ETV Bharat / city

କୋରୋନା ଭୟରେ ମାନବିକତା ଭୁଲିଯାଉଛନ୍ତି ଲୋକେ, ହନ୍ତସନ୍ତ ହେଉଛନ୍ତି ରୋଗୀ

author img

By

Published : Jul 14, 2020, 10:17 AM IST

କୋଭିଡ19କୁ ନେଇ ଆତଙ୍କିତ ସଭିଏଁ । କୋରୋନା ଭୟରେ ମୃତକ ଓ ରୋଗୀଙ୍କୁ ସହାୟତା କରୁନାହାଁନ୍ତି ଲୋକେ । ଅଧିକ ପଢନ୍ତୁ....

People are not helping the dead and the sick for fear of Corona
କୋରୋନା ଭୟରେ ମୃତକ ଓ ରୋଗୀଙ୍କୁ ସହାୟତା କରୁନାହାଁନ୍ତି ଲୋକେ

ବ୍ରହ୍ମପୁର : କୋରୋନା ଭୟରେ ମୃତକ ଓ ରୋଗୀଙ୍କୁ ସହାୟତା କରୁନାହାଁନ୍ତି ଲୋକେ । ଏଭଳି ଘଟଣା ଦେଖିବାକୁ ମିଳିଛି ବ୍ରହ୍ମପୁର ସହରର ଶ୍ରୀରାମ ନଗର ସାହିରେ । ଆଉ ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି । ଦିଗପହଣ୍ତି ବ୍ଲକର ଝରିପଦର ଗାଁର ଅଙ୍ଗନାଓ୍ବାଡି ସୁପରଭାଇଜର ଭାବରେ କାର୍ଯ୍ୟରତ ମହିଳା ଅଶାନ୍ତ ପାତ୍ର ବ୍ରହ୍ମପୁର ସହରର ଶ୍ରୀରାମନଗର ଅଞ୍ଚଳରେ ରହୁଥିଲେ ।

କାର୍ଯ୍ୟ ସାରି ଘରକୁ ଫେରୁଥିବା ବେଳେ ସେ ଅସୁସ୍ଥ ଅନୁଭବ କରିଥିଲେ । ଘରେ ପହଞ୍ଚିବା ପରେ, ସେ ମେଡିକାଲକୁ ଯାଉଥିବା ବେଳେ ଅଧାରାସ୍ତାରେ ତାଙ୍କର ମୃତ୍ୟୁ ହୋଇଥିଲା । ହେଲେ ,ସାହିରେ ତାଙ୍କ ମୃତଦେହକୁ ପୁରାଇ ନ ଦେବାରୁ ଶ୍ମଶାନରେ ରଖି ଅଟୋ ଚାଳକ ସେଠାରୁ ପଳାଇ ଯାଇଥିଲେ । ଯାହାର ଭିଡିଓ ଭାଇରାଲ ହୋଇଥିଲା । ପରେ ପ୍ରଶାସନ ଏହାର ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ଥିଲା । ପ୍ରଶାସନିକ ବ୍ୟବସ୍ଥାରେ ଅନ୍ତ୍ୟେଷ୍ଟିକ୍ରିୟା କରାଯିବା ସହ କୋରୋନା ଯୋଦ୍ଧା ଭାବରେ ଶୋକ ପ୍ରକାଶ କରାଯାଇଛି । ଏହି ଘଟଣାକୁ ନେଇ ମୃତକଙ୍କ ସ୍ବାମୀ କଣ କହିଛନ୍ତି ଶୁଣନ୍ତୁ।

ସେପଟେ, ଶ୍ରୀରାମନଗର ମହାରଣା ଅଞ୍ଚଳରେ ମଧ୍ୟ ଆଉ ଏକ ଘଟଣା ଦେଖିବାକୁ ମିଳିଛି । ଜଣେ ବ୍ୟକ୍ତି 28 ଘଣ୍ଟା ଧରି ରାସ୍ତା କଡରେ ଅସୁସ୍ଥ ଅବସ୍ଥାରେ ପଡିଥିଲେ ମଧ୍ୟ ତାଙ୍କୁ କୋରୋନା ଭୟରେ କେହି ମେଡିକାଲ ନେବାକୁ ଆସି ନଥିଲେ । ଏପରିକି, ଆମ୍ବୁଲାନ୍ସ ଘଟଣାସ୍ଥଳରେ ପହଞ୍ଚି ଥିଲେ ମଧ୍ୟ ତାଙ୍କୁ ମେଡିକାଲରେ ଭର୍ତ୍ତି କରି ନ ଥିଲା । ଯାହାଫଳରେ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିଲା ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ ,ଇଟିଭି ଭାରତ

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.