ETV Bharat / city

ବେଆଇନ ସିଗାରେଟ, ଗୁଟକା ପ୍ରସ୍ତୁତି ୟୁନିଟ ଉପରେ ପୋଲିସର ଚଢ଼ାଉ

ବ୍ରହ୍ମପୁର ସହରରେ ବେଆଇନ ସିଗାରେଟ ଓ ଗୁଟକା ପ୍ରସ୍ତୁତି ୟୁନିଟରେ ପାଟପୁର ପୋଲିସର ଚଢ଼ାଉ । ଅଧିକ ପଢ଼ନ୍ତୁ...

Odisha mining corporation, OMC, OMC donates Rs 500 crore, Chief Minister's Relief Fund, ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠି, 500 କୋଟି ଦେଲା ଓଏମସି, ଓଡି଼ଶା ଏଗ୍ରୋ ଇଣ୍ଡଷ୍ଟ୍ରିଜ୍ କର୍ପୋରେସନ୍, ଓଡି଼ଶା କାଜୁ ବିକାଶ ନିଗମ
ବେଆଇନ ସିଗାରେଟ, ଗୁଟକା ପ୍ରସ୍ତୁତି ୟୁନିଟ ଉପରେ ପୋଲିସର ଚଢ଼ାଉ
author img

By

Published : Jun 18, 2021, 6:44 AM IST

ବ୍ରହ୍ମପୁର: କୋରୋନା ରୂପକ ଲକଡାଉନ୍ ଓ ସଟଡାଉନ୍ ସମୟରେ ଗଞ୍ଜାମ ଜିଲ୍ଲାରେ ବେଆଇନ ଭାବରେ ଗଢି ଉଠିଥିବା ବେଆଇନ କାରବାର ଉପରେ ପୋଲିସ ପକ୍ଷରୁ କ୍ରମାଗତ ଭାବରେ ଚଢାଉ ଜାରି ରହିଛି । ଏହି କ୍ରମରେ ଜିଲ୍ଲାର ପାଟପୁର ଥାନା ଅଞ୍ଚଳରେ ରହିଥିବା ସିଗାରେଟ ଓ ଗୁଟଖା ପ୍ରସ୍ତୁତି ୟୁନିଟ ଉପରେ ପୋଲିସ ପକ୍ଷରୁ କରାଯାଇଛି ଚଢ଼ାଉ ।

ବେଆଇନ ସିଗାରେଟ, ଗୁଟକା ପ୍ରସ୍ତୁତି ୟୁନିଟ ଉପରେ ପୋଲିସର ଚଢ଼ାଉ

ଗତ ସାତ ଦିନ ମଧ୍ୟରେ ପାଟପୁର ପୋଲିସର ଉଦ୍ୟମରେ ତିନୋଟି ଭେଜାଲ କାରଖାନା ଉପରେ ଅତର୍କିତ ଚଢ଼ାଉ କରାଯାଇଛି । ଏରେଣ୍ଡ୍ରା ଗ୍ରାମରେ ପୋଲିସ ଟିମ୍ ଚଢ଼ାଉ କରିଥିବା ବେଳେ ସେଠାରେ ଚାଲିଥିବା ନକଲି ସିଗାରେଟ ନକଲି ଗୁଟଖା ପ୍ରସ୍ତୁତ ଗୋଦାମ ଉପରେ ପାଟପୁର ପୋଲିସ ଚଢ଼ାଉ କରିଥିଲା । ସେଥିରୁ ଲକ୍ଷ ଲକ୍ଷ ଟଙ୍କାର ସାମଗ୍ରୀ ଜବତ ହୋଇଛି ।

ଏହି ଚଢାଉ ସମୟରେ ବିମଲ, କେ.କେ , ସିଗାରେଟ, ମୁଖ ସୁଧି ଜବତ କରାଯାଇଥିବା ସାମ୍ବାଦିକ ସମ୍ମିଳନୀରେ ସୂଚନା ଦିଆଯାଇଛି । ଏହି ଘଟଣାରେ ମିଟୁ ଓରଫ କାଳୀପ୍ରସାଦ ମିଶ୍ର ଜଣେ ଯୁବକକୁ ଗିରଫ କରାଯାଇଛି । ପୂର୍ବରୁ ଉକ୍ତ ଥାନା ଅଞ୍ଚଳରେ ନକଲି ଗୁଟକା କାରଖାନା ସହିତ ନକଲି ମୃଦ୍ୟୁ ପାନୀୟ କାରଖାନା ଠାବ କରାଯାଇଛି ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.