ବ୍ରହ୍ମପୁର: ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଲାଗି ଆରମ୍ଭ ହୋଇଯାଇଛି ମତଦାନ। ପ୍ରଥମ ପର୍ଯ୍ୟାୟରେ ଉଭୟ ଲୋକସଭା ଓ ବିଧାନସଭା ଆସନ ପାଇଁ ଭୋଟ ଗ୍ରହଣ ଆରମ୍ଭ ହୋଇଛି।
ସେଥିମଧ୍ୟରେ ଗଞ୍ଜାମ ଜିଲ୍ଲାରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ପାଞ୍ଚଟି ନିର୍ବାଚନ ମଣ୍ଡଳୀରେ ମତଦାନ ଜାରି ରହିଛି। ତେବେ ପ୍ରତ୍ୟେକ ନିର୍ବାଚନ ମଣ୍ଡଳୀରେ ଦେଖିବାକୁ ମିଳିଛି ଏକ ସ୍ବତନ୍ତ୍ର ବୁଥ । ଏହି ପାଞ୍ଚଟି ନିର୍ବାଚନ ମଣ୍ଡଳୀରେ ଗୋଟିଏ ଲେଖାଏଁ ପିଙ୍କ ବୁଥ କରାଯାଇଛି।
ଏହି ସ୍ବତନ୍ତ୍ର ପିଙ୍କ୍ ବୁଥକୁ ପରିଚାଳନା କରୁଛନ୍ତି ମହିଳା କର୍ମଚାରୀ। ଏହି ବୁଥରେ ମଧ୍ୟ ସମସ୍ତ ପ୍ରକାର ବ୍ୟବସ୍ଥା ଗ୍ରହଣ କରାଯାଇଛି। ଯେପରି ସୁବିଧାରେ ଆସି ନିଜର ମତ ସାବ୍ୟସ୍ତ କରିବେ ସେ ନେଇ ବ୍ୟାପକ ବ୍ୟବସ୍ଥା ହୋଇଛି।
ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ