ETV Bharat / city

ପାଖରେ ଅଛି ପାନୀୟ ଜଳ ପ୍ରକଳ୍ପ, ଗାଁକୁ ନାହିଁ ପାଣି - womens Road block in Jagdalpur village

ହାତ ପାହାନ୍ତରେ ପାନୀୟ ଜଳ ପ୍ରକଳ୍ପ, ହେଲେ ଗ୍ରାମବାସୀଙ୍କୁ ମିଳୁନି ପାନୀୟ ଜଳ । ଏହାକୁ ନେଇ ବାରମ୍ୱାର ଆପତ୍ତି ଅଭିଯୋଗ ଜଣାଇବା ପରେ ଶେଷରେ ପ୍ରତିବାଦରେ ଟାୟର ଜାଳି ରାସ୍ତାରୋକ କରିଛନ୍ତି ବ୍ରହ୍ମପୁର ସହର ଉପକଣ୍ଠ ସଦର ଥାନା ଅନ୍ତର୍ଗତ ଜଗଦଳପୁର ଗ୍ରାମବାସୀ । ହାଣ୍ଡି, ମାଠିଆ, ବାଲତି ଧରି ଗ୍ରାମର ମହିଳା ମାନେ ରାସ୍ତା ଉପରେ ବସି ରହିଥିଲେ । ଅଧିକ ପଢନ୍ତୁ...

ପାଖରେ ଅଛି ପାନୀୟ ଜଳ ପ୍ରକଳ୍ପ, ଗ୍ରାମକୁ ନାହିଁ ପାଣି

author img

By

Published : Mar 16, 2021, 8:02 AM IST

ବ୍ରହ୍ମପୁର: ହାତ ପାହାନ୍ତରେ ପାନୀୟ ଜଳ ପ୍ରକଳ୍ପ, ହେଲେ ଗ୍ରାମବାସୀଙ୍କୁ ମିଳୁନି ପାନୀୟ ଜଳ । ଏହାକୁ ନେଇ ବାରମ୍ୱାର ଆପତ୍ତି ଅଭିଯୋଗ ଜଣାଇବା ପରେ ଶେଷରେ ପ୍ରତିବାଦରେ ଟାୟର ଜାଳି ରାସ୍ତାରୋକ କରିଛନ୍ତି ବ୍ରହ୍ମପୁର ସହର ଉପକଣ୍ଠ ସଦର ଥାନା ଅନ୍ତର୍ଗତ ଜଗଦଳପୁର ଗ୍ରାମବାସୀ । ଗ୍ରୀଷ୍ମ ଋତୁ ଆରମ୍ଭରୁ ହିଁ ବିଭିନ୍ନ ସ୍ଥାନରେ ଦେଖା ଦେଲାଣି ପାନୀୟ ଜଳ ସମସ୍ୟା । ଯାହାକୁ ନେଇ ଜଗଦଳପୁର ଗ୍ରାମ ସମେତ ଆଖପାଖ ଅଞ୍ଚଳ ବାସିନ୍ଦା ପାନୀୟ ଜଳ ଯୋଗାଣ ଦାବୀରେ ରାଜରାସ୍ତାକୁ ଓହ୍ଲାଇଥିବା ଦେଖିବାକୁ ମିଳିଛି ।

ପାଖରେ ଅଛି ପାନୀୟ ଜଳ ପ୍ରକଳ୍ପ, ଗ୍ରାମକୁ ନାହିଁ ପାଣି

ରାଜରାସ୍ତାରେ ହାଣ୍ଡି, ମାଠିଆ, ବାଲତି ଧରି ଗ୍ରାମର ମହିଳା ମାନେ ରାସ୍ତା ଉପରେ ବସି ରହିଥିଲେ । ଦୀର୍ଘ ଦୁଇ ବର୍ଷ ଧରି ଗ୍ରାମରେ ରହିଥିବା ଜାନିବିଲି ପ୍ରକଳ୍ପ ଉଦଘାଟନ ହୋଇଥିବା ବେଳେ ଏହି ପ୍ରକଳ୍ପର ଟ୍ରିଟମେଣ୍ଟ ପ୍ଲାଣ୍ଟ ଜଗଦଳପୁର ଗ୍ରାମରେ ରହିଛି । ହେଲେ ଦ୍ୱୀପ ତଳ ଅନ୍ଧାର ଭଳି ସ୍ଥାନୀୟ ଗ୍ରାମକୁ ପାନୀୟ ଜଳ ମିଳୁନଥିବା ନେଇ କ୍ଷୋଭ ପ୍ରକାଶ କରିଥିଲେ ଗ୍ରାମବାସୀ । ପାନୀୟ ଜଳ ଯୋଗାଣ ନହେବା ପର୍ଯ୍ୟନ୍ତ ଏଭଳି ଆନ୍ଦୋଳନ ଜାରି ରହିବ ବୋଲି କହିଛନ୍ତି ସ୍ଥାନୀୟ ଅଞ୍ଚଳ ବାସିନ୍ଦା ।

ରାସ୍ତାରୋକ ହେବା ପରେ ଘଟଣାସ୍ଥଳରେ କୁକୁଡା ଖଣ୍ଡି ବ୍ଲକର ଗୋଷ୍ଠୀ ଉନ୍ନୟନ ଅଧିକାରୀ ଏବଂ ତହସିଲଦାର ପହଞ୍ଚି ଲୋକଙ୍କ ସହିତ ଆଲୋଚନା କରିବା ସହ ସମସ୍ତ ଅଭିଯୋଗ ଶୁଣି ଏହାର ଖୁବଶୀଘ୍ର ସମାଧାନ କରାଯିବ ବୋଲି ପ୍ରତିଶୃତି ଦେଇଥିଲେ । ଅନ୍ୟପଟେ ଗ୍ରାମ୍ୟ ଜଳ ଯୋଗାଣ ବିଭାଗ ପକ୍ଷରୁ ପ୍ରକଳ୍ପ କାର୍ଯ୍ୟ ଆରମ୍ଭ ହୋଇଥିବା ଯନ୍ତ୍ରୀ ସୂଚନା ଦେଇଛନ୍ତି ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.