ETV Bharat / city

ନବନିର୍ମାଣ କୃଷକ ସଙ୍ଗଠନ ପକ୍ଷରୁ ଛତ୍ରପୁରରେ ବିକ୍ଷୋଭ - protest by krushak sanghathan

ନବନିର୍ମାଣ କୃଷକ ସଙ୍ଗଠନ ପକ୍ଷରୁ ଛତ୍ରପୁରରେ ବିକ୍ଷୋଭ । ଚାଷୀ ମାନଙ୍କୁ ପ୍ରାଇସ,ପ୍ରେଷ୍ଟିଜ ଓ ପେନସନ ଦାବିକୁ ନେଇ ଆନ୍ଦୋଳନ । ଆଗକୁ ପଢନ୍ତୁ..

protest by krushak sanghathan
ନବନିର୍ମାଣ କୃଷକ ସଙ୍ଗଠନ
author img

By

Published : Dec 17, 2019, 4:30 AM IST

ବ୍ରହ୍ମପୁର: ଓଡିଶାର ଚାଷୀ ମାନଙ୍କୁ ପ୍ରାଇସ,ପ୍ରେଷ୍ଟିଜ ଓ ପେନସନ ଦାବିକୁ ନେଇ ଆନ୍ଦୋଳନ ଜାରି । ନବନିର୍ମାଣ କୃଷକ ସଙ୍ଗଠନ ପକ୍ଷରୁ ସରକାର କାଳିଆ ଯୋଜନା ବିଷୟରେ ସାର୍ବଜନୀନ ଭାବରେ ଠକିବା ନେଇ ଅଭିଯୋଗ ହୋଇଛି । ଗଞ୍ଜାମ ଜିଲ୍ଲାର ସଦର ମହକୁମା ଛତ୍ରପୁର ଠାରେ ବିକ୍ଷୋଭ କରାଯାଇଛି ।

ନବନିର୍ମାଣ କୃଷକ ସଙ୍ଗଠନ ପକ୍ଷରୁ ଛତ୍ରପୁରରେ ବିକ୍ଷୋଭ

୨୦୧୯ ମସିହାରେ ଜାନୁୟାରୀ ୧୫ରେ ସରକାରଙ୍କ ବିଜ୍ଞପ୍ତି ପ୍ରକାଶ କରାଯାଇ ଥିଲା । ରାଜ୍ୟ ଆପତଃକାଳୀନ ପାଣ୍ଠିରୁ ୭୩୫ କୋଟି ସମେତ କୃଷି ବଜେଟରେ ଅଧିକ ୪ ହଜାର କୋଟି ମିଶାଯାଇ କ୍ଷୁଦ୍ର ,ମଧ୍ୟମ ଓ ନାମମାତ୍ର ପ୍ରାୟ ୩୪ ଲକ୍ଷ ୬୦ ହଜାର ଚାଷୀଙ୍କ ପାଇଁ ୧୦ ହଜାର ୧୮୦ କୋଟିର କାଳିଆ ଯୋଜନା ତିନିବର୍ଷ ପାଇଁ ଘୋଷଣା କରାଯାଇଥିଲା ।

ହେଲେ କେନ୍ଦ୍ରର ପ୍ରଧାନମନ୍ତ୍ରୀ କିଷାନ ଯୋଜନା ଏକ ଭିନ୍ନ ଯୋଜନା ଭାବରେ ଘୋଷଣା କରାଯାଇଥିବା ବେଳେ ବର୍ତ୍ତମାନ ଚାଷୀ ମାନେ କାଳିଆ ଯୋଜନାକୁ ନେଇ ଏକ ପ୍ରକାର ଚିନ୍ତାରେ ରହିଥିବାରୁ ସରକାର ଏ ନେଇ ତୁରନ୍ତ ପଦକ୍ଷେପ ଗ୍ରହଣ କରିବାକୁ ଦାବି କରାଯାଇଛି । ଏପରିକି ଚାଷୀଙ୍କୁ ୧୦ ହଜାର ଟଙ୍କା ଲେଖାଏଁ ଦେବାକୁ ପ୍ରତିଶୃତି ଦେଇ ରାଜ୍ୟରେ ୬୦ ଲକ୍ଷ ଚାଷୀଙ୍କୁ ଠକେଇ ଏବଂ ସେମାନଙ୍କ ସହିତ ବିଶ୍ବାସଘାତକତା କରାଯାଇଥିବାରୁ ଏହାକୁ ନେଇ ସରକାରଙ୍କ ବିରୁଦ୍ଧରେ ମକଦମା ରୁଜ କରିବାକୁ ଏହି ଅବସରରେ ଦାବୀ କରିଥିଲା ସଙ୍ଗଠନ ।

ଏହି କାର୍ଯ୍ୟକ୍ରମରେ ରାଜ୍ୟ ସହ ସଂଯୋଜକ ଉମାକାନ୍ତ ଭାରତଙ୍କ ସମେତ ଉପଦେଷ୍ଟା ରମେଶ କର,ରଙ୍ଗେଇଲୁଣ୍ଡା ସଂଯୋଜକ ସୁଦର୍ଶନ ପାତ୍ରଙ୍କ ସମେତ ସଙ୍ଗଠନର ବହୁ କର୍ମକର୍ତ୍ତା ଉପସ୍ଥିତ ରହିଥିଲେ । ସରକାର ଏଥିପ୍ରତି ଦୃଷ୍ଟି ନଦେଲେ ଆଗାମୀ ଦିନରେ ବ୍ୟାପକ ଆନ୍ଦୋଳନ କରାଯିବାକୁ ଚେତାବନୀ ଦିଆଯାଇଛି ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

Intro:ଓଡିଶାର ଚାଷୀ ମାନଙ୍କୁ ପ୍ରାଇସ୍ ,ପ୍ରେଷ୍ଟିଜ୍ ଓ ପେନସନ୍ ଦାବୀକୁ ନେଇ ଆନ୍ଦୋଳନ ଜାରି ରଖିଥିବା ନବନିର୍ମାଣ କୃଷକ ସଙ୍ଗଠନ ପକ୍ଷରୁ ସରକାର କାଳିଆ ଯୋଜନା ବିଷୟରେ ସାର୍ବଜନୀନ ଭାବରେ ଠକିବା ନେଇ ଅଭିଯୋଗ ଗଞ୍ଜାମ ଜିଲ୍ଲାର ସଦର ମହକୁମ୍ମା ଛତ୍ରପୁର ଠାରେ ବିକ୍ଷୋଭ ପ୍ରଦାନ କରାଯାଇଛି । ୨୦୧୯ ମସିହାରେ ଜାନୁୟାରୀ ୧୫ ରେ ସରକାର ଙ୍କ ବିଜ୍ଞପ୍ତି ପ୍ରକାଶ କରାଯାଇ ରାଜ୍ୟ ଆପତଃକାଳୀନ ପାଣ୍ଠିରୁ ୭୩୫ କୋଟି ସମେତ କୃଷି ବଜେଟରେ ଅଧିକ ୪ ହଜାର କୋଟି ମିଶାଯାଇ କ୍ଷୁଦ୍ର ,ମଧ୍ୟମ ଓ ନାମମାତ୍ର ପ୍ରାୟ ୩୪ ଲକ୍ଷ ୬୦ ହଜାର ଚାଷୀଙ୍କ ପାଇଁ ୧୦ ହଜାର ୧୮୦ କୋଟିର କାଳିଆ ଯୋଜନା ତିନିବର୍ଷ ପାଇଁ ଘୋଷଣା କରାଯାଇଥିଲା । ହେଲେ କେନ୍ଦ୍ରର ପ୍ରଧାନମନ୍ତ୍ରୀ କିଷାନ୍ ଯୋଜନା ଏକ ଭିନ୍ନ ଯୋଜନା ଭାବରେ ଘୋଷଣା କରାଯାଇଥିବା ବେଳେ ବର୍ତ୍ତମାନ ଚାଷୀ ମାନେ କାଳିଆ ଯୋଜନାକୁ ନେଇ ଏକ ପ୍ରକାର ଚିନ୍ତାରେ ରହିଥିବାରୁ ସରକାର ଏ ନେଇ ତୁରନ୍ତ ପଦକ୍ଷେପ ଗ୍ରହଣ କରିବାକୁ ଦାବୀ କରାଯାଇଛି ।ଏପରିକି ଚାଷୀଙ୍କୁ ୧୦ ହଜାର ଟଙ୍କା ଲେଖାଏଁ ଦେବାକୁ ପ୍ରତିଶୃତି ଦେଇ ରାଜ୍ୟରେ ୬୦ ଲକ୍ଷ ଚାଷୀ ଙ୍କୁ ଠକେଇ ଏବଂ ସେମାନଙ୍କ ସହିତ ବିଶ୍ୱାସଘାତକତା କରାଯାଇଥିବାରୁ ଏହାକୁ ନେଇ ସରକାର ଙ୍କ ବିରୁଦ୍ଧରେ ମକୋଦମା ରୁଜ କରିବାକୁ ଏହି ଅବସରରେ ଦାବୀ କରିଥିଲା ସଙ୍ଗଠନ । ଏହି କାର୍ଯ୍ୟକ୍ରମରେ ରାଜ୍ୟ ସହ ସଂଯୋଜକ ଉମାକାନ୍ତ ଭାରତ ଙ୍କ ସମେତ ଉପଦେଷ୍ଟା ରମେଶ କର , ରଙ୍ଗେଇଲୁଣ୍ଡା ସଂଯୋଜକ ସୁଦର୍ଶନ ପାତ୍ର ଙ୍କ ସମେତ ସଙ୍ଗଠନ ର ବହୁ କର୍ମକର୍ତ୍ତା ଉପସ୍ଥିତ ରହିଥିଲେ । ସରକାର ଏଥିପ୍ରତି ଦୃଷ୍ଟି ନଦେଲେ ଆଗାମୀ ଦିନରେ ବ୍ୟାପକ ଆନ୍ଦୋଳନ କରାଯିବାକୁ ଚେତାବନୀ ଦିଆଯାଇଛି ।
Body:ବ୍ରହ୍ମପୁର ରୁ ସମୀର ଆଚାର୍ଯ୍ୟ ଇଟିଭି ଭାରତ...Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.