ETV Bharat / city

ସଚେତନ କରୁଛନ୍ତି ପାରାମେଡିକାଲ କର୍ମଚାରୀ, ସାଉଁଟୁଛନ୍ତି ପ୍ରଶଂସା - ବ୍ରହ୍ମପୁର ଖବର

କୋଭିଡ-୧୯ ମୁକାବିଲା କରିବା କ୍ଷେତ୍ରରେ ଗଞ୍ଜାମ ରାଜ୍ୟ ତଥା ଦେଶରେ ଏକ ରୋଲ ମଡେଲ ପାଲଟିଛି । ଜିଲ୍ଲାପ୍ରଶାସନର ବିଭିନ୍ନ ପଦକ୍ଷେପ ପରେ ବହୁ ମାତ୍ରାରେ ନୂତନ ସଂଙ୍କ୍ରମଣକୁ ରୋକିବାରେ ସଫଳ ହୋଇଥିବା ଦେଖାଯାଇଛି । ହେଲେ ଆଗକୁ ଶୀତ ଦିନ ରହୁଥିବାରୁ ଏହି ସମୟରେ ଅଧିକ ସତର୍କ ରହିବାର ଆବଶ୍ୟକତା ରହିବାକୁ ସାଧାରଣ ଜନତା ଯେପରି କୋରୋନା ନିୟମକୁ ପାଳନ କରିବେ ସେ ନେଇ ଆଗକୁ ଆସି କାର୍ଯ୍ୟ କରୁଛନ୍ତି ଜିଲ୍ଲାର ପାରାମେଡିକାଲ କର୍ମଚୀରୀ । ଦେଖନ୍ତୁ ଇଟିଭି ଭାରତର ସ୍ପେଶାଲ ରିପୋର୍ଟ ...

ସଚେତନ କରୁଛନ୍ତି ପାରାମେଡିକାଲ କର୍ମଚାରୀ, ସାଉଁଟୁଛନ୍ତି ପ୍ରଶଂସା

author img

By

Published : Oct 28, 2020, 2:32 PM IST

ବ୍ରହ୍ମପୁର: ମୁହିଁରେ ମାସ୍କ , ହାତରେ ଗ୍ଲୋବସ୍ ...ଜନଗହଳି ପୂର୍ଣ୍ଣ ସ୍ଥାନରେ ଏକତ୍ରିତ ହୋଇ ରହୁଥିବା ବ୍ୟକ୍ତିବିଶେଷଙ୍କ ମଧ୍ୟରୁ କିଏ ମାସ୍କ ପରିଧାନ କରିନାହାନ୍ତି ତାହାକୁ ଚିହ୍ନଟ କରି ପଚାରୁଛନ୍ତି କାହିଁକି ପରିଧାନ କରିନାହାନ୍ତି ନିଜର ମାସ୍କ । ତିନି ଚକିଆ କିମ୍ବା କାରରେ ଗହଳି କରି ଯାତ୍ରା କରୁଥିବା ବ୍ୟକ୍ତିବିଶେଷଙ୍କୁ କରୁଛନ୍ତି ବାରଣ । ଏଭଳି କାର୍ଯ୍ୟକୁ ବ୍ରହ୍ମପୁର ସହରର ବିଭିନ୍ନ ଟ୍ରାଫିକ୍ ଛକ ଠାରୁ ଆରମ୍ଭ କରି ପ୍ରମୁଖ ବଜାରରେ ବ୍ୟାପକ ମାତ୍ରାରେ ସଚେତନତା କରୁଛନ୍ତି ଜିଲ୍ଲାର ପାରାମେଡିକାଲ କର୍ମଚୀରୀ ।

ସଚେତନ କରୁଛନ୍ତି ପାରାମେଡିକାଲ କର୍ମଚାରୀ, ସାଉଁଟୁଛନ୍ତି ପ୍ରଶଂସା

ଗଞ୍ଜାମରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା କମୁଥିବାବେଳେ କିଛିଦିନ ଧରି ଲୋକମାନେ ନିୟମ ମାନୁ ନଥିବା ଦେଖିବାକୁ ମିଳିଥିଲା । ଏହାକୁ ନଜରରେ ରଖି ପ୍ରଶାସନର ନିର୍ଦ୍ଦେଶରେ ଏଭଳି କାର୍ଯ୍ୟ ଜାରି ରଖିଛନ୍ତି ଫାର୍ମାସିଷ୍ଟ୍ ଠାରୁ ଆରମ୍ଭ କରି ପାରା ମେଡିକାଲର କର୍ମଚାରୀମାନେ ।

ବ୍ରହ୍ମପୁର ସହରର ଟାଟା ବେଞ୍ଜ ଛକ , ଟାଉନ୍ ହଲ ଛକ , ଅନ୍ନପୂର୍ଣ୍ଣା ମାର୍କେଟ ଛକ ଭଳି ପ୍ରମୁଖ ସ୍ଥାନରେ ଆଗାମୀ ଶୀତ ଦିନ ପୂର୍ବରୁ ପୁଣି ଥରେ ସହରବାସୀଙ୍କ ଠାରୁ ଆରମ୍ଭ କରି ଜିଲ୍ଲାବାସୀଙ୍କୁ ସତର୍କ କରାଇବା ପାଇଁ ଏଭଳି ପଦକ୍ଷେପ ନିଆଯାଇଛି । ଘରୁ ବାହରକୁ ବାହାରିବା ସମୟରେ ମାସ୍କ ପିନ୍ଧିବାକୁ ଭୁଲି ଯାଇଥିବା କିମ୍ବା ନିଜ ପକେଟ୍ ରେ ମାସ୍କ ରଖିଥିବା ବ୍ୟକ୍ତିବିଶେଷ ମାନେ ଗହଳି ସ୍ଥାନକୁ ଯିବା ପୂର୍ବରୁ ମାସ୍କ ପିନ୍ଧିବାକୁ ବାଧ୍ୟ କରାଯାଉଥିବା ଦେଖିବାକୁ ମିଳିଛି । ଯାହାକୁ ସହରବାସୀ ସ୍ବାଗତ କରିଛନ୍ତି ।

ସେପଟେ ନିଜ ମୁହିଁରେ ମାସ୍କ ପରିଧାନ କରିନଥିବା କେତେକ ଗାଡି ଚାଳକ ଇଟିଭି ଭାରତ କ୍ୟାମରା ସମ୍ମୁଖରେ ଆଉ ଭୁଲ କରିବେ ନାହିଁ କହି ନିଜେ ମାସ୍କ ପରିଧାନ କରିଥିବା ଦେଖିବାକୁ ମିଳିଛି । କୋରୋନା ମୁକାବିଲା କ୍ଷେତ୍ରରେ ରାଜ୍ୟ ତଥା ଦେଶରେ ଏକ ରୋଲମୋଡେଲ ପାଲଟିଛି ଗଞ୍ଜାମ । ଶୀତଦିନ ପୂର୍ବରୁ ଜିଲ୍ଲାପ୍ରଶାସନ ପକ୍ଷରୁ କୋରୋନା ମୁକାବିଲା ପାଇଁ ଜିଲ୍ଲାରେ କିଭଳି ଗ୍ରହଣ କରାଯିବ ପଦକ୍ଷେପ ସେ ନେଇ ବିଭିନ୍ନ ପଦକ୍ଷେପ ଆରମ୍ଭ ହୋଇଯାଇଛି ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.