ବ୍ରହ୍ମପୁର: ଲକଡାଉନ ସମୟରେ ମଦ କାରବାରକୁ ରୋକିବା ପାଇଁ ପ୍ରଶାସନ ପକ୍ଷରୁ ଉଦ୍ୟମ ଜାରି ରହିଛି । ଏହି ଅବସରରେ ଗଞ୍ଜାମ ଜିଲ୍ଲାରେ ପୋଲିସ ଓ ଅବକାରୀ ବିଭାଗ ପକ୍ଷରୁ ମିଳିତ ଭାବରେ ଚଢାଉ କରାଯାଇ ୯ ଜଣଙ୍କୁ ଗିରଫ କରାଯାଇଛି । ଜିଲ୍ଲାର ଧରାକୋଟ ଥାନା ଅନ୍ତର୍ଗତ ଚମ୍ପାପଲ୍ଲୀ, ଦଶମାଇଲି ଏବଂ ଭଣ୍ଡାରିବସା ଅଞ୍ଚଳରେ ଚଢାଉ କରାଯାଇ ୪୯୦ ଲିଟର ଅପମିଶ୍ରିତ ଦେଶୀ ମଦ, ୩୬୫୦ କିଲୋ ମଦ ପ୍ରସ୍ତୁତ ପୋଚକୁ ଜବତ କରାଯାଇଛି ।



ସ୍ଥାନୀୟ ଧରାକୋଟ ତହସିଲଦାର ଏବଂ ଅବକାରୀ ବିଭାଗର ଉପ ଅଧିକ୍ଷକଙ୍କ ନେତୃତ୍ବରେ ଏହି ଚଢାଉରେ ଅବକାରୀ ଏବଂ ପୋଲିସ ବିଭାଗର ଅଧିକାରୀ ମାନେ ଉପସ୍ଥିତ ରହିଥିଲେ । ଅନ୍ୟପଟେ ଜିଲ୍ଲାର ପୁରଷୋତ୍ତମପୁର ଅବକାରୀ ବିଭାଗ ପକ୍ଷରୁ ୨୦ ଲିଟର ମଦ ଜବତ କରିବା ସହ ଗୋଟିଏ ପଲସର ମୋଟର ସାଇକେଲକୁ ଜବତ କରାଯାଇଥିବା ଅବକାରୀ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ସେହିପରି ଗଞ୍ଜାମ ପୋଲିସ ପକ୍ଷରୁ ଚଢାଉ କରାଯାଇ ଆସିକା, ଗାଙ୍ଗପୁର ଅଞ୍ଚଳରେ ବହୁ ପରିମାଣରେ ଦେଶୀ ମଦ ଓ ମଦ ପ୍ରସ୍ତୁତ ପୋଚକୁ ନଷ୍ଟ କରାଯାଇ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିବା କୁହାଯାଇଛି ।
ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ