ETV Bharat / city

ପାଣି ପାଇଁ ରାଜରାସ୍ତାରେ ରୋଷେଇ କରି ଖାଇଲେ ମହିଳା - ଗଞ୍ଜାମରେ ମହିଳାଙ୍କ ରାସ୍ତାରୋକ

ସାନଖେମୁଣ୍ଡି ବ୍ଲକରେ ପାନୀୟ ଜଳ ସମସ୍ୟା ନେଇ ରାଜରାସ୍ତାରେ ରୋଷେଇ କରି ଖାଇଲେ ମହିଳା । ଅଧିକ ପଢନ୍ତୁ

water problem in berhampur
ପାଣି ପାଇଁ ରାସ୍ତାରୋକ-ରାଜରାସ୍ତାରେ ରୋଷେଇ କରି ଖାଇଲେ ମହିଳା
author img

By

Published : Jan 25, 2022, 6:54 AM IST

ବ୍ରହ୍ମପୁର: ପାଣି ପାଇଁ ରାସ୍ତାରୋକ । ରାଜରାସ୍ତାରେ ରୋଷେଇ କରି ଖାଇଲେ ମହିଳା । ଗଞ୍ଜାମ ଜିଲ୍ଲାର ସାନଖେମୁଣ୍ଡି ବ୍ଲକ ଅନ୍ତର୍ଗତ ଡେଙ୍ଗାଡି ଗ୍ରାମର ଚାରି ନମ୍ୱର ୱାର୍ଡରେ ବର୍ଷ ବର୍ଷ ଧରି ଲାଗିରହିଥିବା ପାନୀୟ ଜଳ ସମସ୍ୟା । ଏହାକୁ ନେଇ ବାରମ୍ୱାର ସ୍ଥାନୀୟ ସରପଞ୍ଚଙ୍କ ଠାରୁ ଆରମ୍ଭ କରି ବିଭାଗୀୟ କର୍ତ୍ତୁପକ୍ଷଙ୍କୁ ଅବଗତ କରିବା ପରେ କୌଣସି ପଦକ୍ଷେପ ନିଆନଯିବା ପରେ ଶେଷରେ ଗ୍ରାମର ମହିଳା ମାନେ ପାଣିକୁ ନେଇ ଏପରି ଆନ୍ଦୋଳନ କରିବାକୁ ରାସ୍ତାକୁ ଓହ୍ଲାଇଥିଲେ ।

ପାଣି ପାଇଁ ରାସ୍ତାରୋକ-ରାଜରାସ୍ତାରେ ରୋଷେଇ କରି ଖାଇଲେ ମହିଳା

ମହିଳାଙ୍କ ଏଭଳି ଆନ୍ଦୋଳନ ଯୋଗୁଁ ଜଗନ୍ନାଥପୁର ହିଞ୍ଜିଳିକାଟୁ ମୁଖ୍ୟ ରାସ୍ତାକୁ ଅବରୋଧ କରି ଟାୟାର ଜାଳି ବିକ୍ଷୋଭ ପ୍ରଦର୍ଶନ କରିଥିବା ଦେଖିବାକୁ ମିଳୁଥିଲା । ଆନ୍ଦୋଳନ ଯୋଗୁଁ ରାସ୍ତାର ଦୁଇ ପାର୍ଶ୍ୱରେ ଯାନବାହାନ ଚଳାଚଳ ବନ୍ଦ ହୋଇ ରହିଥିଲା । ଏପରିକି ଆଗାମୀ ୧୫ ଦିନ ମଧ୍ୟରେ ଏହାର ସମାଧାନ ନହେଲେ ଆଗାମୀ ପଞ୍ଚାୟତ ନିର୍ବାଚନରେ ଗ୍ରାମବାସୀ ଭୋଟ ବର୍ଜନ କରିବାକୁ ନିଷ୍ପତ୍ତି ନେଇଛନ୍ତି ଆନ୍ଦୋଳନରତ ମହିଳା ମାନେ ଚେତାବନୀ ଦେଇଛନ୍ତି । ଘଟଣାସ୍ଥଳରେ ସ୍ଥାନୀୟ ପାଟପୁର ପୋଲିସ ପହଞ୍ଚି ବୁଝାସୁଝା କରୁଥିଲେ ମଧ୍ୟ ଉତ୍ତ୍ୟକ୍ତ ମହିଳା ମାନେ ମୁଖ୍ୟ ରାସ୍ତାରେ ରୋଷେଇ କରି ଖାଇଥିବା ଦେଖିବାକୁ ମିଳିଥିଲା ।

ଦୀର୍ଘ ବର୍ଷ ଧରି ଏହି ମହିଳା ମାନେ ନିଜ ଘରକୁ ପାଣି ମୁନ୍ଦାଏ ପାଇବା ପାଇଁ ରାତ୍ର ଉଜାଗର ରହୁଥିବା ବେଳେ ଗ୍ରାମର ପୋଖରୀ ଶୁଖି ଯାଇଥିବା ବେଳେ ଗୋଟିଏ ନଳକୂପ ଉପରେ ନିର୍ଭର କରି ନାନା ହଇରାଣ ହେଉଥିବା ଦେଖାଯାଇଛି । ଏଣୁ ଆନ୍ଦୋଳନରତ ମହିଳା ସ୍ଥାନୀୟ ବିଡ଼ିଓ ଘଟଣାସ୍ଥଳରେ ପହଞ୍ଚି ଗ୍ରାମବାସୀଙ୍କ ସହ ଆଲୋଚନା କରି ଏହାର ସମାଧାନ କରିବାକୁ ପ୍ରତିଶୃତି ଦିଆଯିବା ପରେ ଆନ୍ଦୋଳନ ପ୍ରତ୍ୟାହାର ହୋଇଥିଲା ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.