ETV Bharat / city

ନକଲି ଗୁଟୁଖା ଗୋଦାମରେ ଚଢାଉ; ଦୁଇ ଯୁବକ ଅଟକ - ଗୁଟୁଖା ଗୋଦାମ ଉପରେ ଚଢାଉ

ବ୍ରହ୍ମପୁରରେ ବେଆଇନ ଗୁଟୁଖା ଗୋଦାମ ଉପରେ ରେଡ । ଚଢାଉ କଲେ ଉପଜିଲ୍ଲାପାଳ । ଅଧିକ ପଢନ୍ତୁ....

Raid in duplicate Gutkha warehouse; Two young men were detained in Berhampur
ନକଲି ଗୁଟୁଖା ଗୋଦାମରେ ଚଢାଉ ; ଦୁଇ ଯୁବକ ଅଟକ
author img

By

Published : Aug 4, 2021, 7:06 AM IST

ବ୍ରହ୍ମପୁର: ଦିନକୁ ଦିନ ବଢିବାରେ ଲାଗିଛି ନିଶା କାରବାର । ବ୍ରହ୍ମପୁର ସହରରେ ବେଆଇନ ଗୁଟୁଖା କାରବାର କରି ଆସୁଥିବା ଏକ ଗୋଦାମ ଉପରେ ଚଢାଉ କରିଛନ୍ତି ବ୍ରହ୍ମପୁର ଉପଜିଲ୍ଲାପାଳ । ଉପଜିଲ୍ଲାପାଳ ଭି.କୀର୍ତ୍ତି ଭାଶନଙ୍କ ଉପସ୍ଥିତିରେ ସହରର କାଳୁପାତ୍ର ସାହିରେ ଚାଲିଥିବା ବଡ ଧରଣର ନକଲି ଗୁଟଖା ଗୋଦାମ ଉପରେ ଏହି ଚଢ଼ାଉ ହୋଇଥିଲା । ଗଚ୍ଛିତ ଥିବା ୧୩୫ ବସ୍ତା ଗୁଟୁଖା ଜବତ କରାଯିବା ସହ ଦୁଇ ଜଣଙ୍କୁ ବଡବଜାର ପୋଲିସକୁ ହସ୍ତାନ୍ତର କରାଯାଇଛି । ତେବେ ଅଟକ ଥିବା ୨ ଯୁବକ ଅନ୍ୟ ରାଜ୍ୟର ହୋଇଥିବା ସୂଚନା ମିଳିଛି ।

ସହରର ବିଭିନ୍ନ ସ୍ଥାନରେ ଗତ କିଛି ବର୍ଷ ମଧ୍ୟରେ ଲଗାତର ଭାବରେ ପୋଲିସ ଓ ପ୍ରଶାସନ ପକ୍ଷରୁ ବିଭିନ୍ନ ସ୍ଥାନରେ ଚଢାଉ କରାଯାଉଛି । ବେଆଇନ ଭାବରେ ଚାଲିଥିବା ଗଞ୍ଜେଇ ବ୍ୟବସାୟ ଠାରୁ ଆରମ୍ଭ କରି ଗୁଟଖା କାରବାରକୁ ଧରିବାରେ ସକ୍ଷମ ହେଉଛି ପୋଲିସ ଓ ପ୍ରଶାସନ । ଏହି ଚଢ଼ାଉ ସମୟରେ ପ୍ରଶାସନର ବହୁ ଅଧିକାରୀ ସାମିଲ ହୋଇଥିଲେ ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.