ETV Bharat / city

ଦର ବୃଦ୍ଧି ବିରୋଧରେ ବାମପନ୍ଥୀ ଦଳ ପକ୍ଷରୁ ପ୍ରତିବାଦ

ନିତ୍ୟ ବ୍ୟବହାର୍ଯ୍ୟ ଜିନିଷର ଦର ବୃଦ୍ଧି ବିରୋଧରେ ବ୍ରହ୍ମପୁର ସହରରେ ବାମପନ୍ଥୀ ଦଳ ପକ୍ଷରୁ ପ୍ରତିବାଦ କରାଯାଇଛି । ଅଧିକ ପଢନ୍ତୁ...

author img

By

Published : Jun 26, 2021, 8:13 AM IST

ଦର ବୃଦ୍ଧି ବିରୋଧରେ ବାମପନ୍ଥୀ ଦଳ ପକ୍ଷରୁ ପ୍ରତିବାଦ
ଦର ବୃଦ୍ଧି ବିରୋଧରେ ବାମପନ୍ଥୀ ଦଳ ପକ୍ଷରୁ ପ୍ରତିବାଦ

ବ୍ରହ୍ମପୁର: ନିତ୍ୟ ବ୍ୟବହାର୍ଯ୍ୟ ଜିନିଷର ଦର ବୃଦ୍ଧି ବିରୋଧରେ ବ୍ରହ୍ମପୁର ସହରରେ ବାମପନ୍ଥୀ ଦଳ ପକ୍ଷରୁ ପ୍ରତିବାଦ କରାଯାଇଛି । କ୍ରମାଗତ ଭାବରେ ପ୍ରତିବାଦ କରାଯାଉଥିବା ବେଳେ ଶୁକ୍ରବାର ଏହି ଅବସରରେ ସହରର ପୁରୁଣା ବସଷ୍ଟାଣ୍ଡଠାରେ ସିପିଏମ୍ , ସିପିଆଇ ଓ ଫରୱାର୍ଡ ବ୍ଲକ ମିଳିତ ଭାବେ ପ୍ରତିବାଦ କରାଯାଇଥିଲା । ପେଟ୍ରୋଲ, ଡ଼ିଜେଲ, ଅତ୍ୟାବଶ୍ୟକୀୟ ସାମଗ୍ରୀ ଓ ଔଷଧର ଦର ହ୍ରାସ କରିବା ପାଇଁ ଦାବି କରାଯାଇଥିଲା ।

ସେହିଭଳି ସମସ୍ତ ଗରିବ ପରିବାରକୁ ମୁଣ୍ଡପିଛା ୧୦ କିଲୋଗ୍ରାମ ଚାଉଳ କିମ୍ବା ଗହମ ମାଗଣାରେ ଯୋଗାଇ ଦିଆଯିବା ସହ ଆୟକର ଦେଉନଥିବା ପରିବାରକୁ ମାସକୁ ୭୫୦୦ ଟଙ୍କା ଲେଖାଏଁ ଛଅ ମାସ ପର୍ଯ୍ୟନ୍ତ ପ୍ରଦାନ କରିବାକୁ ଦାବି ମଧ୍ୟ କରାଯାଇଥିଲା । କେନ୍ଦ୍ର ସରକାରଙ୍କ ଜନ ବିରୋଧୀ ନୀତିର ପ୍ରତ୍ୟାହାର ପାଇଁ ଜନସାଧାରଣ ଏକ ହେବାକୁ ଆହ୍ୱାନ କରାଯାଇଥିଲା ।

ଏହି କାର୍ଯ୍ୟକ୍ରମରେ ସିପିଏମର ଯୁଧିଷ୍ଠିର ବେହେରା, ବସନ୍ତ ନନ୍ଦ, ଗୋପାଳ ପାଣିଗ୍ରାହୀ, ବୈକୁଣ୍ଠ ନାଥ ସାହୁ ପ୍ରମୁଖ ଉପସ୍ଥିତ ରହିଥିଲେ ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.