ETV Bharat / city

ଜୁଆ ଆଡ୍ଡାରେ ପୋଲିସର ଚଢାଉ, ୯ ଜୁଆଡି ଗିରଫ

ଜୁଆଖେଳ ଖେଳ ଚାଲିଥିବା ସମୟରେ ଚଢାଉ କଲା ପୋଲିସ । ୯ ଜୁଆଡି ଗୁରଫ । ଅଧିକ ପଢନ୍ତୁ...

author img

By

Published : Jun 14, 2021, 7:46 AM IST

ଜୁଆ ଆଡ୍ଡାରେ  ପୋଲିସର ଚଢାଉ, ୯ ଜୁଆଡି ଗିରଫ
ଜୁଆ ଆଡ୍ଡାରେ ପୋଲିସର ଚଢାଉ, ୯ ଜୁଆଡି ଗିରଫ

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ଦୟାନିଧିପୁର ପଞ୍ଚାୟତ ବଡିଉସ୍ତା ଗ୍ରାମରେ ବେଧଡକ ଜୁଆଖେଳ ଖେଳ ଚାଲିଥିବା ସମୟରେ ଚଢାଉ କଲା ପୋଲିସ । ୯ ଜୁଆଡିଙ୍କୁ ଗିରଫ କରିବା ସହ ନଗଦ ୧୬ ହଜାର ୯୦୦ ଟଙ୍କା ଜବତ କରିଛି ପୋଲିସ। ଏକ ବିଶେଷ ସୁତ୍ରରୁ ଖବରପାଇ ଉକ୍ତ ଗ୍ରାମରେ ଅତର୍କିତ ଚଢାଉ କରି ଥିଲା ପାଟପୁର ଥାନା ପୋଲିସ ।

ଜୁଆ ଆଡ୍ଡାରେ  ପୋଲିସର ଚଢାଉ, ୯ ଜୁଆଡି ଗିରଫ
ଜୁଆ ଆଡ୍ଡାରେ ପୋଲିସର ଚଢାଉ, ୯ ଜୁଆଡି ଗିରଫ

ସୂଚନାନୁଯାୟୀ ଗ୍ରାମାଞ୍ଚଳ ଗୁଡିକରେ ବହୁ ବ୍ୟକ୍ତିବିଶେଷ ତାସ ଖେଳରେ ମଜ୍ଜି ରହୁଥିବା ବେଳେ ପାଟପୁର ଥାନା ଅଞ୍ଚଳର ବିଭିନ୍ନ ଗ୍ରାମରେ ଗତ କିଛି ମାସ ହେଲା ଲୋକମାନେ ଜୁଆଖେଳ ଖେଳୁଥିବା ନେଇ ଥାନା ଅଧିକାରୀ ସବ୍ୟସାଚୀ ମଲ୍ଲ ଜୁଆଖେଳ ଓ ନକଲି ଗୁଟଖା କାରଖାନା ଉପରେ ଚଢ଼ାଉ କରୁଥିବା ଦେଖାଦେଇଛି । ଏହି ଚଢ଼ାଉ ସମୟରେ କିଛି ଘଟଣାସ୍ଥଳରୁ ଚମ୍ପଟ ମାରିଥିବା ଜଣାପଡିଛି । ଗିରଫ ପରେ ସମସ୍ତଙ୍କୁ କୋର୍ଟ ଚାଲାଣ କରାଯାଇଥିବା ଜଣାପଡ଼ିଛି ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.