ETV Bharat / city

ଛଟେଇ ପ୍ରତିବାଦରେ ଆଉର୍ଟସୋର୍ସିଂ କର୍ମଚାରୀଙ୍କ ଧାରଣା

ଛଟେଇ ପ୍ରତିବାଦରେ ଗଞ୍ଜାମ ମେଡିକାଲର ଅଧିକ୍ଷକଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦିଆଯାଇଛି। ଦୀର୍ଘଦିନ ଧରି ବ୍ରହ୍ମପୁର ଏମ.କେ.ସି.ଜି ମେଡିକାଲ କଲେଜ ହସ୍ପିଟାଲରେ ଆଉର୍ଟସୋର୍ସିଂ କର୍ମଚାରୀ ଭାବରେ କାର୍ଯ୍ୟରତ ଥିଲେ ଧାରଣା ଦେଇଥିବା କର୍ମଚାରୀ। ଅଧିକ ପଢ଼ନ୍ତୁ...

author img

By

Published : Dec 17, 2020, 9:15 PM IST

outsourcing employees of mkcg medical are in protest in berhampur against disengagement
ଛଟେଇ ପ୍ରତିବାଦରେ ଆଉର୍ଟସୋର୍ସିଂ କର୍ମଚାରୀଙ୍କ ଧାରଣା

ବ୍ରହ୍ମପୁର: ଛଟେଇ ପ୍ରତିବାଦରେ ଗଞ୍ଜାମ ମେଡିକାଲର ଅଧିକ୍ଷକଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦିଆଯାଇଛି। ଦୀର୍ଘଦିନ ଧରି ବ୍ରହ୍ମପୁର ଏମ.କେ.ସି.ଜି ମେଡିକାଲ କଲେଜ ହସ୍ପିଟାଲରେ ଆଉଟସୋର୍ସିଂ କର୍ମଚାରୀ ଭାବରେ କାର୍ଯ୍ୟରତ ଥିଲେ ଧାରଣା ଦେଇଥିବା କର୍ମଚାରୀ। ପୂର୍ବରୁ ଟୁନା ପାଣିଗ୍ରାହୀଙ୍କ ସଂସ୍ଥା ପକ୍ଷରୁ ଟେଣ୍ଡର ନିଆଯାଇ ଏହି କର୍ମଚାରୀଙ୍କୁ ନିଯୁକ୍ତ କରାଯାଉଥିଲା । ତେବେ ସଂସ୍ଥା ବଦଳିବା ପରେ ଏହି କର୍ମଚାରୀଙ୍କୁ ଛଟେଇ କରାଯାଇଛି। ଏହାକୁ ନେଇ ପ୍ରତିବାଦ କରିଛନ୍ତି ଏମ.କେ.ସି.ଜି ମେଡିକାଲ ଆଉର୍ଟସୋର୍ସିଂ କର୍ମଚାରୀ।

ଟୁନା ପାଣିଗ୍ରାହୀଙ୍କ ସଂସ୍ଥାର ଅବଧି ଶେଷ ହେବା ପରେ ବର୍ତ୍ତମାନ ଅଭିରାମ ଏଜେନ୍ସି ନାମକ ସଂସ୍ଥା ନୂତନ ଦାୟିତ୍ବ ନେଇଛି। ପୂର୍ବରୁ ୨୫୬ ଜଣ ଆଉଟସୋର୍ସିଂ କର୍ମଚାରୀ ଏହି କାର୍ଯ୍ୟ କରୁଥିଲେ। ହେଲେ ନୂତନ ତାଲିକାରେ କେବଳ ୧୮୩ ଜଣଙ୍କୁ ନିଯୁକ୍ତି ଦିଆଯାଇଛି। ଏହାକୁ ନେଇ ଆଉର୍ଟସୋର୍ସିଂ କର୍ମଚାରୀ ଅସନ୍ତୋଷ ପ୍ରକାଶ କରିବା ସହ ପ୍ରତିବାଦ କରିଛନ୍ତି।

ଓଡ଼ିଶା ଆଉର୍ଟସୋର୍ସିଂ କର୍ମଚାରୀ ମହାସଙ୍ଘର ଆବାହକ ପ୍ରତାପ ଚନ୍ଦ୍ର ପ୍ରଧାନଙ୍କ ନେତୃତ୍ବରେ ଆଜି(ଗୁରୁବାର) ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ପୂର୍ବରୁ ହୋଇଥିବା ନିଷ୍ପତ୍ତି ଅନୁଯାୟୀ ସମସ୍ତ ଆଉର୍ଟସୋର୍ସିଂ କର୍ମଚାରୀଙ୍କୁ କାର୍ଯ୍ୟ ନଯୋଗାଇବା ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ ବୋଲି କୁହାଯାଇଛି । ସମସ୍ତ କର୍ମଚାରୀ ମେଡିକାଲର ଅଧିକ୍ଷକଙ୍କ କାର୍ଯ୍ୟାଳୟ ସମୁଖରେ ରହି ପ୍ରତିବାଦ କରିଛନ୍ତି।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.