ETV Bharat / city

କୋରୋନାରୁ ସୁସ୍ଥ ବ୍ୟକ୍ତିଙ୍କ ଯତ୍ନ ନେଉଛି ପ୍ରଥମ ପୋଷ୍ଟ କୋଭିଡ କେୟାର ସେଣ୍ଟର - oxygen

ବ୍ରହ୍ମପୁରର ପ୍ରଥମ ପୋଷ୍ଟ କୋଭିଡ କେୟାର ସେଣ୍ଟର । ଯୋଗ ସହ ଶରୀର କିପରି ସୁସ୍ଥ ରହିବ ସେନେଇ ଦିଆଯାଉଛି ପରାମର୍ଶ । ଅଧିକ ପଢନ୍ତୁ...

କୋରୋନାରେ ସୁସ୍ଥ ରୋଗୀଙ୍କୁ ରାହା ଯୋଗାଉଛି ପୋଷ୍ଟ କୋଭିଡ କେୟାର ସେଣ୍ଟର

author img

By

Published : Jun 4, 2021, 2:15 PM IST

ବ୍ରହ୍ମପୁର: କୋଭିଡରେ ସୁସ୍ଥ ବ୍ୟକ୍ତିବିଶେଷଙ୍କ ପାଇଁ ରାହା ଯୋଗାଉଛି ବ୍ରହ୍ମପୁରର ପ୍ରଥମ ପୋଷ୍ଟ କୋଭିଡ୍ କେୟାର ସେଣ୍ଟର । କୋରୋନାରେ ଆକ୍ରାନ୍ତ ହୋଇ ବିଭିନ୍ନ ମେଡିକାଲରେ ସୁସ୍ଥ ହୋଇ ଫେରୁଥିବା ରୋଗୀଙ୍କୁ ପରବର୍ତ୍ତୀ ସମୟରେ କିପରି ସୁସ୍ଥ ଜୀବନ ବିତାଇବେ ସେ ନେଇ ଏହି କେନ୍ଦ୍ରରେ ନିୟମିତ ଯୋଗର ଅଭ୍ୟାସ ସହିତ ସୁସ୍ଥ ପରେ ସ୍ୱାସ୍ଥପ୍ରତି ଯତ୍ନ କିପରି ନେବେ ସେ ନେଇ ପରାମର୍ଶ ଦେଉଛନ୍ତି ଅଭିଜ୍ଞତା ସମ୍ପର୍ଣ୍ଣ ଡାକ୍ତରଙ୍କ ଠାରୁ ଆରମ୍ଭ କରି ସ୍ୱାସ୍ଥ ବିଭାଗର ଟିମ୍ ।

କୋରୋନାରେ ସୁସ୍ଥ ରୋଗୀଙ୍କୁ ରାହା ଯୋଗାଉଛି ପୋଷ୍ଟ କୋଭିଡ କେୟାର ସେଣ୍ଟର

କୋରୋନାରୁ ସୁସ୍ଥ ହୋଇ ଘରକୁ ଫେରିଥିବା ବ୍ୟକ୍ତି ଯେଉଁମାନଙ୍କର ଅକ୍ସିଜେନର ଅଭାବ ରହୁଛି ଏବଂ ଯେଉଁ ବ୍ୟକ୍ତିବିଶେଷ ମାନେ ପୂର୍ବରୁ ବିଭିନ୍ନ ରୋଗରେ ଆକ୍ରାନ୍ତ ରହିଛନ୍ତି ସମାନଙ୍କ ସ୍ବାସ୍ଥ୍ୟବସ୍ଥା ଏହି ସେଣ୍ଟରରେ ଯାଞ୍ଚ କରାଯିବା ସହିତ ସୁସ୍ଥ ହୋଇ ଫେରିଥିବା ରୋଗୀ ମାନେ କେଉଁ କେଉଁ ଔଷଧ ଖାଉଛନ୍ତି ତାହାକୁ ନିୟମିତ ଭାବରେ ଚିକିତ୍ସକ ଙ୍କ ଠାରୁ ଆରମ୍ଭ କରି ସ୍ୱାସ୍ଥ ବିଭାଗର ଅଧିକାରୀ ଓ କର୍ମଚାରୀ ମାନେ ଏଠାରେ ପରାମର୍ଶ ମଧ୍ୟ ପ୍ରଦାନ କରୁଛନ୍ତି । ଏପରିକି ସେଣ୍ଟରରେ ଅକ୍ସିଜେନ୍ ପ୍ରଦାନ କରିବା ପାଇଁ ବ୍ୟବସ୍ଥା ରହିଥିବା କୁହାଯାଇଛି ।

ବ୍ରହ୍ମପୁର ମହାନଗର ନିଗମ ପକ୍ଷରୁ ଏଭଳି ଏକ ସେଣ୍ଟର ପ୍ରସ୍ତୁତ କରିବା ପାଇଁ ରୋଟାରୀ କ୍ଲବ ଏବଂ ଗଞ୍ଜାମ ଚାମ୍ପର ଅଫ୍ କମର୍ସକୁ ପ୍ରସ୍ତାବ ଦେବା ପରେ ମିଳିତ ସହଯୋଗୀତାରେ ଆରମ୍ଭ ହୋଇଛି ଏହି ସେଣ୍କଟର । ଏଠାରେ 20ଟି ଶଯ୍ୟା ରଖାଯାଇ ଏହାକୁ ଆରମ୍ଭ କରାଯାଇଥିବା ବେଳେ ଲୋକଙ୍କ ଆବଶ୍ୟକତା ଅନୁଯାୟୀ ଶଯ୍ୟା ସଂଖ୍ୟା ବୃଦ୍ଧି କରାଯିବା ସହ ଦୈନିକ ତିନି ଥର ଅଭ୍ୟାସ କରାଯିବ ବୋଲି କୁହାଯାଇଛି ।

ବ୍ରହ୍ମପୁରରୁ ସମୀର କୁମାର ଆଚାର୍ଯ୍ୟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.