ETV Bharat / city

ବ୍ରହ୍ମପୁର ପରେ ଶେରଗଡ, ନ୍ୟାୟ ପାଇଁ ପ୍ରେମିକର ଘର ସମ୍ମୁଖରେ ପ୍ରେମିକାର ଧାରଣା - ବ୍ରହ୍ମପୁର ପ୍ରେମ ପ୍ରତାରଣା ନ୍ୟୁଜ

ଦୀର୍ଘ ୯ ବର୍ଷ ପ୍ରେମ (Love Affair) ସମ୍ପର୍କ ରଖିବା ପରେ ପ୍ରେମିକାକୁ ଧୋକା ଦେଇ ଅନ୍ୟତ୍ର ବିବାହା କଲା ପ୍ରେମିକ । ନ୍ୟାୟ ଦାବି କରି ପ୍ରେମିକର ଘର ସମ୍ମୁଖରେ ପ୍ରେମିକାର ଧାରଣା( Girl Friend Protest) । ଅଧିକ ପଢନ୍ତୁ

Love Afire : ବ୍ରହ୍ମପୁର ପରେ ଶେରଗଡ, ନ୍ୟାୟ ପାଇଁ ପ୍ରେମିକର ଘର ସମ୍ମୁଖରେ ପ୍ରେମିକାର ଧାରଣା

author img

By

Published : Nov 29, 2021, 7:43 AM IST

ବ୍ରହ୍ମପୁର: ବ୍ରହ୍ମପୁର ପରେ ଶେରଗଡ । ତପସ୍ବିନୀଙ୍କ ପରେ ଝୁନୁ । ନିଜର ହକ ପାଇଁ ବ୍ରହ୍ମପୁରର୍ ଶ୍ବଶୁର ଘର ସମ୍ମୁଖରେ ଧାରଣା ଦେଇଥିଲେ ତପସ୍ବିନୀ । ଆଉ ଏବେ ଶେ୍ରଗଡରେ ନ୍ୟାୟ ପାଇଁ ପ୍ରେମିକର ଘର ସ୍ମ୍ମୁଖରେ ଧାରଣାରେ ବସିଛନ୍ତି ପ୍ରେମିକା ଝୁନୁ । ନଅ ବର୍ଷ ଧରି ବିବାହ ପ୍ରତିଶୃତି ଦେଇ ଅନୈତିକ ସମ୍ପର୍କ ରଖିବାରେ ଶେଷରେ ଅନ୍ୟତ୍ର ବିବାହ କରିଥିଲେ ପ୍ରେମିକ । ଆଉ ଏବେ ନ୍ୟାୟ ପାଇଁ ପ୍ରେମିକ ଘର ସମ୍ମୁଖରେ ପ୍ରେମିକା ଧାରଣା ଦେଇଛି । ଗଞ୍ଜାମ ଜିଲ୍ଲାର ଶେରଗଡ଼ ତୋଟା ସାହିରେ ଗଗନ ବଡତ୍ୟା ନାମକ ଯୁବକଙ୍କ ଘର ଆଗରେ ଧାରଣା ଦେଇଛନ୍ତି ପ୍ରେମିକା ଝୁନୁ।

Love Afire : ବ୍ରହ୍ମପୁର ପରେ ଶେରଗଡ, ନ୍ୟାୟ ପାଇଁ ପ୍ରେମିକର ଘର ସମ୍ମୁଖରେ ପ୍ରେମିକାର ଧାରଣା

ଦୀର୍ଘ ଦିନ ଧରି ଗଗନ ରାଜମିସ୍ତ୍ରୀ ଭାବରେ କାର୍ଯ୍ୟ କରୁଥିବା ବେଳେ ତାଙ୍କ ସହଯୋଗୀ ଭାବରେ ଧାରଣା ଦେଇଥିବା ଝୁନୁ ନାୟକ କାର୍ଯ୍ୟ କରୁଥିଲେ । ଏହାପରେ ଦୁହିଁଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢି ଉଠିବା ପରେ ବିବାହର ପ୍ରତିଶୃତି ଦେଇ ପ୍ରେମିକାଙ୍କ ସହ ଶାରୀରିକ ସମ୍ପର୍କ ରଖିଥିଲେ ପ୍ରେମିକ । କିନ୍ତୁ ହଠାତ ଝୁନୁଙ୍କୁ କିଛି ନଜଣାଇ ଗଗନ ଗତ ୨୬ ତାରିଖ ଦିନ ଅନ୍ୟତ୍ର ବିବାହ କରିଥିଲେ । ଖବର ପାଇ ପ୍ରେମିକା ଝୁନୁ ଥାନାର ଦ୍ବାରସ୍ଥ ହୋଇଥିଲେ ମଧ୍ୟ କୌଣସି ସୁଫଳ ନମିଳିବାରୁ ଶେଷରେ ନ୍ୟାୟ ଦାବିରେ ଗଗନଙ୍କ ଘର ସମ୍ମୁଖରେ ଧାରଣା ଦେଇଥିଲେ । ତେବେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମହିଳାଙ୍କୁ ତଦନ୍ତ କରିବା ପାଇଁ ଥାନାକୁ ନେଇଛି ।

ବ୍ରହ୍ମପୁରରୁ ସମାର ଆଚାର୍ଯ୍ୟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.