ବ୍ରହ୍ମପୁର: କଟକ ଓ ଭୁବନେଶ୍ବର ପରେ ଏବେ ଗଞ୍ଜାମରେ ଆରମ୍ଭ ହେବାକୁ ଯାଉଛି ପ୍ଲାଜମା ଥେରାପି । ମଙ୍ଗଳବାରଠୁ ଗଞ୍ଜାମରେ ଆରମ୍ଭ ହେବ ପ୍ଲାଜମା ଥେରାପିଠୁ ଗଞ୍ଜାମ ହସ୍ପିଟାଲରେ ଏହି ପ୍ଲାଜମା ଥେରାପି କରାଯିବ । ଗଞ୍ଜାମର ସ୍ଥିତି ସମୀକ୍ଷା ପରେ ବୈଠକରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଘୋଷଣା କରିଛନ୍ତି । ପୂର୍ବରୁ ରାଜ୍ୟରେ ହୋଇଥିବା ପ୍ରଥମ ପ୍ଲାଜମା ଥେରାପି ସଫଳ ହୋଇଛି ।
ଗତ ଗୁରୁବାର ରାଜ୍ୟରେ ପ୍ରଥମ ଥର ପାଇଁ ଆରମ୍ଭ ହୋଇଥିବା ପ୍ଲାଜମା ଥେରାପିରେ ମୋଟ 6 ଜଣଙ୍କ ମଧ୍ୟରୁ 4 ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ସେମାନଙ୍କୁ ଆଉ ଅକ୍ସିଜେନ ସପୋର୍ଟ ଦେବାକୁ ପଡୁନାହିଁ । ସେହିପରି ଅନ୍ୟ 2 ଜଣ ଆକ୍ରାନ୍ତ ସ୍ବାସ୍ଥ୍ୟାବସ୍ଥା ସ୍ଥିର ରହିଛି । ତେବେ 4 ଜଣ ପ୍ଲାଜମାଦାତାଙ୍କ ଠାରୁ 8 ୟୁନିଟ ପ୍ଲାଜମା ସଂଗ୍ରହ ହୋଇଥିଲା । ସେଥିରୁ 6 ୟୁନିଟ ବ୍ୟବହାର କରାଯାଇଛି । ସମ କୋଭିଡ ହସ୍ପିଟାଲରେ 4 ଓ ଅଶ୍ବିନୀ ହସ୍ପିଟାଲରେ 2 ୟୁନିଟ ପ୍ଲାଜମା ଦିଆଯାଇଛି । ଆଉ 2 ୟୁନିଟ ସଂରକ୍ଷିତ ରହିଛି ।
ପ୍ରମୁଖ ରାଜ୍ୟ ମଧ୍ୟରେ ଓଡିଶାରେ ପ୍ଲାଜମା ଚିକିତ୍ସା ପଦ୍ଧତି ଆରମ୍ଭ ହୋଇଥିଲା । ଗତ ସପ୍ତାହରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାର ଶୁଭାରମ୍ଭ କରିଥିଲେ । କଟକ ଏସସିବି ପ୍ଲାଜମା ହବ୍ ସେଣ୍ଟର ଭାବରେ କାର୍ଯ୍ୟ କରୁଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ