ETV Bharat / city

ଦାଦାବଟି ମାଗି ମାଡ ମାରିବା ଘଟଣା, ଜଣେ ଗିରଫ - କୋର୍ଟ ଚାଲାଣ

ବ୍ରହ୍ମପୁର ସହରର ବଡବଜାର ଥାନା ଅଞ୍ଚଳରେ ଦାଦାବଟି ମାଗିବା ଏବଂ ନଦେବାରୁ ମାଡ ମାରିବା ଅଭିଯୋଗ ହୋଇଛି । ଯାହାକୁ ନେଇ ପୋଲିସ ପକ୍ଷରୁ ଜଣେ ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି । ଅଧିକ ପଢନ୍ତୁ...

ଦାଦାବଟି ମାଗି ମାଡ ମାରିବା ଘଟଣା
ଦାଦାବଟି ମାଗି ମାଡ ମାରିବା ଘଟଣା
author img

By

Published : Mar 25, 2021, 8:03 AM IST

ବ୍ରହ୍ମପୁର: ଦାଦାବଟି ମାଗିବା ଘଟଣାକୁ ନେଇ ପୋଲିସ ଜଣଙ୍କୁ ଗିରଫ କରିଛି । ବ୍ରହ୍ମପୁର ସହରର ବଡବଜାର ଥାନା ଅଞ୍ଚଳରେ ଦାଦାବଟି ମାଗିବା ଏବଂ ନଦେବାରୁ ମାଡ ମାରିବା ଅଭିଯୋଗ ହୋଇଛି । ଯାହାକୁ ନେଇ ପୋଲିସ ପକ୍ଷରୁ ଜଣେ ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି ।

ସହରର ଫାଷ୍ଟ ଗେଟରେ ରହିଥିବା ଏକ ଗାଡି ଗ୍ୟାରେଜର ମାଲିକ ଲିଙ୍ଗରାଜ ନାୟକଙ୍କ ଅଭିଯୋଗ ଆଧାରରେ, ଗତକାଲି(ବୁଧବାର) ଅପରାହ୍ନରେ ସହରର ବଡବଜାର ଥାନା ଅନ୍ତର୍ଗତ ହରିଡାଖଣ୍ଡି ଉତ୍ତରମୁଖୀ ସାହିର ଯୁବକ ଶିବ ପଟ୍ଟନାୟକ ଏବଂ ମୁନା ମହାରଣା ଓରଫ କଣା ମୁନା ତାଙ୍କୁ ଦାଦାବଟି ମାଗିଥିଲେ । ସେ ଦାଦାବଟି ଦେବାକୁ ଅରାଜି ହେବାରୁ ଦୁଇ ଅଭିଯୁକ୍ତ ଲିଙ୍ଗରାଜଙ୍କ ଠାରୁ ଡକାୟତି କରି ୨୦ ହଜାର ଟଙ୍କା ସହିତ ଏକ ସ୍ମାର୍ଟ ମୋବାଇଲ ନେବା ସହ ମୁହଁକୁ ଆକ୍ରମଣ କରି ଫେରାର ହୋଇଯାଇଥିଲେ ।

ପୋଲିସ ଏହି ଘଟଣାର ତଦନ୍ତ କରି ଶିବ ପଟ୍ଟନାୟକଙ୍କୁ ଗିରଫ କରିବା ସହିତ ତାଙ୍କ ନିକଟରୁ ଲୁଟର 4 ହଜାର ଟଙ୍କା ଜବତ କରାଯାଇଛି । ଗିରଫ ଶିବ ନାମରେ ପୂର୍ବରୁ ୧୩ ଟି ମାମଲାରେ ସଂପୃକ୍ତ ରହିଥିବା ବ୍ରହ୍ମପୁରର ଅତିରିକ୍ତ ଏସପି ପ୍ରଭାତ ରାଉତରାୟ ସୂଚନା ଦେଇଛନ୍ତି ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.