ETV Bharat / city

MKCGରେ ଆରମ୍ଭ ହେଲା ପ୍ଲାଜମା ଥେରାପି

author img

By

Published : Jul 21, 2020, 2:31 PM IST

Updated : Jul 21, 2020, 3:39 PM IST

ବ୍ରହ୍ମପୁର ଏମକେସିଜି ମେଡିକାଲ କଲେଜ ପରିସରରେ ଏହାକୁ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେଙ୍କ ସମେତ ବ୍ରହ୍ମପୁର ଉପଜିଲ୍ଲାପାଳ ସିନ୍ଧେ ଦତ୍ତାତ୍ରୟ ଭାଉ ସାହେବଙ୍କ ସମେତ ବରିଷ୍ଠ ପ୍ରଶାସନିକ ଅଧିକାରୀ ଏବଂ ଏମକେସିଜିରେ ସମସ୍ତ ବରିଷ୍ଠ ଅଧିକାରୀଙ୍କ ଉପସ୍ଥିତିରେ ଏହାକୁ ଆନୁଷ୍ଠାନିକ ଭାବରେ ଶୁଭାରମ୍ଭ କରାଯାଇଛି ।

Plasma therapy
ଶୁଭାରମ୍ଭ ହେଲା ପ୍ଲାଜମା ଥେରାପି

ବ୍ରହ୍ମପୁର: କୋରୋନା ମୁକାବିଲା ପାଇଁ ଆଜିଠାରୁ ଗଞ୍ଜାମ ଜିଲ୍ଲାରେ ଆରମ୍ଭ ହୋଇଛି ପ୍ଲାଜମା ଥେରାପି । ବ୍ରହ୍ମପୁର ଏମକେସିଜି ମେଡିକାଲ କଲେଜ ପରିସରରେ ଏହାକୁ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେଙ୍କ ସମେତ ବ୍ରହ୍ମପୁର ଉପଜିଲ୍ଲାପାଳ ସିନ୍ଧେ ଦତ୍ତାତ୍ରୟ ଭାଉ ସାହେବଙ୍କ ସମେତ ବରିଷ୍ଠ ପ୍ରଶାସନିକ ଅଧିକାରୀ ଏବଂ ଏମକେସିଜିରେ ସମସ୍ତ ବରିଷ୍ଠ ଅଧିକାରୀଙ୍କ ଉପସ୍ଥିତିରେ ଏହାକୁ ଆନୁଷ୍ଠାନିକ ଭାବରେ ଶୁଭାରମ୍ଭ କରାଯାଇଛି ।

ଏହି ପ୍ଲାଜମା ଥେରାପି ଚିକିତ୍ସା ବ୍ରହ୍ମପୁରର ଶୀତଳାପଲ୍ଲୀ ସ୍ଥିତ ଟାଟା କୋଭିଡ୍ ହସ୍ପିଟାଲରେ କରାଯିବ । ସବୁଠାରୁ ଅଧିକ ଆକ୍ରାନ୍ତ ହେଉଥିବା ଗଞ୍ଜାମ ଜିଲ୍ଲାର ଏହି କୋରୋନା ରୋଗୀ ମାନେ ପ୍ଲାଜମା ଥେରାପି ଦ୍ଵାରା ଆରୋଗ୍ୟ ପାଇପାରିବେ । ଯାହାକି ଏହି ଚିକିତ୍ସା ପଦ୍ଧତି ମାଧ୍ୟମରେ ମୃତ୍ୟୁ ସଂଖ୍ୟା ହ୍ରାସ ପାଇବ ବୋଲି ଆଶଙ୍କା କରାଯାଉଛି । ପୂର୍ବରୁ ଭୁବନେଶ୍ବରର ସମ୍ କୋଭିଡ ହସ୍ପିଟାଲ ଓ କଟକର ଅଶ୍ବିନୀ କୋଭିଡ ହସ୍ପିଟାଲରେ ପ୍ଲାଜମା ଥେରାପି ଆରମ୍ଭ ହୋଇଯାଇଥିବା ବେଳେ ରାଜ୍ୟରେ ଏହାର ସଫଳ ପରୀକ୍ଷଣ ପରେ ଶେଷରେ ବ୍ରହ୍ମପୁରରେ ଏହି ବ୍ୟବସ୍ଥା ଆରମ୍ଭ ହୋଇଯାଇଛି ।

ଶୁଭାରମ୍ଭ ହେଲା ପ୍ଲାଜମା ଥେରାପି

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

Last Updated : Jul 21, 2020, 3:39 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.