ETV Bharat / city

ଜାନିବିଲି ପ୍ରକଳ୍ପ କାର୍ଯ୍ୟକାରୀ କରିବା ନେଇ ତେଜୁଛି ରାଜନୀତି - ଜାନିବିଲି ପ୍ରକଳ୍ପ

ଜାନିବିଲି ପ୍ରକଳ୍ପ ଉଦଘାଟନକୁ ନେଇ ରାଜନୀତି। କାମ ସମ୍ପୂର୍ଣ୍ଣ ହେବା ପୂର୍ବରୁ ଉଦଘାଟନ ପାଇଁ ଉଦ୍ୟମ ହେଉଥିବା ଅଭିଯୋଗ। ନିର୍ବାଚନକୁ ଆଖିଆଗରେ ରଖି ତରବରିଆ କାମ କରାଯାଉଥିବା ଅଭିଯୋଗ କରିଛି ବ୍ରହ୍ମପୁର ବିଜେପି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ବ୍ରହ୍ମପୁର
author img

By

Published : Feb 22, 2019, 12:35 PM IST

ବ୍ରହ୍ମପୁର: ତରବରିଆ ଜାନିବିଲି ପ୍ରକଳ୍ପକୁ କାର୍ଯ୍ୟକାରୀ କରିବାକୁ ବିରୋଧ କରିଛି ବ୍ରହ୍ମପୁର ବିଜେପି। ନିର୍ବାଚନ ପୂର୍ବରୁ ଭୋଟ ପାଇଁ ଅଧପନ୍ତରିଆ ଭାବରେ ଏହାକୁ ଶାସକ ବିଜେଡ଼ି ଉଦଘାଟନ କରିବାକୁ ଲକ୍ଷ୍ୟ ରଖିଥିବା ଦଳ ଅଭିଯୋଗ କରିଛି । ଆଉ ଏହାକୁ ବିରୋଧ କରି ସ୍ଥାନୀୟ ଦକ୍ଷିଣାଞ୍ଚଳ ରାଜସ୍ବ କମିଶନରଙ୍କ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ ପ୍ରଦର୍ଶନ କରିଛି ଭାରତୀୟ ଜନତା ପାର୍ଟି ।

ବ୍ରହ୍ମପୁରବାସୀଙ୍କ ପାନୀୟ ଜଳ ସଙ୍କଟ ଦୂର କରିବା ପାଇଁ ନିର୍ମାଣ ହେଉଛି ଜାନିବିଲି ପ୍ରକଳ୍ପ। ଖୁବଶୀଘ୍ର କାମ ସମ୍ପୂର୍ଣ୍ଣ କରିବାକୁ ଯୁଦ୍ଧକାଳୀନ ଭିତ୍ତିରେ କାମ ଚାଲିଛି। ନିର୍ବାଚନ ପୂର୍ବରୁ ଏହାକୁ ଉଦଘାଟନ କରିବାକୁ ଲକ୍ଷ୍ୟ ରଖିଛନ୍ତି ସରକାର। ହେଲେ ସ୍ଥାନୀୟ ବିଜେପି ଏହାକୁ ବିରୋଧ କରିଛି । ଦଳର କହିବା କଥା ହେଲା, ତରବରିଆ ଭାବରେ କାମ କରାଯାଉଛି। ଅଧପନ୍ତରିଆ ଅବସ୍ଥାରେ ଏହାକୁ କାର୍ଯ୍ୟକାରୀ ନକରି ପ୍ରଥମେ ସମ୍ପୂର୍ଣ୍ଣ କାମ କରାଯାଉ। ପ୍ରତ୍ୟେକ ୱାର୍ଡରେ ଓଭରହେଡ ଟ୍ୟାଙ୍କ ନିର୍ମାଣ ହେଉ। ଏହା ପରେ ଯାଇ ଏହି ପ୍ରକଳ୍ପରଉଦଘାଟନ ହେଉ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ବ୍ରହ୍ମପୁର

ଏନେଇ ଦଳର ପୂର୍ବତନ ମହାନଗର ସଭାପତି ରାମ କୁମାର ପାତ୍ରଙ୍କ ନେତୃତ୍ବରେ ଦଳ ବିକ୍ଷୋଭ କରିଥିଲା । ଆଗାମୀ ଦିନରେ ଏହା ଉପରେ ଗୁରୁତ୍ବ ଦିଆନଗଲେ ଅନଶନ କରିବାକୁ ଚେତାବନୀ ଦେଇଛି ଦଳ । ଆରଡିସିଙ୍କ ଜରିଆରେ ରାଜ୍ୟପାଳଙ୍କ ମଧ୍ୟ ଏକ ଦାବିପତ୍ର ପ୍ରଦାନ କରାଯାଇଛି ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

ସ୍ଲଗ :  ଟ୍ରାକ୍ଟର ଧକ୍କାରେ ଷଷ୍ଠ ଶ୍ରେଣୀ ଛାତ୍ର ମୃତ --.
ଫମାର୍ଟ  :  ଏଭିଓ,
ରିପୋର୍ଟର: ସମୀର  ଆଚାର୍ଯ୍ୟ,
ସ୍ଥାନ-ବ୍ରହ୍ମପୁର,
ତାରିଖ-୨୧.୦୨.୨୦୧୯(ଭିଜୁଆଲ ଏଫ୍.ଟି.ପି ରେ ଯାଇଛି ।)

ଆଙ୍କର- ଗଞ୍ଜାମ ଜିଲ୍ଲାର ପାଟପୁର ଥାନା ଅଧିନସ୍ଥ ଗାନ୍ଧୀଛକ ନିକଟରେ  ଏକ ଟ୍ରାକ୍ଟର ଧକ୍କାରେ ଜଣେ ଷଷ୍ଠ ଶ୍ରେଣୀ ଛାତ୍ରର ମୃତ୍ୟୁ ହୋଇଛି । ମୃତ ଛାତ୍ର ଜଣକ ହେଲେ ପାଟପୁର ଗ୍ରାମର ରେଡ୍ଡିକା ସାହିର   ଲକ୍ଷ୍ମୀ ନାରାୟଣ ସାହୁ ଙ୍କ ୧୨ ବର୍ଷର ପୁତ୍ର ସୁବ୍ରତ  । ସୂଚନାନୁଯାୟୀ  ମୃତ ସୁବ୍ରତ ନିୟମିତ ଭାବରେ ନିକଟସ୍ଥ ମହାନଳା ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟକୁ ଯିବା ରାସ୍ତାରେ ପାଟପୁର ରୁ ଦିଗପହଣ୍ଡି ଅଭିମୁଖେ ଆସୁଥିବା ଗୋଡି ବୋଝେଇ ଟ୍ରାକ୍ଟର  ସୁବ୍ରତ ଙ୍କୁ ଧକ୍କା ଦେଇଥିଲା । ଫଳରେ ସୁବ୍ରତ ରାସ୍ତାରେ କଚାଡି ହୋଇ  ପଡ଼ିଯାଇଥିଲେ । ଗୁରୁତ୍ତର ଅବସ୍ଥାରେ ସ୍ଥାନୀୟ ଲୋକେ ଉଦ୍ଧାର କରି  ଦିଗପହଣ୍ଡି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ରେ ଭର୍ତ୍ତି କରାଯାଇଥିବା ବେଳେ  ଶେଷରେ ମୃତ ଘୋଷଣା କରାଯାଇଥିଲା । ଘଟଣାସ୍ଥଳ ରେ  ପୋଲିସ ପହଞ୍ଚି ଟ୍ରାକ୍ଟର କୁ ଜବତ କରିବା ସହ ତଦନ୍ତ କରୁଥିବା ବେଳେ  ମୃତ ଛାତ୍ରଙ୍କ ଶବକୁ  ବ୍ରହ୍ମପୁର ଏମ୍. କେ.ସି.ଜିରେ  ବ୍ୟବଚ୍ଛେଦ  କରାଯାଇଛି ।
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.