ETV Bharat / city

ଗଞ୍ଜାମରେ ପ୍ରାକ୍ ନିର୍ବାଚନୀ ହିଂସା, ୮ ଗିରଫ - ଗଞ୍ଜାମରେ ପ୍ରାକ୍ ନିର୍ବାଚନୀ ହିଂସା

ଗଞ୍ଜାମ ଜିଲ୍ଲାରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ଗ୍ରାମାଞ୍ଚଳରେ ରାଜନୀତି ତାତି ଦେଖିବାକୁ ମିଳିଛି । ଆଜି ଜିଲ୍ଲାର ଦିଗପହଣ୍ଡି ଥାନା ଅଞ୍ଚଳରେ ପ୍ରାକ୍ ନିର୍ବାଚନୀ ହିଂସା ଘଟଣାରେ ପୋଲିସ ୮ ଜଣଙ୍କୁ ଗିରଫ କରିଛି । ଅଧିକ ପଢନ୍ତୁ

pre-election violence in ganjam digapahandi
ଗଞ୍ଜାମରେ ପ୍ରାକ୍ ନିର୍ବାଚନୀ ହିଂସା, ୮ ଗିରଫ
author img

By

Published : Jan 19, 2022, 6:51 AM IST

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ଗ୍ରାମାଞ୍ଚଳରେ ରାଜନୀତି ତାତି ଦେଖିବାକୁ ମିଳିଛି । ଆଜି ଜିଲ୍ଲାର ଦିଗପହଣ୍ଡି ଥାନା ଅଞ୍ଚଳରେ ପ୍ରାକ୍ ନିର୍ବାଚନୀ ହିଂସା ଘଟଣାରେ ପୋଲିସ ୮ ଜଣଙ୍କୁ ଗିରଫ କରିଛି ।

pre-election violence in ganjam digapahandi
ଗଞ୍ଜାମରେ ପ୍ରାକ୍ ନିର୍ବାଚନୀ ହିଂସା, ୮ ଗିରଫ

ଏହି ଘଟଣାକୁ ନେଇ ଥାନା ସାମ୍ନାରେ ବିଜେପି ପକ୍ଷରୁ ଧାରଣା ଦିଆଯାଇଛି । ମୁଖ୍ୟତଃ ଦିଗପହଣ୍ଡି ବ୍ଲକ ଅନ୍ତର୍ଗତ ଚୌଧୁରୀ ଟିକରପଡା ଓ ଗୌଡ ଗାଁ ପଞ୍ଚାୟତରେ ବିଜେଡି ଓ ବିଜେପି କର୍ମୀଙ୍କ ମଧ୍ୟରେ ପ୍ରାକ୍ ନିର୍ବାଚନୀ ହିଂସା ଦେଖିବାକୁ ମିଳିଛି । ଏ ନେଇ କେ. ନୂଆଗାଁ ଥାନା ପୋଲିସ ଉଭୟ ଗ୍ରାମରୁ ୩ ବିଜେଡି କର୍ମୀ ଓ ୫ ବିଜେପି କର୍ମୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ।

ତେବେ ବିଜେପି କର୍ମୀଙ୍କୁ ବିନା କାରଣରେ ଗିରଫ କରାଯାଇଥିବା ଅଭିଯୋଗ କରି ଥାନା ଫାଟକ ସମ୍ମୁଖରେ ଧାରଣା ଦେଇଥିଲା ବିଜେପି । ତେବେ ଗତକାଲି ପ୍ରାର୍ଥୀପତ୍ର ଦାଖଲ ସମୟର ପ୍ରଥମ ଦିନରେ ହିଁ ସି.ଏଚ୍. ଟିକରପଡା ପଞ୍ଚାୟତ ଓ ଗୌଡ ଗାଁ ପଞ୍ଚାୟତରେ ବିଭିନ୍ନ ପ୍ରାର୍ଥୀଙ୍କୁ ପ୍ରତିଦ୍ବନ୍ଦିତାରୁ ଦୂରେଇ ରହିବାକୁ ଧମକ ଚମକ ଦେଉଥିବା ନେଇ ଉଭୟ ଦଳ ଭିତରେ ରାଜନୈତିକ ଉଷ୍ମତା ଦେଖା ଦେଇଥିଲା । ଫଳରେ ଉଭୟ ଗ୍ରାମରେ ଆକ୍ରମଣ ପ୍ରତି ଆକ୍ରମଣ ହୋଇଥିଲା । ଏହାପରେ ଉଭୟଙ୍କ ପକ୍ଷରୁ ଏତଲା ଦିଆଯାଇଛି ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.