ETV Bharat / city

ଋଷିକୂଲ୍ୟା ମୁହାଣରେ ଅଲିଭ୍ ରିଡଲେଙ୍କ ଗଣଅଣ୍ଡାଦାନ

author img

By

Published : Mar 29, 2022, 8:30 AM IST

ଋଷିକୂଲ୍ୟା ମୁହାଣରେ ଚାଲିଛି ଅଲିଭ୍ ରିଡଲେଙ୍କ ଗଣଅଣ୍ଡାଦାନ । ଗତ ଦୁଇ ଦିନରେ ଏକ ଲକ୍ଷରୁ ଊର୍ଦ୍ଧ୍ୱ ହେଲେଣି ସାମିଲ । ଅଧିକ ପଢ଼ନ୍ତୁ

ଋଷିକୁଲ୍ୟା ମୁହାଣରେ ଅଲିଭ୍ ରିଡଲେଙ୍କ ଗଣଅଣ୍ଡାଦାନ

ବ୍ରହ୍ମପୁର: ଋଷିକୂଲ୍ୟା ମୁହାଣରେ ଚାଲିଛି ଅଲିଭ୍ ରିଡଲେଙ୍କ ଗଣଅଣ୍ଡାଦାନ । ଗତ ଦୁଇ ଦିନ ମଧ୍ୟରେ ସମୁଦ୍ରର ଜଳରାଶିରୁ ଆସି ଋଷିକୂଲ୍ୟା ମୁହାଣର ଗୋଖରକୁଦା ଠାରୁ ପୋଡୁମପେଟା ମଧ୍ୟରେ ରହିଥିବା ବେଳାଭୂମିରେ ହଜାର ହଜାର କଇଁଛ ଗଣଅଣ୍ଡାଦାନ ପର୍ବରେ ସାମିଲ ହୋଇଥିଲେ । ପ୍ରଥମ ଦିନରେ ପ୍ରାୟ ୪୦ ହଜାର ଅଲିଭ୍ ରିଡଲେ ଏବଂ ଆଜି ଏକ ଲକ୍ଷ ୧୪ ହଜାରରୁ ଊର୍ଦ୍ଧ୍ୱ କଇଁଛ ଏହି ଗଣ ଅଣ୍ଡାଦାନରେ ସାମିଲ ହୋଇଥିବା ଦେଖାଯାଇଛି ।

ମୁଖ୍ୟତଃ ଦକ୍ଷିଣା ପବନ ବୋହିବା ସମୟରେ ଏହି ଅଲିଭ୍ ରିଡଲେମାନେ ସମୁଦ୍ରର ଜଳରାଶିରୁ ଉଠି ଆସି ବେଳାଭୂମିର ବାଲୁକାରାଶିରେ ନିଜେ ଗାତ ଖୋଳି ଗୋଟିଏ ଅଣ୍ଡା ଦେଇଥାନ୍ତି । ଗୋଟିଏ ଗୋଟିଏ ଅଲିଭ୍ ରିଡଲେ କଇଁଛମାନେ ୧୨୦ରୁ ୧୫୦ ଗୋଟି ଅଣ୍ଡା ଦେବାପରେ ତାହା ଉପରେ ବାଲି ଘୋଡାଇ ଦେଇ ପୁଣି ଫେରିଯାଇଥାନ୍ତି । ଗତବର୍ଷ ଗଞ୍ଜାମ ଉପକୂଳକୁ ଏହି ବିରଳ ପ୍ରଜାତିର ଅଲିଭ୍ ରିଡଲେ ମାନେ ଆସିଥିଲେ ମଧ୍ୟ କେବଳ ମିଳନ ପର୍ବରେ ସାମିଲ ହୋଇଥିଲେ । କିନ୍ତୁ ଗଣ ଅଣ୍ଡାଦାନ କାର୍ଯ୍ୟକ୍ରମରେ ସାମିଲ ହୋଇନଥିଲେ । ଯାହାକୁ ନେଇ ବିଭିନ୍ନ ମହଲରେ ଚିନ୍ତା ପ୍ରକଟ ହୋଇଥିଲା ।

ତେବେ ପ୍ରତ୍ୟେକ ବର୍ଷ ଓଡ଼ିଶା ଉପକୂଳର ଋଷିକୁଲ୍ୟା ମୁହାଣ ଠାରୁ ଦେବୀ ନଦୀ ମୁହାଣ ଏବଂ ଅସ୍ତରଙ୍ଗ ଅଞ୍ଚଳକୁ ଏହି ଅଲିଭ୍ ରିଡଲେ ମାନେ ଆସିଥାନ୍ତି । ଏହାସହିତ ପ୍ରାୟ ଛଅ ରୁ ସାତ ମାସ ଧରି ରହିଥାନ୍ତି । ହେଲେ ଚଳିତ ବର୍ଷ ବହୁ ବିଳମ୍ୱରେ ହେଲେ ମଧ୍ୟ ଋଷିକୂଲ୍ୟା ମୁହାଣରେ ଚାଲିଛି ଅଲିଭ୍ ରିଡଲେଙ୍କ ଗଣଅଣ୍ଡାଦାନ । ସେପଟେ ଅଲିଭ୍ ରିଡଲେଙ୍କ ଗଣଅଣ୍ଡାଦାନ ଯୋଗୁଁ ପରିବେଶବିତଙ୍କ ମଧ୍ୟରେ ଦେଖିବାକୁ ମିଳିଛି ଖୁସିର ମାହୋଲ ।
ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.