ବ୍ରହ୍ମପୁର: କୋଭିଡର ଦ୍ୱିତୀୟ ପର୍ଯ୍ୟାୟ ଲହରୀକୁ ମୁକାବିଲା କରିବା ପାଇଁ ଗଞ୍ଜାମ ଜିଲ୍ଲାବ୍ୟାପୀ ପ୍ରଶାସନ ପକ୍ଷରୁ ଜାରି କରାଯାଇଛି ହେଲ୍ପ ଲାଇନ୍ ନମ୍ୱର । କୋରୋନାକୁ ମୁକାବିଲା କରିବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଗୋଟିଏ ପରେ ଗୋଟିଏ ପଦକ୍ଷେପ ନିଆଯାଉଥିବା ବେଳେ ଚଳିତ ଥର କୋଭିଡ୍ ହସ୍ପିଟାଲ ପ୍ରସ୍ତୁତ ପୂର୍ବରୁ ଜିଲ୍ଲା ସ୍ତରୀୟ କୋଭିଡ ସେଲ ସମେତ ଜିଲ୍ଲାର ତିନୋଟି ସବ୍ ଡିଭିଜନ୍, 22 ଗୋଟି ବ୍ଲକ ଏବଂ ବ୍ରହ୍ମପୁର ମହାନଗର ସମେତ 18 ଗୋଟି ସହରାଞ୍ଚଳର ପାଇଁ ହେଲ୍ପ ଲାଇନ୍ ନମ୍ୱରକୁ ପ୍ରଶାସନ ପକ୍ଷରୁ ଟ୍ବିଟ କରି ଜନସାଧାରଣଙ୍କ ପାଇଁ ଅବଗତ କରାଯାଇଛି।
![ନ](https://etvbharatimages.akamaized.net/etvbharat/prod-images/11449830_od-bam-covid-cell-no-and-new-order-of-govt-employee-7205524_18042021200602_1804f_1618756562_716.jpg)
![ମୁଖ୍ୟାଳୟ ନ ଛାଡିବା ଲାଗି ଅଧିକାରୀଙ୍କୁ ନିର୍ଦ୍ଦେଶ](https://etvbharatimages.akamaized.net/etvbharat/prod-images/od-bbsr-02-ganjam-7209787_18042021160905_1804f_1618742345_857.jpg)
ଅନ୍ୟପଟେ ଜିଲ୍ଲାର ସରକାରୀ କର୍ମଚାରୀଙ୍କୁ ସଦର ମହକୁମ୍ମା ଛାଡିବାକୁ ମନା କରାଯାଇଛି । ଏପରିକି ଜରୁରୀ କାମ ଥିଲେ ବିଭାଗୀୟ ଅନୁମତି ନେବା ପାଇଁ କୁହାଯାଇଥିବାବେଳେ କଟକଣା ଉଲ୍ଲଙ୍ଘନ କଲେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କୁହାଯାଇଛି ।
ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ ଓ ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ