୍ଥଳରେ 8 ଜଣଙ୍କ ମୃତ୍ୟୁ ଘଟିଥିବାବେଳେ 30ରୁ ଅଧିକ ଆହତ ହୋଇଛନ୍ତି । ଅଧିକ ପଢନ୍ତୁ...

taptapani bridge
ତପ୍ତପାଣି ଘାଟିରେ ଓଲଟିଲା ବସ୍‌; 7 ମୃତ, 30ରୁ ଅଧିକ ଆହତ
author img

By

Published : Jan 29, 2020, 10:15 AM IST

Updated : Jan 29, 2020, 1:08 PM IST

ବ୍ରହ୍ମପୁର: ଘନ କୁହୁଡି ସହିତ ବ୍ରେକ୍‌ ଫେଲ ଯୋଗୁଁ ଭାରସ୍ୟାମ ହରାଇ 25 ଫୁଟ ତଳକୁ ଓଲଟିଲା ଯାତ୍ରୀବାହୀ ବସ । ଏଭଳି ଦୁର୍ଘଟଣା ଘଟିଛି ଗଞ୍ଜାମ ଓ ଗଜପତି ସୀମାନ୍ତ ପାଟପୁର ଥାନା ଅନ୍ତର୍ଗତ ତପ୍ତପାଣି ଘାଟି ନିକଟରେ । ବସର ବ୍ରେକ ଫେଲ ହୋଇଯିବା ଯୋଗୁଁ ଗାଡି ଚାଳକ ନିଜେ ଏହାକୁ ସଠିକ୍ ରୂପେ ନିଜ ନିୟନ୍ତ୍ରଣରେ ରଖିନପାରିବାରୁ ଘଟିଯାଇଛି ଏଭଳି ଏକ ବଡ ଦୁର୍ଘଟଣା।

ତପ୍ତପାଣି ଘାଟିରେ ଓଲଟିଲା ବସ୍‌; 8 ମୃତ, 30ରୁ ଅଧିକ ଆହତ

ବସଟି ଭାରସାମ୍ୟ ହରାଇ ପ୍ରାୟ 25 ପୁଟ ତଳକୁ ଖସିପଡିବାରୁ ପ୍ରାୟ ଆଠ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ଗାଡି ତଳେ ଅନେକ ଚାପି ହୋଇ ରହିଥିବା ସନ୍ଦେହ କରାଯାଉଛି । ପୋଲିସ ଓ ଅଗ୍ନିଶମ ବିଭାଗର ଉଦ୍ଧାର କାର୍ଯ୍ୟ ଜାରି ରହିଛି । ଆହତଙ୍କୁ ଉଦ୍ଧାର କରାଯାଇ ପ୍ରଥମେ ଦିଗପହଣ୍ଡି ଚିକିତ୍ସାଳୟ ପରେ ବ୍ରହ୍ମପୁର ଏମ୍.କେ.ସି.ଜି ମେଡିକାଲରେ ଭର୍ତ୍ତି କରାଯାଇଛି।

ଅନ୍ୟପଟେ ଦୁର୍ଘଟଣାସ୍ଥଳରେ ପାଟପୁର ଥାନା ପୋଲିସ ସମେତ ପୋଲିସ ବିଭାଗର ବରିଷ୍ଠ ଅଧିକାରୀ ଏବଂ ଅଗ୍ନିଶମ ବାହିନୀ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି। ସେପଟେ ବ୍ରହ୍ମପୁର ଏମ୍.କେ.ସି.ଜି ମେଡିକାଲରେ ଆହତ ଏବଂ ଗୁରୁତରଙ୍କ ଚିକିତ୍ସା ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡାକ୍ତର ବିଜୟ କୁମାର ପାଣିଗ୍ରାହୀ ଏବଂ ଏମ୍.କେ.ସି.ଜି ମେଡିକାଲର ଅଧିକ୍ଷକ ଚିକିତ୍ସା ବ୍ୟବସ୍ଥାର ତଦାରଖ କରୁଛନ୍ତି ।

ରାୟଗଡାର ଟିକିରି ଠାରୁ ବାହାରିଥିବା ଏହି ବସ୍ ବ୍ରହ୍ମପୁର ସହର ଦେଇ ପୁରଷୋତ୍ତମପୁର ଯାଉଥିବାବେଳେ ତପ୍ତପାଣି ଘାଟି ନିକଟରେ ଏଭଳି ଘଟଣା ଘଟିଥିଲା ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

Intro:Body:

BLANK FOR LINK 

Conclusion:
Last Updated : Jan 29, 2020, 1:08 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.