ବ୍ରହ୍ମପୁର: ନୂତନ କୃଷି ନୀତି ବିରୁଦ୍ଧରେ ବ୍ରହ୍ମପୁର ସହରର ଆର.ଡି.ସିଙ୍କ କାର୍ଯ୍ୟାଳୟ ସମୁଖରେ ପ୍ରତିବାଦ କରାଯାଇଛି । ଭାରତୀୟ ବିକାଶ ପରିଷଦ, ନବନିର୍ମାଣ କୃଷକ ସଙ୍ଗଠନ ଏବଂ° ରଷିକୁଲ୍ୟା ରୟତି ମହାସଭା ଭଳି କୃଷକ ସଙ୍ଗଠନ ପକ୍ଷରୁ ସରକାରଙ୍କ ଏହି ନୀତିକୁ ତୀବ୍ର ସମାଲୋଚନା କରାଯାଇଛି ।
ଏହି ଅବସରରେ ଆୟୋଜିତ ପ୍ରତିବାଦ ସଭା ପରେ ଏହି ନୂତନ କୃଷି ନୀତି ବିରୁଦ୍ଧରେ ଆର୍.ଡି.ସିଙ୍କ ଜରିଆରେ ଦେଶର ରାଷ୍ଟ୍ରପତିଙ୍କ ଠାରୁ ଆରମ୍ଭ କରି କୃଷି ମନ୍ତ୍ରୀ ଏବଂ ପ୍ରଶାସନଙ୍କ ଉଦ୍ଧେଶ୍ୟରେ ସ୍ମାରକପତ୍ର ପ୍ରଦାନ କରାଯାଇଛି । ନୂଆ କୃଷି ଆଇନକୁ ନେଇ ବିଭିନ୍ନ ସ୍ଥାନରେ ଜାରି ରହିଛି ବିରୋଧ । କଂଗ୍ରେସ ସମେତ ବିଭିନ୍ନ ବିରୋଧି ଦଳ ଏହି ଆଇନକୁ ବିରୋଧ କରି ଆସୁଛନ୍ତି ।
ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ